କେନ୍ଦୁଝର: ରାଜ୍ୟକୁ ପ୍ରବାସୀଙ୍କ ଫେରିବା ପରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଯାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏପଟେ କେନ୍ଦୁଝର ଜିଲ୍ଲାରେ ଆଜି ଆଉ ୧୧ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ମହାରାଷ୍ଟ୍ର, ୨ଜଣ ଗୁଜୁରାଟ,ଜଣେ ଦିଲ୍ଲୀ ଏବଂ ଜଣେ ଉତ୍ତରପ୍ରଦେଶ ଫେରନ୍ତା ବୋଲି ଜଣାପଡ଼ିଛି ।
ଏହି ୧୧ ଜଣ ନିଜ କାର୍ଯ୍ୟ ସ୍ଥଳରୁ ଫେରି ଟିଏମସିରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି । ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କୋଭିଡ ମେଡ଼ିକାଲକୁ ପଠେଇ ଦିଆଯାଇଛି । ଜିଲ୍ଲାରେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ୭୦ରେ ପହଞ୍ଚିଛି । ଏଥିମଧ୍ୟରୁ ୨୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୫ ଜଣ ସକ୍ରିୟ ଅଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