ETV Bharat / bharat

ଆପଣଙ୍କ ସ୍ବପ୍ନ ମୋର ସଂକଳ୍ପ : ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ସିନ୍ଧିଆ ସ୍କୁଲର 125ବର୍ଷ ପ୍ରତିଷ୍ଠା ଦିବସ ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi in Madhya Pradesh
PM Modi in Madhya Pradesh
author img

By ETV Bharat Odisha Team

Published : Oct 22, 2023, 8:04 AM IST

ଭୋପାଳ: ସଚ୍ଚୋଟ ବ୍ୟକ୍ତି ମନରେ ଯାହା ଭାବନ୍ତି ତାହା କରିଥାନ୍ତି । ଏହା ଏକ କର୍ତ୍ତବ୍ୟପରାୟଣ ବ୍ୟକ୍ତିର ପରଚୟ । କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି କେବଳ ତତ୍କାଳୀକ ଲାଭ ପାଇଁ ନୁହେଁ ବରଂ ଆଗାମୀ ପିଢିଙ୍କ ଉଜ୍ବଳ ଭବିଷ୍ୟତ ପାଇଁ କାମ କରିଥାନ୍ତି । ମହାରାଜା ମାଧୋ ରାଓ ପ୍ରଥମଙ୍କର ଚିନ୍ତାଧାରା ତତ୍କାଳୀକ ଲାଭ ନୁହେଁ ବରଂ ଭବିଷ୍ୟତ ପିଢିଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ହୋଇଥାଏ । ସିନ୍ଧିଆ ସ୍କୁଲ ତାଙ୍କର ଏହି ଚିନ୍ତାଧାରାର ପରିଣାମ ଥିଲା । ସେ ଜାଣିଥିଲେ ମାନବ ସମ୍ବଳର ଶକ୍ତି କଣ ହୋଇଥାଏ । ମହାରାଜା ମାଧୋ ରାଓଙ୍କ ବ୍ୟକ୍ତିତ୍ବଙ୍କଠୁ ଏହି ଦୂରଦୃଷ୍ଟି ଆମ ସମସ୍ତଙ୍କୁ ଶିଖିବାକୁ ହେବ । ଶିକ୍ଷା ହେଉ କ୍ୟାରିୟର ହେଉ ଜୀବନ ହେଉ ବା ରାଜନୀତି ସବୁଥିରେ ଦୀର୍ଘ ଚିନ୍ତାଧାର ନେଇ କାମ କରିବାକୁ ହେବ । ତୁମର ସ୍ବପ୍ନ ମୋର ସଂକଳ୍ପ । ମଧ୍ୟପ୍ରଦେଶର ଗ୍ୱାଲିୟରରେ ସିନ୍ଧିଆ ସ୍କୁଲର 125ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ବ୍ୟକ୍ତି ସମାଜରେ କିମ୍ବା କ୍ଷମତାରେ ତତ୍କାଳୀକ ସ୍ବାର୍ଥ ପାଇଁ କାମ କରିଥାଏ ସେଥିରେ ସମାଜରେ ରାଷ୍ଟ୍ରର କ୍ଷତି ହୋଇଥାଏ । 2014ରେ ଦେଶ ଯେବେ ମୋତେ ପ୍ରଧାନସେବକର ଦାୟିତ୍ବ ଦେଇଥିଲା ମୋ ଆଗରେ ଦୁଇଟି ବିକଳ୍ପ ଥିଲା । ତାହା ହେଲା ତତ୍କାଳୀକ ବିକାଶ ପାଇଁ କମ କର ନଚେତ ଲମ୍ବା ସମୟ ପାଇଁ କାମ କରିବା । ଆଜି ତୁମେ କହିପାରିବ ଆମ ସରକାରକୁ 10 ବର୍ଷ ହୋଇଛି । ଏଥିରେ ବାକି ପଡିଥିବା ଅନେକ ଦାବି ପୂରଣ ହୋଇଛି । ଜମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ନେଇ 60 ବର୍ଷ ଧିରି ଦାବି ହୋଇ ଆସୁଥିଲା ଏହି କାମ ଆମ ସରକାର କରି ଦେଖାଇଲେ । ପୂର୍ବ ସେନାଙ୍କୁ ୱାନ୍‌ ରାଙ୍କ ୱାନ୍‌ ପେନସନ ଦେବାକୁ 40 ବର୍ଷ ହେବ ଦାବି ହୋଇ ଆସୁଥିଲା ଏହି କାମ ଆମ ସରକାର କରିଛନ୍ତି । ଜିଏସଟି ଲାଗୁ ହେବା ନେଇ 40 ବର୍ଷ ହେବା, ମୁସଲିମ ମହିଳାଙ୍କ ତିନି ତଲାକ ଆଇନ କରିବାକୁ ଦାବି କରୁଥିଲେ ଯାହା ଆମ ସରକାର ସମୟରେ ହୋଇଛି । ମହିଳାଙ୍କ ପାଇଁ ସଂରକ୍ଷଣ ଆମ ସରକାର ଆଣିଛନ୍ତି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ସରକାର କରିଛନ୍ତି । ମୋ ପାଖରେ କାମର ଲମ୍ବା ଲିଷ୍ଟ ଅଛି । ମୋ ପ୍ରଚେଷ୍ଟା ରହିଛି ଆଜିର ପିଢି ଦେଶରେ ଏକ ସାକାରାତ୍ମକ ମାହୋଲ ଆଣିଛି । ଭାରତ ଯୁବ ବଡ ସ୍ବପ୍ନ ଦେଖନ୍ତୁ ଓ ଏହାକୁ ପୂରଣ କରନ୍ତୁ । ଆମେ ସଂକଳ୍ପ ନେଇଛୁ ଆଗାମୀ 25 ବର୍ଷରେ ଦେଶ ବିକଶିତ ଭାରତ ହେବ । ମୋ ବିଶ୍ବାସ ଅଛି ଯୁବଗୋଷ୍ଠୀଙ୍କ ସାମର୍ଥ୍ୟ ଏହି ସ୍ବପ୍ନକୁ ସଂକଳ୍ପରେ ପୂରଣ କରି ସିଦ୍ଧି ପ୍ରାପ୍ତ କରିବେ । ''

