ETV Bharat / bharat

Defence Expo 2022: ବିