ETV Bharat / bharat

ଭଜନ ଗାଇବାରୁ ୟୁଟ୍ୟୁବ୍‌ କଣ୍ଠଶିଳ୍ପୀ ଫରମାନୀ ନାଜ୍‌ଙ୍କୁ ଧମକ - ଫରମାନୀ ନାଜ୍‌ଙ୍କୁ ଧମକ ଦେଲେ ମୌଲାନା

ହିନ୍ଦୁ ଭଜନ ଗାଇ ଅଡ଼ୁଆରେ ପଡ଼ିଲେ ୟୁଟ୍ୟୁବ୍‌ କଣ୍ଠଶିଳ୍ପୀ ଫରମାନୀ ନାଜ୍‌ । ଧମକ ଦେଲେ ମୋହମ୍ମଦପୁର ଗାଁର ଜଣେ ମୌଲାନା । ଅଧିକ ପଢ଼ନ୍ତୁ

ଭଜନ ଗାଇବାରୁ ୟୁଟ୍ୟୁବ୍‌ କଣ୍ଠଶିଳ୍ପୀ ଫରମାନୀ ନାଜ୍‌ଙ୍କୁ ଧମକ

author img

By

Published : Aug 2, 2022, 2:24 PM IST

ଲକ୍ଷ୍ନୌ: ବୋଲବମ୍‌ ଯାତ୍ରୀଙ୍କ ପାଇଁ ଭଜନ ଗାଇ ଅଡ଼ୁଆରେ ପଡ଼ିଲେ ୟୁଟ୍ୟୁବ୍‌ କଣ୍ଠଶିଳ୍ପୀ ଫରମାନୀ ନାଜ୍‌ । ବୋଲବମ୍‌ ଯାତ୍ରାରେ ଜଣାଶୁଣା ହରହର ଶମ୍ଭୁ ଗୀତ ଗାଇଥିଲେ ୟୁଟ୍ୟୁବ୍‌ କଣ୍ଠଶିଳ୍ପୀ ଫରମାନୀ ନାଜ୍‌ । ତେବେ ଏହା ଇସଲାମ ବିରୋଧୀ ବୋଲି କହିଛନ୍ତି ସ୍ଥାନୀୟ ମୌଲାନା । ଏହାକୁ ନେଇ ସେ ଧମକ ଦେବାକୁ ମଧ୍ୟ ପଛାଇ ନାହାନ୍ତି । ମୁଜାଫରନଗରର ମୋହମ୍ମଦପୁର ଗାଁରେ ବାସ କରୁଛନ୍ତି କଣ୍ଠଶିଳ୍ପୀ ଫରମାନୀ ନାଜ୍‌ ।

ଭଜନ ଗାଇବାରୁ ୟୁଟ୍ୟୁବ୍‌ କଣ୍ଠଶିଳ୍ପୀ ଫରମାନୀ ନାଜ୍‌ଙ୍କୁ ଧମକ

ସେ ଇଣ୍ଡିଆନ୍‌ ଆଇଡଲ୍‌ରେ ମଧ୍ୟ ନିଜର କଣ୍ଠ ଦ୍ବାରା ପ୍ରତ୍ୟେକଙ୍କୁ ମନ୍ତ୍ରମୁଗ୍ଧ କରି ସାରିଛନ୍ତି । ଗତ ସପ୍ତାହରେ ସେ ଭାଇରାଲ ହେଉଥିବା ହରହର ଶମ୍ଭୁ ଗୀତ ଗାଇଥିଲେ । ଏହି ଗୀତ ଯୋଗୁଁ ତାଙ୍କୁ ଭଲ ଭିୟୁ ମଧ୍ୟ ମିଳିଛି । ତେବେ ଏହାକୁ ସ୍ଥାନୀୟ ମୌଲାନା ବିରୋଧ କରିଛନ୍ତି । ମୋହମ୍ମଦପୁର ଗାଁରେ ଥିବା ଜଣେ ମୌଲାନା କହିଛନ୍ତି ଯେ, "ଅନ୍ୟ ଜାତିର ପ୍ରଚାର କଲା ଭଳି କୌଣସି କାର୍ଯ୍ୟ ମୁସଲମାନ କରିପାରିବେ ନାହିଁ । ତାସହିତ ଇସଲାମ୍‌ରେ ଗୀତ ଗାଇବା ନାଚ କରିବା ହାରମ । ଏହା ଇସ୍‌ଲାମ ଶିକ୍ଷାର ଖିଲାପ । ଏଥିପାଇଁ ଫରମାନୀ ନାଜ୍‌ କରିଥିବା ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ ।"

ସେପଟେ ଫରମାନୀ ନାଜ୍‌ କହିଛନ୍ତି ଯେ, "ହରହର ଶମ୍ଭୁ ଗୀତ ଏକ ଲୋକପ୍ରିୟ ଭଜନ ହୋଇ ସାରିଛି । ଶ୍ରାବଣ ମାସରେ କାଉଡ଼ିଆଙ୍କ ଉଦ୍ଦେଶ୍ୟରେ ଏହି ଗୀତ ରେକର୍ଡ କରାଯାଇଛି । ଜଣେ କଳାକାର ଭାବରେ ମୁଁ ଏହି ଗୀତ ଗାଇଛି ।" ଫରମାନୀ ନାଜ୍‌ ୨୦୧୭ରେ ମହାରାଷ୍ଟ୍ର ଜଣେ ଯୁବକଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି । କିନ୍ତୁ ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରି ତାଙ୍କୁ ଛାଡ଼ି ଦେଇଥିଲେ । ଏହାପରେ ସେ ହିନ୍ଦୁ ଭଜନ ଓ କୱାଲୀ ପାଇଁ ଦୁଇଟି ୟୁଟ୍ୟୁବ୍‌ ଚ୍ୟାନେଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.