ଚଣ୍ଡିଗଡ: ମୋଗା ଜିଲ୍ଲାର ଧରମକୋଟ ଅଞ୍ଚଳରୁ ଅତ୍ୟନ୍ତ ଘୃଣ୍ୟ ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ରାସ୍ତାରେ ଏକ ବୁଲା କୁକୁର ସହ ଦୁଷ୍କର୍ମ କରିଛି । ଯାହାର ଭିଡିଓ ସିସିଟିଭିରେ ମଧ୍ୟ ରେକର୍ଡ ହୋଇଛି । ଏନେଇ ଜଣାପଡିବା ପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅଭିଯୁକ୍ତ ଯୁବକକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସ୍ଥାନୀୟ ଲୋକଙ୍କୁ ପୋଲିସ ଆଶ୍ବସନା ଦେଇଛି ।
ମୋଗାର ଧରାମକୋଟ ଅଞ୍ଚଳରେ ଏକ କାର ଡ୍ରାଇଭର ଦୁଇଟି କୁକୁର ଛୁଆକୁ କାର ମଡ଼ାଇ ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଚେକ୍ କରିଥିଲେ ସ୍ଥାନୀୟ ବାସିନ୍ଦା । ହେଲେ ଯାହା ଦେଖିବାକୁ ମିଳିଥିଲା, ତାହା ଲଜ୍ଜାରେ ସମସ୍ତଙ୍କ ମୁଣ୍ଡକୁ ତଳକୁ କରିଦେଇଥିଲା । ଜଣେ ଯୁବକ ରାସ୍ତାକଡ଼ରେ ବୁଲୁଥିବା ଏକ କୁକୁର ସହ ଦୁଷ୍କର୍ମ କରିଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା । ଏନେଇ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମାମଲା ଏବେ ଥାନାରେ ପହଞ୍ଚିଛି । ସମ୍ପୃକ୍ତ ଯୁବକ କି’ଏ ସେ ନେଇ କିଛି ସ୍ପଷ୍ଟ ହୋଇନି । ପୋଲିସ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଘଟଣାଟି 17 ତାରିଖ ରାତିର ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ:-ସୀମା ଡେଇଁଲା ପାଶବିକତା: 80 ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ, ଯୁବକ ଅଟକ
ଏ ସମ୍ପର୍କରେ ସୂଚନା ଦେଇ ଧରମକୋଟ ପୋଲିସ ଷ୍ଟେସନ ମୁଖ୍ୟ ଗୁରୁବିନ୍ଦର ସିଂ କହିଛନ୍ତି , ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ଏ ସମ୍ପର୍କରେ ଜଣାପଡିଛି । ଅଭିଯୋଗ ଅନୁସାରେ ଏକ ମାମଲା ମଧ୍ୟ ସ୍ଥାନୀୟ ପୋଲିସ ରୁଜୁ କରିଛି । ଏହି ଅଭିଯୁକ୍ତ କି’ଏ ସେ ନେଇ କିଛି ସ୍ପଷ୍ଟ ହୋଇନି । ଏହି ଅଭିଯୁକ୍ତ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ସଂଗ୍ରହ କରାଯାଉଛି । ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଅଭିଯୁକ୍ତକୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯିବ । ଅନ୍ୟପଟେ ଏପରି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୁକ୍ତକୁ ତୁରନ୍ତ ଚିହ୍ନଟ କରି ଗିରଫ କରିବାକୁ ଦାବି ମଧ୍ୟ ଜୋର ଧରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