ETV Bharat / bharat

ଭବ୍ୟ ନୂଆ ସଂସଦ ଭବନ: ସେଙ୍ଗୋଲ ସ୍ଥାପନରୁ ସୁରକ୍ଷା ବିଭ୍ରାଟ ଯାଏଁ

author img

By ETV Bharat Odisha Team

Published : Jan 1, 2024, 11:29 AM IST

New Parliament 2023: ଗତ ବର୍ଷ ନୂଆ ସଂସଦ ଭବନରେ ଆରମ୍ଭ ହୋଇଥିଲା ଅଧିବେଶନ । ଆସନ୍ତୁ ନଜର ପକାଇବା ନୂଆ ସଂସଦ ଭବନରେ ଘଟିଥିବା ବହୁ ଚର୍ଚ୍ଚିତ ଘଟଣା ଉପରେ । ସଂସଦର ଆଧାର ଶିଳା ସ୍ଥାପନ ହେବାଠାରୁ ୧୪୭ ସଂସଦ ନିଲମ୍ବିତ ହେବା ଯାଏଁ । ଅଧିକ ପଢ଼ନ୍ତୁ

ଚର୍ଚ୍ଚିତ ନୂଆ ସଂସଦ ଭବନ: ସେଙ୍ଗୋଲରୁ ସୁରକ୍ଷା ବିଭ୍ରାଟ ଯାଏଁ

ହାଇଦ୍ରାବାଦ: ଶେଷ ହୋଇଛି ବର୍ଷ ୨୦୨୩ । ଗତ ବର୍ଷ ନୂଆ ସଂସଦକୁ ନେଇ ବହୁଚର୍ଚ୍ଚିତ ଘଟଣାମାନ ଘଟିଛି । ଏହାରି ଭିତରେ ନୂଆ ସଂସଦର ଗୃହ ପ୍ରବେଶ ମଧ୍ୟ ହୋଇଥିଲା । ଯାହାକୁ ନେଇ ବାଦ ବିଦାଦ ମଧ୍ୟ ଦେଖାଯାଇଥିଲା । ନୂଆ ସଂସଦ ଭବନ ଉଦଘାଟନ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ରହି ଆସିଛି । ଉଦଘାଟନୀ ଉତ୍ସବରେ ବିରୋଧୀ ଯୋଗ ନଦେବା ହେଉ କି ସୁରକ୍ଷା ବିଭ୍ରାଟ । ଯାହାକୁ ନେଇ ଦେଶରେ ରାଜନୈତିକ ପାରଦ ବଢ଼ିଛି । ଆରମ୍ଭରୁ ହିଁ ବିବାଦ ଘେରରେ ରହିଛି ନୂଆଁ ସଂସଦ ଭବନ । ଯାହା ସବୁ ଦିନ ପାଇଁ ଇତିହାସର ଛାତିରେ ଲିପିବଦ୍ଧ ହୋଇ ରହିବ । ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ।

ଭାରତର ହେଉଛି ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର । ଦେଶକୁ ସଠିକ ଭାବରେ ଚଳାଇବା ପାଇଁ ହେଲେ ଏହି ସଂସଦ ଭବନରୁ ହିଁ ଗୋଟି ଚାଳନା କରାଯାଇଥାଏ । ହେଲେ ପୂର୍ବରୁ ଗୋଟିଏ ସଂସଦ ଭବନ ରହିଥିଲେ ମଧ୍ୟ କାହିଁକି ଆଉ ଗୋଟିଏ ସଂସଦ ଭବନର ପରିକଳ୍ପନା କରାଯାଇଥିଲା । ଯାହାକୁ ନେଇ ମଧ୍ୟ ରାଜନୀତି ହୋଇଥିଲା । ବିରୋଧୀ ନୂଆ ସଂସଦର ଆବଶ୍ୟକତା ନଥବା କଥା କହୁଥିବା ବେଳେ ନୂଆ ଭାରତର ଆବଶ୍ୟକତା ଅନୁସାରେ ଭିତ୍ତିଭୂମି ନଥିବା କଥା କହି ନୂଆ ସଂସଦ ଭବନ ନିର୍ମାଣ କରିଥିଲେ ସରକାର । ତେବେ କାହିଁକି ପଡିଲା ନୂଆ ସଂସଦ ଭବନ ନିର୍ମାଣ ଆବଶ୍ୟକତା ଆସନ୍ତୁ ଜାଣିବା ।

