ETV Bharat / bharat

World Sports Journalists Day; ଖେଳ ଖବର କଭର କରିବାରେ ନିପୁଣ କ୍ରୀଡା ସାମ୍ବାଦିକ

author img

By

Published : Jul 2, 2021, 10:23 AM IST

Updated : Jul 2, 2021, 10:58 AM IST

ବିଶ୍ବ କ୍ରୀଡା ସାମ୍ବାଦିକତାର ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା କ୍ରୀଡା ସାମ୍ବାଦିକତାଙ୍କୁ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ନିଜ କାର୍ଯ୍ୟରେ ଉନ୍ନତି ଆଣିବାକୁ ଉତ୍ସାହିତ କରିବା । ଅଧିକ ପଢନ୍ତୁ...

ଖେଳ ଖବର କଭର କରିବାରେ ନିପୁଣ କ୍ରୀଡା ସମ୍ବାଦିକ

ହାଇଦ୍ରାବାଦ: ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କୁ ସଚେତନ କରିବା ସହିତ ଦେଶ ଦୁନିଆର ସମସ୍ତ ଖବର ଲୋକଙ୍କ ପାଖରେ ପହଞ୍ଚାଉଥିବା ଲୋକଟିଏ ହେଲା ସାମ୍ବାଦିକ । ଏହି ସମ୍ବାଦିକତା କ୍ଷେତ୍ରରେ ବିଭିନ୍ନ ବିଭାଗରେ ସାମ୍ବାଦିକଙ୍କ ଅଲଗା ଅଲଗା ରୁଚି ରହିଥାଏ । ସେଇ ମଧ୍ୟରୁ ଖେଳ ବିଭାଗରେ ଅନେକ ରୁଚି ରଖିଥାନ୍ତି । ଯାହାଙ୍କୁ ସ୍ପୋର୍ଟ ଜର୍ଣ୍ଣାଲିଷ୍ଟ କୁହାଯାଏ । କ୍ରୀଡା ସାମ୍ବାଦିକମାନଙ୍କୁ ସମ୍ମାନିତ କରିବାକୁ ଯାଇ ପ୍ରତିବର୍ଷ ଜୁଲାଇ 2କୁ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ଭାବରେ ପାଳନ କରାଯାଏ ।

ଖେଳକୁ ନେଇ ବ୍ରେକିଙ୍ଗ ନ୍ୟୁଜଠାରୁ ଆରମ୍ଭ କରି ଏକ୍ସଲ୍ୟୁସିଭ ପର୍ଯ୍ୟନ୍ତ ସମସ୍ତ ଖବର ସହିତ କ୍ରୀଡା ସାମ୍ବାଦିକମାନେ ହିଁ ସେମାନଙ୍କ ପ୍ରିୟ ଖେଳ ଓ ଖେଳାଳିଙ୍କ ସହିତ ଜଡିତ କରିଥାନ୍ତି । ସମଗ୍ର ବିଶ୍ବର କୋଟି କୋଟି ଲୋକଙ୍କୁ ବିଭିନ୍ନ ଖେଳ ବିଷୟରେ ସୂଚନା ଦେଇଥାନ୍ତି କ୍ରୀଡା ସାମ୍ବାଦିକ । ଏହା ସହିତ ଦେଶରେ କେତେକ ଖେଳର ବିକାଶରେ ସାହାଯ୍ୟ କରିଥାନ୍ତି । ଏହି ବୃତ୍ତିରେ ସେମାନଙ୍କର ମାନଦଣ୍ଡ ବଜାୟ ରଖିବା ପାଇଁ ଏହି ସାମ୍ବାଦିକମାନଙ୍କର ଏକ ନିଜସ୍ବ ସଙ୍ଗଠନ ରହିଛି ।

ବିଶ୍ବ କ୍ରୀଡା ସାମ୍ବାଦିକତା ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା କ୍ରୀଡା ସାମ୍ବାଦିକତାଙ୍କୁ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ନିଜ କାର୍ଯ୍ୟରେ ଉନ୍ନତି ଆଣିବାକୁ ଉତ୍ସାହିତ କରିବା ।

ବିଶ୍ବ କ୍ରୀଡା ସ୍ବାମ୍ବାଦିକତା ଦିବସର ଇତିହାସ...

