ନୂଆଦିଲ୍ଲୀ:ଯୋଗାଯୋଗ ଏବଂ ସୂଚନା ବିସ୍ତାରରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଟେଲିଭିଡନ । ଏନେଇ ପ୍ରତ୍ୟେକ ବର୍ଷ 1996 ନଭେମ୍ବର 21ରେ ସଂଯୁକ୍ତ ରାଷ୍ଟ୍ର ପ୍ରଥମେ ଟେଲିଭିଜନ ମଞ୍ଚ ଆୟୋଜିତ କରିଥିଲା । ସୂଚନା ପ୍ରଦାନ କରିବାରେ ଟିଭିର ମହତ୍ତ୍ବ ଉପରେ ଚର୍ଚ୍ଚା କରାଯାଇଥିଲା । ଏହାପରେ ସେବେଠୁ ନଭେମ୍ବର 21କୁ ବିଶ୍ବ ଟେଲିଭିଜନ ଦିବସ ଭାବେ ପାଳନ ହୋଇଆସୁଛି । ଟେଲିଭିଜନ ଏକ ଜନ ମାଧ୍ୟମ ଯାହା ଲୋକଙ୍କୁ ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି,ସ୍ବାସ୍ଥ୍ୟ ଆଦି ସମ୍ବନ୍ଧିତ ଖବର ଯୋଗାଇଦେଇଥାଏ ।
ବିଶ୍ବରେ ଯେଉଁ ସମସ୍ୟା ଲୋକମାନଙ୍କୁ ବେଶି ପ୍ରଭାବିତ କରୁଛି ତାହାକୁ ଟେଲିଭିଜନ ଦ୍ବାରା କିପରି ଦୂର କରାଯାଇପାରିବ ତାହା ଏହି ଦିବସର ଏକ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି । ସମାଜ ଉପରେ ପ୍ରଭାବ ପକାଉଥିବା ଗୁରୁତ୍ତ୍ବପୂର୍ଣ୍ଣ ସମସ୍ୟା ଉପରେ ନିରପେକ୍ଷ ମତ ବା ଖବର ପରିବେଷଣ କରି ସେଥିରେ ସୁଧାର ଆଣିବାରେ ଟେଲିଭିଜନ ମିଡିଆକୁ ସରକାର, ଅନୁଷ୍ଠାନ ତଥା ବ୍ୟକ୍ତିମାନେ ସମର୍ଥନ ଜଣାଇ ଏହି ଦିବସ ପାଳନ କରାଯାଉଛି । କୋରୋନା କାଳରେ ଟେଲିଭିଜନର ଭୂମିକା ରହିଛି ଅତି ଗୁରୁତ୍ବପୂର୍ଣ୍ଣ । ଘର ଭିତରେ ସମସ୍ତଙ୍କୁ ଆବଦ୍ଧ କରି ରଖିବାରେ ଏହା ଖୁବ ସହାୟ ହୋଇଛି ।
ପୂର୍ବରୁ ୧୯୩୬ ମସିହାରେ ବ୍ରିଟିଶ୍ ବ୍ରୋଡକାଷ୍ଟିଂ କର୍ପୋରେସନ (ବିବିସି) ପ୍ରଥମ କରି ବିଶ୍ବରେ ଟେଲିଭିଜନ ପ୍ରସାରଣ କରିଥିଲା । ଟେଲିଭିଜନ ବିଷୟରେ ଅନେକ ତଥ୍ୟ ଥିଲେ ବି ଭାରତରେ ପ୍ରଥମେ ୧୯୫୦ ମସିହାରେ ଟିଭି ଦେଖିବାକୁ ମିଳିଥିଲା ବୋଲି 'ଇଣ୍ଡିଆନ ଏକ୍ସପ୍ରେସ' ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହାପରେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀର ଏକ ଛୋଟିଆ ଟ୍ରାନ୍ସମିଟର ଓ ଗୋଟେ ଉଠା ଷ୍ଟୁଡିଓରୁ ଟେଲିଭିଜନ ପ୍ରସାରଣ ଆରମ୍ଭ କରିଥିଲା । ୟୁନେସ୍କୋ ସହାୟତାରେ ଏହା ପ୍ରଥମେ ପ୍ରସାରଣ ଆରମ୍ଭ କରିଥିଲା ।
ସେହି ସମୟରେ ଟିଭି ସାଙ୍ଗେ ସେଠାରୁ ହିଁ ଜନ୍ମ ନେଇଥିଲା ଦୂରଦର୍ଶନ । ସେତେବେଳେ ସପ୍ତାହରେ ଦୁଇ ଦିନ ଘଣ୍ଟାଏ ପାଇଁ ଟେଲିଭିଜନ ପ୍ରସାରଣ କରାଯାଉଥିଲା । ଗୋଷ୍ଠୀ ସ୍ବାସ୍ଥ୍ୟ, ଟ୍ରାଫିକ୍, ରାସ୍ତା ଆଦି ସଚେତନ ଏହାରି ମାଧ୍ୟମରେ କରାଯାଉଥିଲା । ଏହାପରେ ୧୯୬୧ ମସିହାରେ ଏହି ପ୍ରସାରଣ ଏକ ସ୍କୁଲ୍ ଏଜୁକେସନାଲ ଟେଲିଭିଜନ (ଏସଟିଭି) ପ୍ରକଳ୍ପ ରୂପେ କାର୍ଯ୍ୟକାରୀ ହୋଇଥିଲା । ୧୯୬୫ ମସିହା ପରେ ଦୂରଦର୍ଶନ ରେଗୁଲାର ଚାଲିବା ଆରମ୍ଭ କରିଥିଲା । ଏହି ସମୟରେ ଦୂରଦର୍ଶନରେ ମାତ୍ର ୫ ମିନିଟର ବୁଲେଟିନ୍ ଆରମ୍ଭ ହୋଇଥିଲା । ଏହାପରେ ୧୯୬୭ ମସିହା ଜାନୁୟାରୀ ୨୬ ତାରିଖରେ ଦୂରଦର୍ଶନରେ ପ୍ରଥମେ କୃଷି ଦର୍ଶନ ନାମକ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । 1980 ମସିହାରେ ଧିରେ ଧିରେ ଭାରତରେ ଟେଲିଭିଜନ ସଂଖ୍ୟା ବଢିବାରେ ଲାଗିଲା । ପ୍ରଥମେ କଳାଧଳା ପରେ ଆଉ ପରେ ଆସିଲା ରଙ୍ଗାୀନ ଟିଭି । ଆଉ ସେତେବେଳର ଟିଭି ଦେଖିବାର ମଜା ଥିଲା କିଛି ନିଆରା ।