ନୂଆ ସଂସଦ

ପ୍ରାୟ ଶହେ ବର୍ଷ ଅର୍ଥାତ ୧୩୨୭ ମସିହାରେ ଇଂରେଜଙ୍କ ଦ୍ବାରା ପୁରୁଣା ସଂସଦ ଭବନ ନିର୍ମାଣ କରାଯାଇଥିଲା । ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରେ ଏହାକୁ ସମ୍ବିଧାନ ସଭା ପାଇଁ ବ୍ୟବହାର କରାଯାଉଥିବା ବେଳେ ସ୍ବାଧୀନତା ପରେ ଏହା ସ୍ବାଧୀନ ଭାରତର ସଂସଦ ଭବନର ମାନ୍ୟତା ପାଇଥିଲା । ଯେଉଁଥିରେ ନିମ୍ନ ସଦନ ଲୋକସଭା ପାଇଁ ମୋଟ ୫୪୫ଟି ଆସନ ଏବଂ ରାଜ୍ୟସଭା ପାଇଁ ୨୪୫ଟି ଆସନ ରହିଥିଲା । କିନ୍ତୁ ସମୟ ଅନୁସାରେ ଏଠାରେ ସ୍ଥାନ ଏବଂ ଭିତ୍ତିଭୂମିର ଅଭାବ ଦେଖାଦେଇଥିଲା । ତେଣୁ ଏକ ନୂତନ ସଂସଦ ଗୃହ ନିର୍ମାଣର ପରିକଳ୍ପନା କରାଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ୨୦୨୦ ମସିହା ଡ଼ିସେମ୍ବର ୧୦ ତାରିଖରେ ନୂତନ ସଂସଦ ଗୃହର ଆଧାର ଶିଳା ସ୍ଥାପନା କରିଥିଲେ । ଏହା ୬୫ ଜହାର ବର୍ଗଫୁଟ ପରିମିତ ଅଞ୍ଚଳରେ ପରିବେଷ୍ଟିତ । ପ୍ରାୟ ୬୦ ହଜାର ଶ୍ରମିକ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ରୟା ଅଢ଼େଇ ବର୍ଷ ଧରି ଏହି ଭବ୍ୟ ସଂସଦ ଭବନର କାର୍ଯ୍ୟ ଜାରିରହିଥିଲା । ଏଥିରେ ଭାରତର ଭବ୍ୟତା ଓ ସାଂସ୍କୃତିକ ବିଭିଧତାର ଝଲକ ମଧ୍ୟ ଦେଖିବାକୁ ମିଳେ । ତେବେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଏହାର ଶୁଭ ଉଘାଟନ କରିଥିଲେ । ହେଲେ ପୂର୍ବରୁ ଏହାକୁ ନେଇ ଜାରି ରହିଥିବା ବିବାଦ ଉଦଘାଟନୀ ଉତ୍ସବରେ ମଧ୍ୟ ଦୃଶ୍ୟମାନ ହୋଇଥିଲା ।

1. ଉଦଘାଟନୀ ଉତ୍ସବକୁ ଗଲେନି ବିରୋଧୀ:

ବହୁ ପ୍ରତୀକ୍ଷାର ଅନ୍ତଘଟାଇ ଚଳିତ ବର୍ଷ ମେ’ ୨୮ ତାରିଖରେ ନୂତନ ସଂସଦ ଗୃହକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଏହି ସର୍ବୋଚ୍ଚ ବ୍ୟବସ୍ଥାପିକା ଗୃହ ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ଲୋକାର୍ପିତ ହେବା ଉଚିତ ବୋଲି ବିରୋଧୀ ଯୁକ୍ତି ବାଢିଥିଲେ । ରାଜନୈତିକ ଆରୋପ ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିବା ସହ ବିରୋଧୀ ଲୋକାର୍ପଣ କାର୍ଯ୍ୟକ୍ରମ ମଧ୍ୟ ବର୍ଜନ କରିବାକୁ ପଛାଇନଥିଲା । ଏଥିରେ କେବଳ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏନ୍‌ଡିଏ ସହଯୋଗୀ ଦଳର ନେତାମାନେ ହିଁ ଯୋଗ ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଚର୍ଚ୍ଚା ଓ ଆଲୋଚନା ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ଗଣତାନ୍ତ୍ରିକ ଗୃହ ବିରୋଧୀଶୂନ୍ୟ ଭାବେ ଲୋକାର୍ପିତ ହୋଇଥିଲା ।

