ETV Bharat / bharat

yamuna Expressway: ଅପରାଧ ପରେ ମୃତଦେହ ଫିଙ୍ଗୁଛନ୍ତି ଦୁର୍ବୃତ୍ତ, 2 ବର୍ଷରେ ମିଳିଲାଣି 12 ମୃତଦେହ - ଯମୁନା ଏକ୍ସପ୍ରେସ ଓ୍ବେ ପାଲଟିଛି ମୃତଦେହର ଗନ୍ତାଘର

ଯମୁନା ଏକ୍ସପ୍ରେସ ଓ୍ବେରେ (Yamuna Expressway) ଅପରାଧ ପରେ ମୃତଦେହ ଫିଙ୍ଗୁଛନ୍ତି ଦୁର୍ବୃତ୍ତ । ନିକଟରେ ୧୨ଟି ଅଜ୍ଞାତ ମୃତଦେହ ଜବତ କଲାଣି ପୋଲିସ । ଦେଖନ୍ତୁ ଏହି ରିପୋର୍ଟ

ଯମୁନା ଏକ୍ସପ୍ରେସ ଓ୍ବେ ଅପରାଧ ପରେ ମୃତଦେହ ଫିଙ୍ଗୁଛନ୍ତି ଦୁର୍ବୃତ୍ତ: 2 ବର୍ଷରେ ମିଳିଲାଣି 12 ମୃତଦେହ

author img

By

Published : Dec 5, 2022, 8:43 PM IST

ହାଇଦ୍ରାବାଦ: ଆଗ୍ରାରୁ ଦିଲ୍ଲୀକୁ ସଂଯୋଗ କରିୁଥିବା ଯମୁନା ଏକ୍ସପ୍ରେସ-ଓ୍ବେ ଏବେ ମୃତଦେହର ଠିକଣା ପାଲଟିଛି । ହତ୍ୟାକାଣ୍ଡକୁ ରୂପ ଦେବା ପରେ ଏହିଠାରେ ହିଁ ମୃତଦେହ ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଆଗ୍ରା ଠାରୁ ନୋଏଡା ପର୍ଯ୍ୟନ୍ତ ୧୬୫ କିଲୋମିଟର ବ୍ୟବଧାନ ମଧ୍ୟରେ ଗତ ପ୍ରାୟ ଦୁଇ ବର୍ଷ ମଧ୍ୟରେ ପୋଲିସ 12 ମୃତଦେହ ଉଦ୍ଧାର କରିସାରିଲାଣି । କିଛି ମୃତଦେହର ଚିହ୍ନଟ ହୋଇସାରିଥିବା ବେଳେ ଏବେ ସୁଦ୍ଧା ମଧ୍ୟ କିଛି ମୃତଦେହର ପରିଚୟ ସ୍ପଷ୍ଟ କରି ପାରିନି ପୋଲିସ । ସେଥିମଧ୍ୟରୁ ପିତାମାତାଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ଆୟୁଷୀ ଯାଦବଙ୍କ ମୃତଦେହ ମଧ୍ୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ରାଜସ୍ଥାନରେ ଭାରତ ଯୋଡ ଯାତ୍ରା, ରାହୁଲଙ୍କ ସହ ପାଦ ମିଶାଇ ଚାଲୁଛନ୍ତି ଗେହଲଟ-ପାଇଲଟ

ତଥ୍ୟ ଅନୁସାରେ, ଆଗ୍ରାରେ ୨୦୨୧ ମସିହାରେ ଏହି ଏକ୍ସପ୍ରେସ-ଓ୍ବେର ମାତ୍ର ୧୦ ରୁ ୧୨ କିଲୋମିଟର ମଧ୍ୟରେ ୪ ଯୁବତୀଙ୍କର ମୃତଦେହ ଜବତ କରାଯାଇଥିଲା । ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ସ୍ପଷ୍ଟ କରିପାରିନି ପୋଲିସ । ଏମାନେ ହତ୍ୟାର ଶିକାର ହୋଇଥିବା ଅନୁମାନ କରାଯାଉଥିଲେ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ । ନିକଟରେ ଯମୁନା ଏକ୍ସପ୍ରେସ ଓ୍ବେରେ ସୁଟକେସରୁ ଏକ ଯୁବତୀଙ୍କ ମୃତଦେହ ଜବତ ହେବା ଘଟଣାର ପୋଲିସ ପର୍ଦ୍ଧାଫାସ କରିବାରେ ସଫଳ ହୋଇଛି । ମୃତଦେହଟି ଆୟୁଷୀ ଯାଦବ ନାମ୍ନୀ ଜଣେ ଯୁବତୀଙ୍କର ଓ ତାଙ୍କୁ ତାଙ୍କ ପିତା ହିଁ ହତ୍ୟା କରିଥିଲେ । ଏହି ଘଟଣାରେ ଆୟୁଷୀର ମାତାପିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

2021 ମସିହା ଏପ୍ରିଲ 21 ତାରିଖରେ ଯମୁନା ଏକ୍ସପ୍ରେସ-ୱେ ନିକଟବର୍ତ୍ତୀ ଜଙ୍ଗଲରେ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହର ଅଧିକାଂଶ ଅଂଶ ପୋଡି ଯାଇଥିବା କାରଣରୁ ପରିଚୟ ସ୍ପଷ୍ଟ କରିବା ପୋଲିସ ପାଇଁ କଷ୍ଟକର ହୋଇ ପଡିଥିଲା । ଏବେ ମଧ୍ୟ ଏହି କାଣ୍ଡରୁ ପୋଲିସ ପରଦା ଉଠାଇବାରେ ସଫଳ ହୋଇପାରିନାହିଁ । ସେହିପରି ଗତବର୍ଷ ମେ’ 30 ତାରିଖରେ ଜର୍ଣ୍ଣା ନାଲା ନିକଟ ଜଙ୍ଗଲରୁ ଆଉ ଜଣେ ଯୁବତୀର ମୃତଦେହ ଜବତ କରାଯାଇଥିଲା । ମୃତଦେହ ଉଦ୍ଧାର କରିବା ସମୟରେ ହାତ ଓ ପାଦକୁ ଗାମୁଛାରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ମୃତଦେହଟି ଜଣେ ନାବାଳିକାର ବୋଲି ପୋଲିସ ଜାଣିବାକୁ ପାଇଥିଲେ ସୁଦ୍ଧା ହତ୍ୟାକାଣ୍ଡ ଉପରୁ ପରଦା ଉଠାଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.