ETV Bharat / briefs

ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଗାଡି ଓ ଘର ପୋଡିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

author img

By

Published : Jun 29, 2019, 10:18 PM IST

Updated : Jun 29, 2019, 11:35 PM IST

ଡମ୍ଫର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ତୁମୁଳକାଣ୍ଡ । ଏହା ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଗାଡି ଓ ଘର ପୋଡିଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଘଟଣାସ୍ଥଳରେ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଡମ୍ଫର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଏବେ ଜଳୁଛି ସାରା ଗାଁ । ଏହା ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି 7ରୁ ଊର୍ଦ୍ଧ୍ୱ ଗାଡି ଓ ଗୋଟିଏ ଘର ଗ୍ରାମବାସୀ ପୋଡ଼ି ଦେଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ।

ସୂଚନାନୁସାରେ, ଭୋଗରାଇ ଥାନା ଅଧୀନ ଦାହୁଣଦା-ରାଣୀଗୁଡା ମୁଖ୍ୟରାସ୍ତାର ମଶାଣିଛକ ଠାରେ ଆଜି ସନ୍ଧ୍ୟାରେ ଏକ ଡମ୍ଫର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦାହୁଣଦା ଗ୍ରାମର 65 ବର୍ଷୀୟ ଅବସରପ୍ରାପ୍ତ ସ୍କୁଲ ପିଅନ ଶଶିକାନ୍ତ ଦାସ । ଦୁର୍ଘଟଣା ଘଟାଇ ଡମ୍ଫର ଚାଳକ ଫେରାର ହୋଇଥିବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ଡମ୍ଫର ମାଲିକ ଘନଶ୍ୟାମ ଦାସ ମୃତ ଶଶିକାନ୍ତଙ୍କ ଦାଦା ପୁଅ ଭାଇ ବୋଲି ସୂଚନା ରହିଛି । ତେବେ ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଫଳରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଡମ୍ଫର ମାଲିକ ଘନଶ୍ୟାମଙ୍କ 4 ଟି ଡମ୍ଫର, 2ଟି ଟ୍ରାକ୍ଟର, ଗୋଟିଏ ଜେସିବି ଏବଂ ଗୋଟିଏ ଇଣ୍ଡିଗୋ କାର ସହ ଘର ଓ ଅନ୍ୟ ଗାଡିକୁ ପୋଡି ଦେଇଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାର ଖବର ପାଇ କର୍ମଦା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି ।

ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁଇ ଗ୍ରାମରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବାବେଳେ ଜଳେଶ୍ବର-ରଣକୁଠା ରାସ୍ତାକୁ ଅବରୋଧ କରାଯାଇଛି । ଏବେ ବି ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଜମିବାଡି ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହେବାପରେ ଏବେ ସମ୍ପୂର୍ଣ୍ଣ ଗାଁ ଜଳୁଥିବା ଦେଖିବାକୁ ମିଳିଛି। ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ ସନ୍ଦେହ କରି 7ରୁ ଉର୍ଦ୍ଧ୍ୱ ଗାଡି ଓ ଘର ପୋଡ଼ିଦେଇଥିବା ଜଣାପଡିଛି। ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ।

Body:ଭେଗରାଇ ଥାନା ଅଧୀନ ଦାହୁଣଦା - ରାଣୀଗୁଡା ମୁଖ୍ୟରାସ୍ତାର ମଶାଣିଛକ ଠାରେ ଆଜି ସଂଧ୍ୟାରେ ଡମ୍ଫର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣଙ୍କ ହେଲେ ଦାହୁଣଦା ଗ୍ରାମ ର ଶଶିକାନ୍ତ ଦାସ । ଦୁର୍ଘଟଣା ଘଟାଇ ଡମ୍ଫର ଚାଳକ ଫେରାର ହୋଇଥିବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗିରହିଛି । ସ୍ଥାନୀୟ ଲୋକେ ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

Conclusion:ଏହାକୁ ନେଇ ସ୍ଥାନୀୟ ଲୋକେ 5 ଟି ଦମ୍ଫର, ଗୋଟିଏ ଟ୍ରାକ୍ଟର, ଗୋଟିଏ jcb, ଓ ଗୋଟିଏ ଇଣ୍ଡିଗୋ କାର ସହ ତାଙ୍କର ଘର ଓ ଅନ୍ୟ ଗାଡି କୁ ପୋଡି ଦେଇଥିବା ଦେଖିବାକୁ ମିଳିଛି। ନିଆଁ କୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳ ରେ ଜଳେଶ୍ବର ଓ ଭୋଗରାଇ ର ଅଗ୍ନିଶମ ବିଭାଗ ପହଞ୍ଚିଛି। କମର୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇ ଥିବା ବେଳେ ଜଳେଶ୍ବର-ରଣକୁଠା ରାସ୍ତା ଅବରୋଧ କରି ରଖାଯାଇଛି। ଏବେବି ଗ୍ରାମରେ ଉତ୍ତେଜନା ଲାଗି ରହିଛି।
Last Updated : Jun 29, 2019, 11:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.