ETV Bharat / bharat

ବିବାହ ପରେ ହୃତଘାତରେ ଚାଲିଗଲା ବରର ଜୀବନ

author img

By

Published : May 5, 2023, 9:57 PM IST

Updated : May 5, 2023, 10:17 PM IST

କିଛି ସମୟ ମଧ୍ୟରେ ଖୁସିର ମୁହୂର୍ତ୍ତରେ ଖେଳିଗଲା ଶୋକର ଛାୟା । ବିବାହ ପରେ ବିଦାଇ ସମୟରେ ହୃଦଘାତ ଯୋଗୁଁ ଚାଲିଗଲା ବରର ଜୀବନ । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା: ମୃତ୍ୟୁ କେତେ ବେଳେ କେଉଁ ମୁହୂର୍ତ୍ତରେ ଆସିବ ତାହା ପରିକଳ୍ପନା କରିବା ନିହାତି କଷ୍ଟକର । ଏହି ଉକ୍ତିଟିର ପ୍ରତିବିମ୍ବ ଯେପରି ଏହି ଘଟଣାରେ ଦେଖିବାକୁ ମିଳିଛି । ବିବାହ ପରେ ହୃଦଘାତ ଯୋଗୁଁ ଚାଲିଯାଇଛି ବରର ଜୀବନ । ବିହାର ଭାଗଲପୁରରେ ଏପରି ଦୁଃଖଦ ଘଟଣା ଘଟିଛି । ଗୁରୁବାର ସକାଳେ ଏହି ଘଠଣା ଘଟିଥିବା ବେଳେ କିଛି ସମୟ ପୂର୍ବରୁ ଆନନ୍ଦ ଉଲ୍ଲାସରେ ବିଭୋର ଥିବା ପରିବାରରେ ଖେଳିଯାଇଛି ଶୋକର ଛାୟା ।

ବରକନ୍ୟା
ବରକନ୍ୟା

ବୁଧବାର ସନ୍ଧ୍ୟାରେ ଭାଗଲପୁର କୋଠି ଖଞ୍ଜରପୁରରୁ ବରଯାତ୍ରୀ ବାହାରି ଝାଡ଼ଖଣ୍ଡ ଚାଇବାସାରେ ପହଞ୍ଚିଥିଲା । ଆନନ୍ଦ ଉଲ୍ଲାସ ପରିବେଶରେ ବିବାହ ଉତ୍ସବ ଶେଷ ହୋଇଥିଲା । ହେଲେ ସକାଳେ ହଠାତ ବର ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ଚିକିତ୍ସା କରାଇବା ଲାଗି ମାୟାଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଖବର ପାଇବା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲା । ମିଳିଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡ ଚାଇବାସା ଅଧିବାସୀ ଜନ୍ମଜୟ କୁମାର ଝାଙ୍କ ଝିଅ ଆୟୁଷୀ ସହ ଭାଗଲପୁର ବିନିତ ପ୍ରକାଶଙ୍କ ସହିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ବରଯାତ୍ରୀ ଗାଁରେ ପହଞ୍ଚିଥିଲେ । ହାତଗଣ୍ଠି ପଡିଲା ।

ଏହା ବି ପଢନ୍ତୁ- Manipur Controversy: ମୈତେଇଙ୍କଠୁ ନାଗା-କୁକିଙ୍କୁ କଣ ରହିଛି ସମସ୍ୟା, କାହିଁକି ଜଳୁଛି ମଣିପୁର ?

ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା । ନବବଧୂକୁ ନେବା ଲାଗି ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ହଠାତ ବର ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ମାୟାଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହାପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିନିତଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଯେତେବେଳେ ବିନିତଙ୍କୁ ମୃତ ଘୋଷିତ କରାଯାଇଥିଲା ସେତେବେଳେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ବରର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରିନଥିଲେ ।

ସେପଟେ ବରର ମୃତ୍ୟୁ ପରେ କନ୍ୟା ପକ୍ଷ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବର ପକ୍ଷ । ବରକୁ ହତ୍ୟା କରିବା ଲାଗି କନ୍ୟା ପକ୍ଷ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉ କି ବିନିତ ପ୍ରକାଶ (୩୦) ଦିଲ୍ଲୀରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ବିବାହ ଲାଗି କିଛି ଦିନ ଅଫିସରୁ ଛୁଟି ନେଇ ସେ ଘରକୁ ଆସିଥିଲେ । ଆଉ ବିବାହ ଲାଗି ଭାଗଲପୁରରେ ପହଞ୍ଚିଥିଲେ ।

Last Updated : May 5, 2023, 10:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.