2.ସଂସଦ ଭବନରେ ସର୍ବଧର୍ମ ପ୍ରାର୍ଥନା:

ନୂତନ ସଂସଦ ଭବନ ଉଦଘାଟନୀ ସମାରୋହରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ନିମନ୍ତ୍ରିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ପ୍ରାର୍ଥନା ସଭାରେ ସାମିଲ ହୋଇଥିଲେ । ସକାଳ 7ଟା 30ରେ ନୂଆ ସଂସଦ ଭବନରେ ହୋମ ଯଜ୍ଞ ଓ ବେଦମନ୍ତ୍ର ଉଚ୍ଚାରଣ ସହ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଯଜ୍ଞ ସାମିଲ ହେବା ପରେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ରାଜଦଣ୍ଡ ସ୍ଥାପନ କରିଥିଲେ । ଯାହା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତାର ପରିଚୟ ପ୍ରଦାନ କରିଥିଲା ।

3. ‘ସେଙ୍ଗୋଲ ରାଜନୀତି ":
ନୂଆ ସଂସଦ ଭବନରେ ସ୍ଥାପିତ ହୋଇଥିଲା ‘ସେଙ୍ଗୋଲ’ ବା ରାଜଦଣ୍ଡ । ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ଏହା ସ୍ଥାପନା କରାଯାଇଛି । ଏହି ‘ସେଙ୍ଗୋଲ’ ଆମ ଦକ୍ଷିଣ ଭାରତୀୟ ପରମ୍ପରା ଓ ଐତିହ୍ୟ ସମେତ ସନାତନ ସଂସ୍କୃତି ସହ ଜଡ଼ିତ । ଇତିହାସରେ ବି ସେଙ୍ଗୋଲର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ୧୯୪୭ ମସିହା ଅଗଷ୍ଟ ୧୪ ତଥା ଦେଶ ସ୍ବାଧୀନତା ପୂର୍ବ ସଂଧ୍ୟାରେ ପଣ୍ଡିତ ଜବାହର ଲାଲ ନେହେରୁ ତାମିଲନାଡୁ ପୁରୋହିତ ମଣ୍ଡଳୀଙ୍କଠାରୁ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ଏକ ସଂଗ୍ରହାଳୟରେ ସ୍ଥାନ ମିଳିଥିଲା । ତେବେ ନୂତନ ସଂସଦ ସହ ଏହାର ସ୍ଥାପନା ମଧ୍ୟ ରାଜନୀତି ଉଷ୍ମତାକୁ ବୃଦ୍ଧି କରିଥିଲା ।

ଏହା ମଧ୍ୟ ପଢନ୍ତୁ .....ସ୍ମୃତିରେ 2023: ଏ ବର୍ଷ ଇହ ଧାମକୁ ପର କଲେ ଏହି ବିଶିଷ୍ଟ ଭାରତୀୟ ଶିଳ୍ପପତି

4.ଐତିହାସିକ ବିଲ୍ ପାରିତ:

୫ ଦିନିଆ ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିବସ ଓ ଗଣେଶ ଚତୁର୍ଥୀ ଅବସରରେ ନୂତନ ସଂସଦ ଭବନ ପ୍ରବେଶ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସର୍ବାଧିକ ଚର୍ଚ୍ଚାରେ ମହିଳା ସଂରକ୍ଷଣ ବିଲ । ଉଭୟ ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଉଦ୍ଦିଷ୍ଟ ବିଲ୍‌ ପାରିତ ହୋଇଥିଲା । ଏହାକୁ ନୂତନ ସଂସଦ ଭବନର ଐତିହାସିକ ଉପଲବ୍ଧି ବୋଲି ସରକାର କହିଥିଲେ । ପରେ ଶୀତ ଅଧିବେଶନରେ ମୋଟ ୧୯ଟି ବିଲ୍‌ ପାରିତ କରାଯାଇଥିଲା । ସେଥିମଧ୍ୟରୁ ମୁଖ୍ୟ ୩ଟି ବିଲ୍‌ ହେଲା ଭାରତୀୟ ନାଗରିକ ସୁରକ୍ଷା ସଂହିତା- 2023, ଭାରତୀୟ ନ୍ୟାୟ ସଂହିତା- 2023 ଏବଂ ଭାରତୀୟ ସାକ୍ଷ ଅଧିନିୟମ-2023 । 18 ଦିନିଆ ଅଧିବେଶନରେ 14 ଦିନ ଗୃହ ଚାଲିଥିଲା । ପରେ ଏହି ବିଲ୍‌ଗୁଡ଼ିକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପାଠାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୋହର ଲଗାଇବା ପରେ, ଆଇନରେ ପରିଣ ହୋଇସାରିଲଣି ।

