ETV Bharat / bharat

ବେଙ୍ଗାଲୁରୁରୁ ପୁରୁଷ ବନ୍ଧୁଙ୍କ ସହ ଗିରଫ ପାକିସ୍ତାନୀ ଯୁବତୀ

ବେଙ୍ଗାଲୁରୁରୁ ପୁରୁଷ ବନ୍ଧୁଙ୍କ ସହ ଗିରଫ ପାକିସ୍ତାନୀ ଯୁବତୀଙ୍କୁ ପାକିସ୍ତାନକୁ କରାଗଲା ହସ୍ତାନ୍ତର । ଜାନୁଆରୀ 19 ରେ ଗିରଫ କରିଥିଲା ବେଙ୍ଗାଲୁରୁ ପୋଲିସ । ଅଧିକ ପଢନ୍ତୁ

author img

By

Published : Feb 21, 2023, 9:20 PM IST

ବେଙ୍ଗାଲୁରୁରୁ ପୁରୁଷ ବନ୍ଧୁଙ୍କ ସହ ଗିରଫ ପାକିସ୍ତାନୀ ଯୁବତୀଙ୍କୁ ସ୍ବଦେଶ ଫେରାଇଲା ଭାରତ

ବେଙ୍ଗାଲୁରୁ: ଗତ ଜାନୁଆରୀରେ ବିନା ପ୍ରମାଣପତ୍ରରେ ନିଜ ପୁରୁଷ ବନ୍ଧୁଙ୍କ ସହ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନିଜ ଦେଶକୁ ହସ୍ତାନତର କରାଯାଇଛି । ଚଳିତବର୍ଷ ଜାନୁଆରୀ 19 ତାରିଖରେ, ମୁଲାୟମ ସିଂ ନାମକ ଜଣେ ଉତ୍ତର ପ୍ରଦେଶର ଯୁବକଙ୍କ ସହ ପାକିସ୍ତାନୀ ମହିଳାଙ୍କୁ ଗିରଫ କରାଯାଇଥିଲା । ବେଙ୍ଗାଲୁରୁ ବେଲାନ୍ଦୁର ପୋଲିସ ଉଭୟଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଥିଲା । ମହିଳାଙ୍କୁ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ସମସ୍ତ ଯାଞ୍ଚ ଶେଷ ହେବା ପରେ ତାଙ୍କୁ ଆଜି ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି

ପୋଲିସ ସୂଚନା ଅନୁସାରେ, ଗିରଫ ହୋଇଥିବା ପାକିସ୍ତାନୀ ମହିଳାଙ୍କ ନାମ ଇକ୍ରା ଜୀୱାନୀ ଓ ତାଙ୍କ ଭାରତୀୟ ପୁରୁଷ ବନ୍ଧୁଙ୍କ ନାମ ମୂଲାୟମ ସିଂ । ମହିଳା ପାକିସ୍ତାନରୁ ବିନା କାଗଜପତ୍ରରେ ଭାରତରେ ଅନୁପ୍ରବେଶ କରିଥିଲେ । ପରେ ଉତ୍ତର ପ୍ରଦେଶର ଯୁବକ ମୂଲାୟମଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକଜଣଙ୍କ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଉଭୟ ବେଙ୍ଗାଲୁରୁ ଚାଲିଆସି ଘଡା ଘରେ କିଛି ମାସ ରହିଥିଲେ । ଗତିବିଧିରେ ସନ୍ଦେହ ହେବାରୁ ପୋଲିସକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଥିଲା । ପୋଲିସ ଉଭୟଙ୍କୁ ଅଟକ ରଖି ଜେରା କରିବା ପରେ ମହିଳାଜଣଙ୍କ ପାକିସ୍ତାନୀ ବୋଲି ଜଣାପଡିଥିଲା ।

ଉଭୟଙ୍କୁ ଗିରଫ କରାଯାଇଥିଲା । ମହିଳାଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରାଯିବା ନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ତାଙ୍କୁ ହସ୍ତାନ୍ତର କରାଯାଇଛି । ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଥିବା ୱାଘା-ଅଟାରୀ ପୋଷ୍ଟ ଦେଇ ମହିଳାଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଜଣେ ବିଦେଶୀ ମହିଳାଙ୍କୁ ସୀମା ପାର କରାଇବା ଓ ଭାରତରେ ଆଶ୍ରୟ ଦେବା ଅଭିଯୋଗରେ ସମ୍ପୃକ୍ତ ଯୁବକ ମୂଲାୟମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏବେ ସେ ଜେଲରେ ରହିଛନ୍ତି । ଦେଶର ଜାତୀୟ ସୁରକ୍ଷାକୁ ବିପନ୍ନ କରିବା ଅନ୍ତର୍ଜାତୀୟ ନିମୟ ଉଲଙ୍ଘନ କରି ଏକାଧିକ ସଙ୍ଗୀନ ଦଫା ତାଙ୍କ ନାମରେ ରହିଛି । ରବିବାର ଭାରତ-ନେପାଳ ସୀମାରୁ ମଧ୍ୟ ଜଣେ ଚୀନ ନାଗରିକଙ୍କୁ ବିନା ଭିସାରେ ଗିରଫ କରିଥିଲେ ସୁୁରକ୍ଷାବଳର ଯବାନ । ବିନା କାଗଜପତ୍ରରେ ନେପାଳ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରି ଦିଲ୍ଲୀ ଆସିବା ପରେ ନେପାଳ ଫେରିବା ବାଟରେ ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରୀ ଅଞ୍ଚଳରେ ତାଙ୍କୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.