ETV Bharat / bharat

World Vegan Day: ଶରୀରକୁ ଫିଟ ରଖେ ଭେଗାନ ଖାଦ୍ୟ

author img

By

Published : Nov 1, 2021, 2:07 PM IST

ମାଛ, ମାଂସ ଓ ଅଣ୍ଡା ପରି ଆମିଷ ତ୍ୟାଗ କରିବା ସହିତ ଦୁଗ୍ଧଯୁକ୍ତ ଖାଦ୍ୟ ଓ ଅନ୍ୟ ପ୍ରାଣୀଜାତ ଉତ୍ପାଦକୁ ଖାଇନଥାନ୍ତି । ଏହା ଦ୍ବାରା ଶରୀର ସୁସ୍ଥ ରହିଥାଏ । ଏହି ଖାଦ୍ୟ ଖାଉଥିବା ଲୋକଙ୍କ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧ ତାରଖକୁ ବିଶ୍ବ ଭେଗାନ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

ବିଶ୍ବ ଶାକାହାରୀ ଦିବସ
ବିଶ୍ବ ଶାକାହାରୀ ଦିବସ

ହାଇଦ୍ରାବାଦ: ମାଛ ମାଂସ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି । ହେଲେ ଫିଟ ରହିବାକୁ ଅନେକ ଶାକାହାରୀ ଖାଦ୍ୟ ଖାଆନ୍ତି । ବିଶେଷ କରି ଡାଏଟ କରୁଥିବା ବ୍ୟକ୍ତି ପନି ପରିବାଯୁକ୍ତ ଖାଦ୍ୟ ଖାଇବାକୁ ଅଧିକ ମନ ବଳାଇଥାନ୍ତି । ଫିଲ୍ମ ତାରକାଙ୍କଠାରୁ ନେଇ କ୍ରୀଡାବିତ୍ ସମସ୍ତେ ପ୍ରାୟ ଶାକାହାରୀ ଖାଦ୍ୟ ଖାଇଥାନ୍ତି । ମାଛ, ମାଂସ ଓ ଅଣ୍ଡା ପରି ଆମିଷ ତ୍ୟାଗ କରିବା ସହିତ ଦୁଗ୍ଧଯୁକ୍ତ ଖାଦ୍ୟ ଓ ଅନ୍ୟ ପ୍ରାଣୀଜାତ ଉତ୍ପାଦକୁ ଖାଇନଥାନ୍ତି । ଏହା ଦ୍ବାରା ଶରୀର ସୁସ୍ଥ ରହିଥାଏ । ଏହି ଖାଦ୍ୟ ଖାଉଥିବା ଲୋକଙ୍କ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧ ତାରଖକୁ ବିଶ୍ବ ଭେଗାନ ଦିବସ ଭାବରେ ପାଳନ କରାଯାଏ ।

ବର୍ତ୍ତମାନ ଲୋକଙ୍କ ଭିତରେ ପରିବାଯୁକ୍ତ ଖାଦ୍ୟର ଚାହିଦା ବଢୁଛି । ଏହା ସ୍ବାସ୍ଥ୍ୟ ପାଇଁ ଉପଯୁକ୍ତ । ଭେଗାନ ଅନ୍ତର୍ଭୁକ୍ତ ଖାଦ୍ୟ କୋଲେଷ୍ଟୋଲ, ହୃଦରୋଗ ହ୍ରାସ କରିଥାଏ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ବ୍ରିଟେନର ଭେଗାନ ସୋସାଇଟି ପକ୍ଷରୁ ୧୯୯୪ମସିହାରେ ପ୍ରଥମ କରି ଏହି ଦିବସ ପାଳନ ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇଆସୁଛି । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଭେଗାନ ଡାଏଟ ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ ।

ବର୍ତ୍ତମାନ, ପ୍ରତ୍ୟେକ ମହାଦେଶଗୁଡ଼ିକ ବିଭିନ୍ନ ଥିମ୍ ଏବଂ ଅଭିଯାନ ସହିତ ବିଶ୍ବ ଭେଗାନ୍ ଦିନ, ସପ୍ତାହ କିମ୍ବା ମାସ ପାଳନ କରୁଛନ୍ତି । ଆମେରିକାର ବୋଷ୍ଟନ୍ ବାର୍ଷିକ ବୋଷ୍ଟନ୍ ଶାକାହାରୀ ଖାଦ୍ୟ ମହୋତ୍ସବ ଆୟୋଜନ କରିଥାଏ । ଆୟର୍ଲାଣ୍ଡର ଡବଲିନ୍ ବାସୀ ଏକ ମାସ ଭେଗାନ୍ ଆନ୍ଦୋଳନ କରିଥାନ୍ତି । ଅଷ୍ଟ୍ରେଲିଆର ଆଡିଲେଡ୍ ପ୍ରତିବର୍ଷ ନଭେମ୍ବରରେ ରବିବାର ଦିନ ବିଶ୍ବ ଭେଗାନ୍ ଡେ ପାଳନ କରିଥାଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.