ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀ ଏଣିକି ନିଜ ମେଟ୍ରୋ ସ୍ମାର୍ଟ କାର୍ଡ ଆମାଜନ ପେ ମାଧ୍ୟମରେ ରିଚାର୍ଜ କରିପାରିବେ । ଡିଏମଆରସି ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଆମାଜନ ପେ ସହ ମିଶି ଏହି ସୁବିଧାର ଆରମ୍ଭ କରିଛି । ଡିଏମଆରସି ପ୍ରବନ୍ଧ ନିର୍ଦ୍ଦେଶକ ଡ଼ ମଙ୍ଗୁ ସିଂହ ଏବଂ ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେନ୍ଦ୍ର ନେରୁରକର ଭିଡିଓ କନଫରେନ୍ସିଂ ଜରିଆରେ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି ।
ଦିଲ୍ଲୀ ମେଟ୍ରୋରେ ଯାତ୍ରୀମାନଙ୍କୁ କ୍ୟାସଲେସ୍ ନେଣଦେଣ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଅନେକ ଡିଜିଟାଲ ପ୍ଲାଟଫର୍ମ ପୂର୍ବରୁ ମଧ୍ୟ ଡିଏମଆରସି ଦ୍ବାରା ଉପଲବ୍ଧ କରାଯାଇଛି । ଡିଜିଟାଲ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଆମାଜନ ପେ ଜରିଆରେ ରିଚାର୍ଜ ସୁବିଧା ଯୋଗାଇ ଦିଆଯାଇଛି । ଯଦ୍ବାରା ଗୋଟିଏ ପଟେ ଯାତ୍ରୀଙ୍କ ପାଇଁ ଏହା ସୁବିଧାଜନକ ହୋଇଥିବାବେଳେ ଅନ୍ୟ ପଟେ ସାମାଜିକ ଦୂରତା ରକ୍ଷା କରିବାରେ ସହଜ ହେବ ବୋଲି ଡିଏମଆରସି ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