ETV Bharat / bharat

ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ: ପ୍ରେମିକାକୁ ହତ୍ୟା କରି କାଟି ଫିଙ୍ଗିଦେଲା ପ୍ରେମିକ

ରାଜସ୍ଥାନ ନାଗୌରରେ ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ । ଶ୍ରଦ୍ଧା ହତ୍ଯାକାଣ୍ଡ ପରି ଲୋମଟାଙ୍କୁରା ଘଟଣାର ପୁନରାବୃତ୍ତି । ପ୍ରେମିକାକୁ ହତ୍ୟା କରି କାଟି ଫିଙ୍ଗିଦେଲା ପ୍ରେମିକ । ଅଧିକ ପଢନ୍ତୁ

ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ: ପ୍ରେମିକାକୁ ହତ୍ୟା କରି କାଟି ଫିଙ୍ଗିଦେଲା ପ୍ରେମିକ
ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ: ପ୍ରେମିକାକୁ ହତ୍ୟା କରି କାଟି ଫିଙ୍ଗିଦେଲା ପ୍ରେମିକ
author img

By

Published : Feb 4, 2023, 9:11 PM IST

ହାଇଦ୍ରାବାଦ: ରାଜସ୍ଥାନ ନାଗୌରରେ ଦିଲ୍ଲୀର ବହୁଚର୍ଚ୍ଚତ ଶ୍ରଦ୍ଧା ହତ୍ଯାକାଣ୍ଡ ପରି ଲୋମଟାଙ୍କୁରା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ପରକୀୟା ପ୍ରୀତିରେ ଜଘନ୍ୟକାଣ୍ଡ । ପ୍ରେମିକାକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ଫିଙ୍ଗିଲା ପ୍ରେମିକ । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି । ଶ୍ରଦ୍ଧା ହତ୍ୟାକାଣ୍ଡ ପରି ମୃତଦେହକୁ ଖଣ୍ଡ ଖଣ୍ଡ କରାଯାଇ ପୃଥକ ପୃଥକ ସ୍ଥାନରେ ଫିଙ୍ଗିଥିବା ଅଭିଯୁକ୍ତ ସ୍ବୀକାର କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମରାଣାସ୍ତ୍ର, ମୃତଦେହକୁ କଟାଯିବାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ସେହିପରି ବିଭିନ୍ନ ସ୍ଥାନରେ ଚଢାଉ କରି ମୃତଦେହର ଅଂଶବିଶେଷ ମଧ୍ୟ ଠାବ କରିଛି ପୋଲିସ ।

ସ୍ଥାନୀୟ ଡିଏସପି ଗୀତା ଚୌଧୁରୀଙ୍କ ସୂଚନା ଅନୁସାରେ, ଘଟଣା ନାଗୌର ସହରର ଶ୍ରୀବାଲାଜି କ୍ଷେତ୍ର ଅଧିନରେ ଘଟିଛି । ଅଭିଯୁକ୍ତ ପ୍ରେମିକର ନାମ ଅନୁପାରାମ ଓ ସେ ତାର ପ୍ରମିକା ଗୁଡ୍ଡିକୁ ହତ୍ୟା କରିଛି । ପ୍ରମାଣ ନଷ୍ଟ କରିବା ସେ ମୃତଦେହକୁ ନଷ୍ଟ କରିବାର ଏହି ଉପାୟ ବାଛିଥିଲା । ମୃତଦହେକୁ ଖଣ୍ଡ ଖଣ୍ଡ କରି କାଟି ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା । ଜେରା ପରେ ପୋଲିସ ନିକଟରେ ଏ ସମସ୍ତ କଥା ଅଭିଯୁକ୍ତ ସ୍ବୀକାର କରିଛି । ଅଭିଯୁକ୍ତର ତଥ୍ୟ ଆଧାରରେ ପୋଲିସ ମୃତଦେହର ଅଂଶ ଜବତ କରିବା ସହ ତାର ଫୋରେନସିକ ଯାଞ୍ଚ ପାଇଁ ମଧ୍ୟ ପଠାଇଛି ।

ହତ୍ୟାର ଶିକାର ହୋଇଥିବା ଗୁଡ୍ଡି ଓ ଅନୁପାରାମ ଉଭୟ ବିବାହିତ ଥିଲେ । ଉଭୟଙ୍କ ମଧ୍ୟରେ ପରକୀୟା ପ୍ରତି ଥିଲା । ତେବେ 22 ତାରିଖରେ ଗୁଡ୍ଡି ନିଜ ଶଶୁର ଘରକୁ ଯିବା ପାଇଁ ବାହାରିଥିଲା । ପରେ ତାଙ୍କ ସମ୍ପର୍କରେ କୋଣସି ସୂଚନା ମିଳିନଥିଲା । ଏନେଇ ସ୍ଥାନୀୟ ଥାନାରେ ଏକ ନିଖୋଜ ରିପୋର୍ଟ କରିଥିଲେ ପରିବାର ଲୋକେ । ପରେ ଗୁଡ୍ଡି ଅନୁପାରାମର ବାଇକ୍‌ରେ ବସି ଯାଉଥିବା ନେଇ ଜଣେ ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ପାଇ ପୋଲିସ ଅନୁପାରାମକୁ ଅଟକ ରଖି ଜେରା କରିଥିଲା । ଜେରାରେ ସେ ଗୁଡ୍ଡିକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା । ହତ୍ୟାକାଣ୍ଡ ପରେ ମୃତଦେହକୁ ଏକାଧିକ ଖଣ୍ଡରେ କାଟି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିବା ମଧ୍ୟ ସ୍ବୀକାର କରିଛି ଅଭିଯୁକ୍ତ । ଉଭୟ ବିବାହିତ ହୋଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲେ । ତେବେ କେଉଁ କାରଣରୁ ଅଭିଯୁକ୍ତ ହତ୍ୟାକାଣ୍ଡ ଭିଆଇଲା କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.