ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ପଦ୍ମଶ୍ରୀ ଫେରାଇବେ ବଜରଙ୍ଗ, କାଲି ସନ୍ୟାସ ନେଇଥିଲେ ସାକ୍ଷୀ

Bajrang Punia to return Padma Shri award: କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବଡ଼ ଘୋଷଣା । ପ୍ରଧାନମନ୍ତ୍ରୀଙ୍କୁ ଫେରାଇବେ ପଦ୍ମଶ୍ରୀ । ଅଧିକ ପଢନ୍ତୁ

Bajrang Punia
Bajrang Punia
author img

By ETV Bharat Odisha Team

Published : Dec 22, 2023, 5:13 PM IST

Updated : Dec 22, 2023, 5:26 PM IST

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଗତକାଲି (ଗୁରୁବାର) କୁସ୍ତିରୁ ସନ୍ୟାସ ନେବା ପରେ ଆଜି ବଡ଼ ଘୋଷଣା କରିଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ କୁସ୍ତି ମହାସଂଘର ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ଏହାକୁ ବିରୋଧ କରି ଏପରି ନିଷ୍ପତ୍ତି ନେଇଛନ୍ତି ପୁନିଆ । ଏନେଇ ସେ ଆଜି ଏକ୍ସ ସାଇଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ବ୍ରିଜଭୂଷଣଙ୍କ ସହଯୋଗୀ WFI ସଭାପତି ହେବା ପରେ କୁସ୍ତି ଛାଡ଼ିଲେ ସାକ୍ଷୀ: କାନ୍ଦିଲେ, ଟେବୁଲ ଉପରେ ଜୋତା ରଖିଲେ

  • मैं अपना पद्मश्री पुरस्कार प्रधानमंत्री जी को वापस लौटा रहा हूँ. कहने के लिए बस मेरा यह पत्र है. यही मेरी स्टेटमेंट है। 🙏🏽 pic.twitter.com/PYfA9KhUg9

    — Bajrang Punia 🇮🇳 (@BajrangPunia) December 22, 2023 " class="align-text-top noRightClick twitterSection" data=" ">

ଗୁରୁବାର କୁସ୍ତି ମହାସଂଘର ଅଧ୍ୟକ୍ଷ ଲାଗି ନିର୍ବାଚନ ହୋଇଥିବା ବେଳେ ବିବାଦୀୟ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସିଂ ଏହି ନିର୍ବାଚନ ଜିତିଥିଲେ । ଏହାପରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଓ ଭିନେଶ ଫୋଗାଟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହାକୁ ବିରୋଧ କରି ସାକ୍ଷୀ କୁସ୍ତିରୁ ସନ୍ୟାସ ନେବା ଲାଗି ଘୋଷଣା କରିଥିଲେ । ଏହାପରେ ସାକ୍ଷୀ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିବା ବେଳେ ସାମ୍ବାଦିକ ସମ୍ମିଳନୀରୁ କାନ୍ଦି କାନ୍ଦି ପଳାଇଥିବା ଦେଖିବାକୁ ମିଳିଥିଲା । ତେବେ ସେ କୁସ୍ତିରୁ ସନ୍ୟାସ ନେବାର ଗୋଟିଏ ଦିନ ପରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବା ଲାଗି ଅନ୍ୟତମ କୁସ୍ତିଯୋଦ୍ଧା ପୁନିଆ ଘୋଷଣା କରିଛନ୍ତି ।

ଏହା ବି ପଢନ୍ତୁ- Wrestlers vs Brij Bhushan: 'ଆମ ଲଢେଇ WFI ମୁଖ୍ୟଙ୍କ ବିରୋଧରେ, ସରକାରଙ୍କ ସହ ନୁହେଁ'

ଏନେଇ ପୁନିଆ ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, "ମୁଁ ମୋର ପଦ୍ମଶ୍ରୀ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କୁ ଫେରାଉଛି ।" ଏହାସହିତ ପୁନିଆ ଏକ ଲମ୍ବା ଚିଠି ମଧ୍ୟ ପୋଷ୍ଟ କରିଛନ୍ତି । ସୂଚନା ଥାଉ କି କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ତାଙ୍କୁ ଏହି ପଦରୁ ହଟାଇବା ଲାଗି ଅନେକ ଦିନରୁ କୁସ୍ତିଯୋଦ୍ଧାମାନେ ଦାବି କରିଆସୁଥିଲେ । ଏନେଇ ବହୁ କୁସ୍ତିଯୋଦ୍ଧା ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଜନ୍ତର ମନ୍ତରରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ତେବେ ବ୍ରିଜଭୂଷଣଙ୍କୁ ସରକାର ପଦରୁ ହଟାଇନଥିବା ବେଳେ ତାଙ୍କର କାର୍ଯ୍ୟକାଳ ଶେଷ ପରେ ହିଁ ସେ ଏହି ପଦ ଛାଡ଼ିଥିଲେ । ଏବେ ପୁଣି ଥରେ WFI ଅଧ୍ୟକ୍ଷ ଲାଗି ନିର୍ବାଚନ ହୋଇଥିବା ବେଳେ ବ୍ରିଜଭୂଷଣଙ୍କ ଘନିଷ୍ଠ ନିର୍ବାଚନ ଜିତିବା ପରେ ଏହାକୁ ବିରୋଧ କରିଛନ୍ତି କିଛି କୁସ୍ତିଯୋଦ୍ଧା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 22, 2023, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.