ETV Bharat / breaking-news

ଗଲୱାନ ଘାଟିରୁ ସୈନ୍ୟ ହଟିବା ପରେ ଏଭଳି କହିଲା ଚୀନ...

ଗତ ଜୁନ୍‌ ୧୫ରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ସ୍ଥଳରୁ ପ୍ରାୟ 2 କିମି ପଛକୁ ହଟିଛନ୍ତି ଚୀନ ଓ ଭାରତର ସୈନିନ । ଏହି ଘଟଣାପରେ ଚୀନ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି ।

ଚୀନ
ଚୀନ
author img

By

Published : Jul 6, 2020, 3:43 PM IST

ବେଜିଂ: ଗଲୱାନ ସଂଘର୍ଷର ସମାଧାନ ପାଇଁ ଦୀର୍ଘ ଦିନରୁ ଜାରି ବୈଠକ ସଫଳ ହୋଇଛି । ଜୁନ୍‌ ୧୫ ତାରିଖରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ସ୍ଥଳରୁ ପ୍ରାୟ 2 କିମି ପଛକୁ ହଟିଛନ୍ତି ଚୀନ ଓ ଭାରତର ସୈନିକ । ତେବେ ଏହି ଘଟଣାପରେ ଚୀନ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି । ଭାରତ ସହ ସୈନ୍ୟସ୍ତରୀୟ ଆଲୋଚନା ସଫଳ ହୋଇଛି ବୋଲି ଚୀନ କହିଛି ।

ଏନେଇ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି, ଚୀନ ଏବଂ ଭାରତର ସୈନିକଙ୍କ ମଧ୍ୟରେ ଜୁନ 30 ତାରିଖରେ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ତୃତୀୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସଂଘର୍ଷସ୍ଥଳରୁ ସେନାହଟିବା ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଉଭୟ ପକ୍ଷଙ୍କର ଏହି ଆଲୋଚନା ସଫଳ ହୋଇଛି । ଉଭୟ ଏହା ଉପରେ କାର୍ଯ୍ୟ କରିଛନ୍ତି ବୋଲି ଝାଓ ଲିଜିୟାନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘଦିନରୁ ବିବାଦ ଚାଲିଛି। ଇତି ମଧ୍ୟରେ ଜୁନ 15ରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ସଂଘର୍ଷ ପରଠାରୁ କ୍ରମାଗତ ଭାବେ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଚୀନ ସେନାର ଏହି ପଦକ୍ଷେପ ଏହି ପ୍ରକ୍ରିୟାର ପ୍ରଥମ ପାହାଚ ଭାବରେ ବିବେଚନା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.