ଏହା ବି ପଢନ୍ତୁ...Rajasthan Assembly Election: କିଏ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ? ବସୁନ୍ଧରାଙ୍କୁ ଟିକେଟ ପରେ ସବୁ ଅଙ୍କ ଫେଲ !

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,"ଆଗାମୀ 25 ବର୍ଷ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ । ସିନ୍ଧିଆ ସ୍କୁଲ ପିଲାଙ୍କ ସଂକଳ୍ପ ହେବା ଦରକାର ମୁଁ ବନାଇବି 'ବିକାଶିତ ଭାରତ' । ସିନ୍ଧିଆ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ କାନଭାସରେ ସବୁ ପ୍ରକାର ରଙ୍ଗ ଦେଖାଯାଏ । ଏହି ଭାରତ ଭୂମିରେ ଯିଏ ବି ଜନ୍ମ ନେଇଛନ୍ତି ସେ ମନୁଷ୍ୟ ଦେବତାଙ୍କଠୁ ବି ଅଧିକ ସୌଭାଗ୍ୟଶାଳୀ । ଆଜି ଭାରତ ସଫଳାର ଯେଉଁ ଶିଖରରେ ପହଞ୍ଚିଛି ତାହା ଅଦ୍ଭୂତପୂର୍ବ । ସମଗ୍ର ବିଶ୍ବର ନଜର ଏହା ଉପରେ ରହିଛି । ଭାରତ ଚନ୍ଦ୍ରମାରେ ପହଞ୍ଚିଛି ଯେଉଁଠି କେହି ପହଞ୍ଚି ନାହାନ୍ତି । ଆଜି ଭାରତ ପାଇଁ କିଛି ବି ଅସମ୍ଭବ ନୁହେଁ । ସବୁବେଳେ ଆଉଟ ଅଫ ଦି ବକ୍ସ ଭାବିବା ମୋର ମନ୍ତ୍ର । ଭାରତରୁ ଗରିବ ଦୂର କରିବା ଜୁରୁରୀ । 5 ବର୍ଷରେ 13 କୋଟି ଲୋକ ଗରିବିରୁ ମୁ୍କ୍ତ ହୋଇଛନ୍ତି । ଆଜିର ଭାରତ ଯାହା ବି କରୁଛି ତାହାକୁ ମୋଗା ସ୍କେଲରେ କରୁଛି । ତୁମର ସ୍ବପ୍ନ ଓ ସଂକଳ୍ପ ଦୁଇଟି ବଡ଼ ହେବା ଦରକାର । ମୁଁ ଏହା କହିବାକୁ ଚାହିଁବି କି ଆପଣଙ୍କ ସ୍ବପ୍ନ ମୋର ସଂକଳ୍ପ । ଆପଣ ଆପଣଙ୍କ ଚିନ୍ତାଧାରା, ଆଇଡିଆ ନମୋ ଆପ୍‌ ଜରିଆରେ ମୋ ସହ ସେୟାର କରିପାରିବେ । ଜୀବନ ଏହି ପରି ହସଖୁସିରେ ଚାଲିବା ଦରକାର ।"

ସିନ୍ଧିଆ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ 9ଟି ହୋମୱାର୍କ

  • ଜଳ ସଂରକ୍ଷଣ ନେଇ ଲୋକଙ୍କୁ ସଚେତନ କରାଇବା ।
  • ଗାଁ ଗାଁ ଯାଇଁ ଡିଜିଟାଲ ନେଣଦେଣ ବିଷୟରେ ଅବଗତ କରାଇବା ।
  • ସ୍ବଚ୍ଛତା ମିଶନକୁ ଅଧିକ ସଫଳ କରିବା । ଇନ୍ଦୋର ପରି ଗ୍ବାଲିୟରକୁ ସ୍ବଚ୍ଛ କରନ୍ତୁ ।
  • ଲୋକାଲ ଭର ଭୋକାଲ । ସ୍ଥାନୀୟ ଉତ୍ପାଦକୁ ଅଧିକ ଗରୁତ୍ବ ।
  • ପ୍ରଥମେ ନିଜ ଦେଶକୁ ଦେଖନ୍ତୁ ।
  • ପ୍ରାକୃତିକ ଚାଷ ପ୍ରତି ଚାଷୀଙ୍କୁ ସେଚେତନ କରିବା ।
  • ମିଲେଟ ବା ଶ୍ରୀଅନ୍ନକୁ ଜୀବନରେ ସାମିଲ କରନ୍ତୁ ।
  • ଫିଟନେସ ଉପରେ ଗୁରୁତ୍ବ ଦିଅନ୍ତୁ । ଯୋଗ ହେଉ ବା କ୍ରୀଡା ଏହାକୁ ଜୀବନରେ ଅଭିନ୍ନ ଅଂଶ କରନ୍ତୁ ।
  • ଅତିକମରେ ଗୋଟିଏ ଗିରବ ପରିବାରର ହ୍ୟାଣ୍ଡ ହୋଲ୍ଡଙ୍ଗି କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.