5. ସୁରକ୍ଷା ବିଭ୍ରାଟ :

୨୦୦୧ ସଂସଦ ଆକ୍ରମଣର ୨୨ତମ ବାର୍ଷିକୀ ପୂର୍ତ୍ତି ଅବସରରେ ପୁଣି ଦେଖାଯାଇଥିବା ସୁରକ୍ଷା ବିଭ୍ରାଟ । ଅଭେଦ୍ୟ ସୁରକ୍ଷା ବଳୟ ଭେଦ କରି ହାତରେ କଲର ବମ ଧରି ସଂସଦ ମଧ୍ୟକୁ ପ୍ରବେଶ କରିଥିେ 2 ଜଣ ବ୍ୟକ୍ତି । ଚଳିତ ବର୍ଷ ଡିସେମ୍ବର 13 ତାରିଖ ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । 2ଜଣ ବ୍ୟକ୍ତି ଲୋକସଭାର ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁ ପଡ଼ିଥିଲେ । ହାତରେ କଲର୍ସ ସ୍ମୋକ୍‌ ଧରି ଲୋକସଭାର ଦର୍ଶକ ଗ୍ୟାଲେରିରୁ ଡେଇଁ ପଡିଥିଲେ ଫଳରେ ପୁରା ଗୃହ ଧୂଆଁମୟ ହୋଇଯାଇଥିଲା । ପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଉଭୟଙ୍କୁ କାବୁ କରିଥିଲେ । ଏହି ଘଟଣା ପରେ ଗୃହ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେମାନଙ୍କ ନାମ ନୀଲମ ସିଂହ ଏବଂ ଅମୋଲ ସିନ୍ଦେ । ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଥିଲା । ତେବେ ଏହା ଆତଙ୍କୀ କାର୍ଯ୍ୟକଳାପ ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ଅନ୍ୟପଟେ ଆଉ ଜଣେ ମହିଳା ଓ ଜଣେ ପୁରୁଷ ସଂସଦ ବାହାରେ ମଧ୍ୟ କଲର୍ସ ସ୍ମୋକ ଧରି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ମଧ୍ୟ ସଂସଦର ସୁରକ୍ଷାକର୍ମୀ କାବୁ କରିଥିଲେ । ଏହି ଘଟଣାରେ ମୋଟ 6 ଜଣଙ୍କୁ ଗିରଫ କରାଯାଇଥିଲା ।

୬. ୧୪୭ ସଂସଦ ନିଲମ୍ବିତ

ସଂସଦ ସୁରକ୍ଷା ବିଭ୍ରାଟ ମାମଲାର ତାତି ସଂସଦ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥିତି ଏପରି ହୋଇଥିଲା ଯେ, ସଂସଦ ଇତିହାସରେ ସାଂସଦଙ୍କ ସର୍ବକାଳୀନ ନିଲମ୍ବନ ରେକର୍ଡ ଦେଖିବାକୁ ମଳିଥିଲା । ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ସଂସଦରେ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବିରେଧୀ ସଦସ୍ୟଙ୍କ ଅଶୋଭନୀୟ ଆଚରଣ ପାଇଁ ଶୀତ ଅଧିବେଶନରୁ ଉଭୟ ଗୃହରୁ ମୋଟ ୧୪୬ ସଂସଦଙ୍କୁ ନିଲମ୍ବିତ କରାଯାଇଥିଲେ । ଯାହା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତି ଦେଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.