ETV Bharat / bharat

Ukraine To Join EU ! NATO ପରେ ୟୁରୋପୀୟ ପରିଷଦ ସଦସ୍ୟତା ମାଗିଲା ୟୁକ୍ରେନ

author img

By

Published : Feb 28, 2022, 10:37 PM IST

ୟୁରୋପୀୟ ପରିଷଦର ତୁରନ୍ତ ସଦସ୍ୟତା ମାଗିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । କହିଲେ ମୁଁ ଆଶା କରୁଛି ସମ୍ଭବ । ଅଧିକ

Ukraine to join EU: ୟୁରୋପୀୟ ପରିଷଦ ସଦସ୍ୟତା ମାଗିଲା ୟୁକ୍ରେନ

କିବ: ଋଷ ଆକ୍ରମଣରେ ଗଭୀର ଭାବେ ବ୍ୟତିବ୍ୟସ୍ତ ହୋଇ ପଡିଥିବା ୟୁକ୍ରେନ ୟୁରୋପୀୟ ୟୁନିଅନରେ ସାମିଲ ହେବା ନେଇ ଆଶା ପ୍ରକଟ କରିଛି । ଆଜି (ସୋମବାର) ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନକୁ ତୁରନ୍ତ ୟୁରୋପୀୟ ପରିଷଦର ସଦସ୍ୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏକ ନୂତନ ଭିଡିଓରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନକୁ ତୁରନ୍ତ ଏକ ସ୍ବତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ୟୁରୋପୀୟ ୟୁନିଅନରେ ସାମିଲ କରିବା ପାଇଁ ନିବେଦନ କରୁଛୁ । ସେହିପରି ପରିଷଦ ଚାହିଁଲେ ତୁରନ୍ତ ସଦସ୍ୟତା ମିଳିବା ମଧ୍ୟ ସମ୍ଭବ ବୋଲି ସେ ଆଶା ପ୍ରକାଟ କରିଛନ୍ତି ।

ଅନ୍ୟପଟେ ପଶ୍ଚିମ ରାଷ୍ଟ୍ରମାନଙ୍କ ସମେତ ବିଭିନ୍ନ ଦେଶ ଋଷକୁ ଆକ୍ରମଣ ପାଇଁ ନିନ୍ଦା କରିବା ଆରମ୍ଭ କରିଥିବା ବେଳେ ୟୁକ୍ରେନ ପ୍ରତି ସମର୍ଥନ ମଧ୍ୟ ବଢିବାରେ ଲାଗିଛି । ଆଜି ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିସେଲ ବାଚଲେଟ୍ କହିଛନ୍ତି ଯେ ସାତଜଣ ଶିଶୁଙ୍କ ସମେତ ଅତି କମରେ 102 ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି କିନ୍ତୁ ପ୍ରକୃତ ସଂଖ୍ୟା ବୋଧହୁଏ ଅଧିକ ବୋଲି ଚେତାବନୀ ମଧ୍ୟ ପ୍ରକାଶ ପାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.