ETV Bharat / bharat

ପ୍ରଧାନଙ୍କ ମନ୍ତ୍ର: ରୋଜଗାର ପାଇଁ ଦକ୍ଷତା ବିକାଶ ଜରୁରୀ

ଶୁକ୍ରବାର ଉଦ୍ୟୋଗ ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ବ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦ୍ୟୋଗ ଓ ଦକ୍ଷତା ବିକାଶ ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ସେ ଏହି ଦାୟିତ୍ବ ନେଇଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Jul 9, 2021, 4:48 PM IST

ପ୍ରଧାନ ମନ୍ତ୍ର: ରୋଜଗାର ପାଇଁ ଦକ୍ଷତା ବିକାଶ ନିତାନ୍ତ ଆବଶ୍ୟକ

ନୂଆଦିଲ୍ଲୀ: ଶୁକ୍ରବାର ଉଦ୍ୟୋଗ ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ବ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦ୍ୟୋଗ ଓ ଦକ୍ଷତା ବିକାଶ ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ସେ ଏହି ଦାୟିତ୍ବ ନେଇଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିବା ପରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ବଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ବ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, "ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ କରିବା ଉପରେ ଅଧିକ ଗୁରୁତ୍ବ ରହିବ । ଯାହାଦ୍ବାରା ସେମାନେ ରୋଜଗାରକ୍ଷମ ହୋଇପାରିବେ ବା ଆତ୍ମନିର୍ଭରଶୀଳ ହୋଇପାରିବେ । ଏହାସହ ଛୋଟବଡ଼ ଉଦ୍ୟୋଗୀଙ୍କ ପୋର୍ଟଫୋଲିଓ କିଭଳି ବିକାଶ ହୋଇ ପାରିବ ତାହାରି ଉପରେ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯିବ।"

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ନିଜ ସାଥି ରାଜକୁମାର ରଞ୍ଜନ ସିଂହ, ସୁବାଷ ଶେଖର ଓ ଅନ୍ନପୁର୍ଣ୍ଣା ଦେବୀଙ୍କୁ ଭେଟିଛନ୍ତି, ଯେଉଁମାନେ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଏହସହ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଭେଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ସଚିବ ଅମିତ ଖାରେ, ଅତିରିକ୍ତ ସଚିବ ଭିନୀତ ଜୋଶୀ ଓ ବିଦ୍ୟାଳୟ ଓ ଶିକ୍ଷା ସଚିବ ଅନିତା କରୱାଲଙ୍କୁ ଶାସ୍ତ୍ରୀ ଭବନରେ ଭେଟିଛନ୍ତି।

ଗୁରୁବାର ନୂଆ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କୁ ଏକ ଭର୍ଚୁଆଲ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କୁ ସବୁବେଳେ ପ୍ରାଧାନ୍ୟ ଦିଆଯାଇ ଆସିଛି । ଆଗକୁ ମଧ୍ୟ ଏହା ଜାରି ରହିବ । ଜାତୀୟ ଶିକ୍ଷା ଯୋଜନା 2020 ଅନୁଯାୟୀ ଏହାକୁ ଅଧିକ ଅଗ୍ରାଧିକାର ଦିଆଯିବ । ଯାହା ଦ୍ବାରା ଦେଶର ସମସ୍ତ କ୍ଷେତ୍ରରେ ସେମାନଙ୍କର ଉଚିତ ଯୋଗଦାନ ରହି ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.