ନବରଙ୍ଗପୁର: ପ୍ରବାସୀ ଓଡ଼ିଆଙ୍କ ଫେରିବା ପରେ ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ନବରଙ୍ଗପୁରରେ ପୁଣି ଚିହ୍ନଟ ହେଲେ ୭ କୋରୋନା ପଜିଟିଭ । ଏଥିସହ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଁଚିଛି । ପୂର୍ବରୁ ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ବନ୍ଧକନା କ୍ବାରେଣ୍ଟାଇନ ସେଣ୍ଟରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂଆ ଚିହ୍ନଟ ହୋଇଥିବା ଏହି 7 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟକର୍ମୀ, କ୍ବାରେଣ୍ଟାଇନରେ ଥିବା ବିଏସଏଫର ଚାରି ଯବାନଙ୍କ ସହ ଅନ୍ୟ ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟକର୍ମୀ ଜଣକ ରୋଗୀଙ୍କ ଚିକିତ୍ସା କରିବା ସମୟରେ ସେମାନଙ୍କ ସଂସ୍ପର୍ଶରେ ଆସି କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
ଏହା ସହ କୋରୋନାରେ ଜଣେ ୧୭ ବର୍ଷୀୟ ଯୁବକ ମୃତ୍ୟୁ ବରଣ କରିଛନ୍ତି । ଯୁବକ ଜଣକ କ୍ବାରେଣ୍ଟାଇନ ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ବେଳେ ସେ ଡାଇବେଟିସ ଓ ଜଣ୍ଡିସ ଭଳି ରୋଗରେ ପୀଡିତ ଥିଲେ । ଫଳରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
କୋରୋନା ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହ ଦୁଇ କୋରୋନା ଚିହ୍ନଟ ହୋଇଥିବା ବାରଙ୍ଗପଦର ଅଞ୍ଚଳକୁ ସରପଞ୍ଚ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