1994 ମସିହାରୁ ଆନ୍ତର୍ଜାତୀୟ କ୍ରୀଡା ପ୍ରେସ ଆସୋସିଏସସନ(ISPA) ତରଫରୁ ସଂଗଠନର ସ୍ଥାପନା ପାଇଁ ବିଶ୍ବ କ୍ରୀଡା ସାମ୍ବାଦିକତା ଦିବସ ପାଳନ କରିଥିଲା । ISPA ଆଜିର ଦିନରେ ପ୍ୟାରିସରେ ଅଲିମ୍ପିକ୍ସ ସମୟରେ ଗଠନ କରାଯାଇଥିଲା । ISPA ସହିତ IOC,FIFA,IAAF ସାମିଲ ଅଛନ୍ତି । ଏହି ଆସୋସିଏସନ ସମଗ୍ର ବିଶ୍ବରେ ସାମ୍ବାଦିକମାନଙ୍କ ମଧ୍ୟରେ ଚାମ୍ପିଅନସିପ୍, ବଣ୍ଡ୍, ନାପସନ୍ଦ, ପସନ୍ଦ ଗୁଡିକର ଶକ୍ତିକୁ ଆଲୋକିତ କରେ । ତେଣୁ ଏହି ଦିନ ପାଳନ କରିବାକୁ ମହତ୍ବପୂର୍ଣ୍ଣ ବିବେଚନା କରାଯାଏ ।

ଏହି ଦିବସର ମହତ୍ତ୍ବ...

ଏହି ସାମ୍ବାଦିକମାନେ ଗବେଷିତ ତଥ୍ୟଗୁଡ଼ିକୁ ଆମ ସମ୍ମୁଖରେ ଉପସ୍ଥାପନ କରି ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । କ୍ରୀଡା ସାମ୍ବାଦିକମାନେ ବିଭିନ୍ନ ସ୍ଥାନୀୟ, ଜାତୀୟ ତଥା ଆନ୍ତର୍ଜାତୀୟ କ୍ରୀଡା ବିଷୟରେ ବିସ୍ତୃତ ସୂଚନା ଉପସ୍ଥାପନ କରନ୍ତି | କ୍ରୀଡା ସାମ୍ବାଦିକଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟ ପ୍ରଶଂସକମାନଙ୍କୁ କ୍ରୀଡା ଇଭେଣ୍ଟ ଏବଂ ଖେଳାଳିମାନଙ୍କ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥାଏ । ବର୍ତ୍ତମାନ ସୁଦ୍ଧା ୟୁରୋ କପ୍ ଏବଂ ଟୋକିଓ ଅଲିମ୍ପିକ୍ସ କ୍ରୀଡା ଜଗତରେ ଏକ ସମ୍ବେଦନଶୀଳତା ଏବଂ କ୍ରୀଡା ସାମ୍ବାଦିକମାନେ ଏହି ଖବର କଭର କରିବା ପାଇଁ କୌଣିସ ସୁଯୋଗକୁ ହାତଛଡା କରିନାହାନ୍ତି ।

ସୁଶୀଲ ଜୈନ ଭାରତୀୟ ସାମ୍ବାଦିକ, କ୍ରୀଡ଼ା କମେଣ୍ଟ୍ରି, ଲେଖକ ତଥା ହିନ୍ଦୀ ଭାଷୀରେ ପ୍ରଥମ କ୍ରିକେଟ କମେଣ୍ଟେଣ୍ଟର ଭାବେ ଜଣାଶୁଣା । ସେ କ୍ରିକେଟ୍ ବିଶ୍ବକପ, 400 ଦିନିକିଆ ଅନ୍ତର୍ଜାତୀୟ, 85ଟି ଟେଷ୍ଟ ମ୍ୟାଚ୍ ଏବଂ ଅନେକ ଟି-ଟ୍ବଣ୍ଟି ଇଣ୍ଟରନ୍ୟାସନାଲ୍ ଖବର କଭର କରିଛନ୍ତି ।

ସଞ୍ଜୀବ ମୁଖାର୍ଜୀ ଆଉ ଜଣେ କ୍ରୀଡା ସାମ୍ବାଦିକ । ସେ ଅନୁସନ୍ଧାନକାରୀ ସାମ୍ବାଦିକ ଭାବରେ ମଧ୍ୟ ଜଣାଶୁଣା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବିବାଦ ସମେତ ବିଭିନ୍ନ ଘଟଣାକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ ସଞ୍ଜୀବ ।

ଜତୀନ ସାପରୁ ଜଣେ ଟେଲିଭିଜନ କ୍ରୀଡା ପତ୍ରକାର, କ୍ରିକେଟ କମେଣ୍ଟେଣ୍ଟର, ବ୍ରୋଡକାଷ୍ଟର ଓ ଟେଲିଭିଜନ ଉପସ୍ଥାପକ ଭାବେ ଜଣାଶୁଣା ।

କାଦମ୍ବରୀ ମୁରଲି ଦୀର୍ଘ ସମୟ ଧରି ଜାତୀୟ ସମ୍ପାଦକ ଥିଲେ । ସେ 2006 ଏବଂ 2007 ମସିହାରେ ସ୍ପୋର୍ଟ୍ସ ସାମ୍ବାଦିକ ଫେଡେରେସନ୍ ଅଫ୍ ଇଣ୍ଡିଆର କ୍ରିକେଟ୍ ରାଇଟର୍ସ ପୁରସ୍କାର ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 2, 2021, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.