ETV Bharat / bharat

ବିଶ୍ବର ସବୁଠୁ ବଡ ରାକ୍ଷୀ: ୱାର୍ଡ ବୁକ୍ ଅଫ୍ ରେକର୍ଡରେ ହୋଇପାରେ ସାମିଲ

author img

By ETV Bharat Odisha Team

Published : Aug 31, 2023, 12:22 PM IST

ମଧ୍ୟପ୍ରଦେଶର ଜଣେ ବିଜେପି ନେତା ବିଶ୍ବର ସବୁଠୁ ବଡ ରାକ୍ଷୀ ପ୍ରସ୍ତୁତ କରିଛନ୍ତି, ଯାହାର ଲମ୍ବ ୧୦୦୦ ଫୁଟ୍ ରହିଛି । ଅଧିକ ପଢନ୍ତୁ

ବିଶ୍ବର ସବୁଠୁ ବଡ ରାକ୍ଷୀ
ବିଶ୍ବର ସବୁଠୁ ବଡ ରାକ୍ଷୀ

ଭୋପାଳ: ରକ୍ଷା ବନ୍ଧନ...ଭାଇ-ଭଉଣୀ ମଧ୍ୟରେ ସ୍ନେହ ପ୍ରେମ ଶ୍ରଦ୍ଧାର ପବିତ୍ର ପର୍ବ । ଏଥର ଦୁଇ ଦିନ ଧରି ଦେଶରେ ରକ୍ଷା ବନ୍ଧନ ପାଳନ ହେଉଛି । ଭାଇର ଦୀର୍ଘାୟୁ କାମନା କରି ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ । ରକ୍ଷା ବନ୍ଧନ ଆସିଲେ ବଜାରଘାଟରେ ଭିନ୍ନ ଭିନ୍ନ ପ୍ରକାର ଆକର୍ଷଣୀୟ ମନଲୋଭା ରାକ୍ଷୀର ପସରା ମେଲେ । ଚଳିତ ବର୍ଷ ମଧ୍ୟ ସେଭଳି ଆକର୍ଷଣୀୟ ରାକ୍ଷୀ ସହିତ କିଛି ଆଚମ୍ବିତ କଲାଭଳି ରାକ୍ଷୀ ଦେଖିବାକୁ ମିଳିଛି । ଏଥର ବିଶ୍ବର ସବୁଠୁ ବଡ, ସବୁଠୁ ସୂକ୍ଷ୍ମ ରାକ୍ଷୀ ପ୍ରସ୍ତୁତ ହୋଇଛି, ଯାହାକି ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରିଛି ।

ବିଶ୍ବର ସବୁଠୁ ବଡ ରାକ୍ଷୀ
ବିଶ୍ବର ସବୁଠୁ ବଡ ରାକ୍ଷୀ

ବିଶ୍ବର ସବୁଠୁ ବଡ ରାକ୍ଷୀ: ମଧ୍ୟପ୍ରଦେଶର ଅଶୋକ ଭରଦ୍ବାଜ ନାମକ ଜଣେ ବିଜେପି ନେତା ତଥା ସାମାଜିକ କର୍ମୀ ଚଳିତ ବର୍ଷ ବିଶ୍ବର ସବୁଠୁ ବଡ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ତାଙ୍କର ଏହି କଳାକୃତି ଏବେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଏବଂ ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି । ଆଜି ସେ ଏହି ରାକ୍ଷୀକୁ ସର୍ବସାଧାରଣ ପାଇଁ ଉନ୍ମୋଚନ କରିବେ । ଭରଦ୍ବାଜଙ୍କ ଦ୍ବାରା ପ୍ରସ୍ତୁତ ରାକ୍ଷୀର ଲମ୍ବ ପ୍ରାୟ ୧୦୦୦ ଫୁଟ ରହିଛି । ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସହିତ ବିଶ୍ବର ୫ଟି ପ୍ରମୁଖ ରେକର୍ଡ କିପିଂ ସଂଗଠନ ଏହି ନିଆରା କଳାକୃତିକୁ ଅନୁମୋଦନ କରିବେ । ଆଜି ଠାରୁ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଏହାକୁ ରଖାଯିବ ।

ବିଶ୍ବର ସବୁଠୁ ସୂକ୍ଷ୍ମ ରାକ୍ଷୀ: ରାଜସ୍ଥାନର ପ୍ରସିଦ୍ଧ କାରିଗର ଇକବାଲ ସକ୍କା ରାକ୍ଷୀ ବନ୍ଧନ ଅବସରରେ ଦୁନିଆର ସବୁଠୁ ସୂକ୍ଷ୍ମ ରାକ୍ଷୀ ପ୍ରସ୍ତୁତ କରିଛନ୍ତି, ଯାହାର ଲମ୍ବ ମାତ୍ର ଏକ ମିଲି ମିଟର । ଏହି ରାକ୍ଷୀ ପବନ ଠାରୁ ବି ହାଲୁକା ବୋଲି କୁହାଯାଉଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିଲା । ରାକ୍ଷୀଟି ଏତେ ଛୋଟ ଯେ, ଏହାର କଳାକୃତି ଦେଖିବାକୁ ହେଲେ ଲେନ୍ସର ସହାୟତା ନେବାକୁ ପଡୁଛି । ପୂର୍ବରୁ ନିଜର ଏଭଳି ଅଦ୍ଭୁତପୂର୍ବ କଳାକୃତି ପାଇ ଇକବାଲ ୧୦୦ଟି ୱାର୍ଲ୍ଡ ରେକର୍ଡ ନିଜ ନାମର କରିସାରିଛନ୍ତି । ଏବେ ପୁଣିଥରେ ରାକ୍ଷୀରେ ନିଜର ଚମତ୍କାର କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସେ ଉକ୍ତ ରାକ୍ଷୀକୁ ଇନ୍ଦୋର ଖଜରାନା ସ୍ଥିତ ଗଣେଶ ମନ୍ଦିରରେ ପ୍ରଭୁ ଗଣେଶଙ୍କ ହାତରେ ବାନ୍ଧିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ଏକ ପତ୍ର ଲେଖିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମୀ, ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଲେ ଭଉଣୀ ସୁଭଦ୍ରା

ଅନ୍ୟପଟେ ଅଶୋକ ଭରଦ୍ବାଜଙ୍କ ଦ୍ବାରା ପ୍ରସ୍ତୁତ ବିଶ୍ବର ସବୁଠୁ ବଡ ରାକ୍ଷୀ ମଧ୍ୟ ଖଜରାନା ଗଣେଶ ମନ୍ଦିରରେ ଅର୍ପିତ କରାଯିବ ବୋଲି ଜଣାପଡିଛି । ଏହି ରାକ୍ଷୀର ଓଜନ ପାଖାପାଖି ୧ କ୍ବିଣ୍ଟାଲ ଏବଂ ଏହାକୁ ଉଠାଇବାକୁ ୧୦ ଜଣ ଲୋକଙ୍କ ଆବଶ୍ୟକତା ପଡୁଛି । ୧୪୪ ବର୍ଗ ଫୁଟରେ ଲମ୍ବିଥିବା ଏହି ରକ୍ଷାସୂତ୍ରର ଆକାର ଯେମିତି, ଏହା ଦେଖିବାକୁ ମଧ୍ୟ ସେତିକି ଆକର୍ଷଣୀୟ । ଏଥିରେ ଅଶୋକ ସ୍ତମ୍ଭ ସହିତ ସଂସଦ ଭବନର ଚିତ୍ର ମଧ୍ୟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.