ETV Bharat / bharat

ଆମେରିକାରେ ଚମକିଲା ଗୁଜୁରାଟରେ ନିର୍ମିତ ଦୁନିଆର ସବୁଠୁ ବଡ ହୀରା - ଆମେରିକାରେ ଚମକିଲା ଗୁଜୁରାଟରେ ନିର୍ମିତ ହୀରା

ହୀରା ନିର୍ମାଣ ପାଇଁ ବେଶ ନାଁ କରିଛି ଗୁଜୁରାଟର ସୁରତ ସହର । ଏହାରି ମଧ୍ୟରେ ଗ୍ରୀନ ହୀରା ନିର୍ମାଣ କରି ଆମେରିକାରେ ଦେଶକୁ ଗୌରବାନ୍ବିତ କରିଛି ସୁରତ । ଅଧିକ ପଢନ୍ତୁ

ଆମେରିକାରେ ଚମକିଲା ଗୁଜୁରାଟରେ ନିର୍ମିତ ଦୁନିଆର ସବୁଠୁ ବଡ ହୀରା

author img

By

Published : Jun 13, 2022, 9:49 PM IST

ଗାନ୍ଧୀନଗର: ବିଦେଶରେ ଗୌରବାନ୍ବିତ ହେଲା ଗୁଜୁରାଟ । ସୁରତର ଏକ ହୀରା କମ୍ପାନୀରେ ନିର୍ମିତ ହୋଇଥିବା ଦୁନିଆର ସବୁଠୁ ବଡ଼ ହୀରା ଲ୍ୟାବଗ୍ରୋନ ହୀରା ସୁଦୂର ଆମେରିକାରେ ଚମକିଛି । ଏହି ୩୦.୧୮ କ୍ୟାରେଟ ହୀରାକୁ ଦେଖି ଦେଖଣାହାରୀଙ୍କ ଆଖି ଲାଖିଗଲା । ତେବେ ଏହା ପ୍ରାକୃତିକ ହୀରା ନୁହେଁ, ଏହାକୁ ସୁରତର ଏକ କମ୍ପାନୀରେ ତିଆରି କରାଯାଇଛି ।

ପ୍ରାକୃତିକ ହୀରା କାଟିବା ଏବଂ ପଲିସିଂ ପାଇଁ ଜଣାଶୁଣା ସୁରତ ବର୍ତ୍ତମାନ ଏହାର ଲ୍ୟାବରେ ତିଆରି କରୁଥିବା ହୀରା ପାଇଁ ବିଶ୍ବ ପ୍ରସିଦ୍ଧି ଲାଭ କରିଛି । ଗତ ୫ ବର୍ଷର ଧରି ସୁରତରୁ ହୀରା ରପ୍ତାନି 5 ଗୁଣ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଏହି ଶିଳ୍ପକୁ ଅଧିକ ଉତ୍ସାହିତ କରିବା ପାଇଁ ଜଣେ ସୁରତ ଶିଳ୍ପପତି ଏକ ସ୍ବତନ୍ତ୍ର ଲ୍ୟାବରେ ହୀରା ତିଆରି କରିଛନ୍ତି । ସୁରତ-ଆଧାରିତ ହୀରା କମ୍ପାନୀ ଦ୍ବାରା ନିର୍ମିତ ଦୁନିଆର ସର୍ବୋଚ୍ଚ କ୍ୟାରେଟ ଲ୍ୟାବଗ୍ରୋନ୍ ହୀରା ଜୁନ୍ ୧୦ ରୁ ୧୩ ପର୍ଯ୍ୟନ୍ତ ଆମେରିକାର ଲସ୍ ଭେଗାସ୍ ଭାଟିକାନ୍ ଶୋ'ରେ ପ୍ରଦର୍ଶିତ ହୋଇଛି ।

ଏ ନେଇ ହୀରା କମ୍ପାନୀ ମାଲିକ କିଶୋର ବିରାନୀ କହିଛନ୍ତି ଯେ "ଏହି ହୀରା ହେଉଛି ଗ୍ରୀନ ହୀରା । ଏହା ମାଟି ତଳୁ ନୁହେଁ ବରଂ ଏହାକୁ ଲ୍ୟାବରେ ତିଆରି କରାଯାଇଛି । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ସବୁଜ ହୀରାର ଚାହିଦା ଅଧିକ ରହିଛି । ଏହି ହୀରା ତିଆରି କରିବାକୁ ୪ ସପ୍ତାହ ସମୟ ଲାଗିଥାଏ । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.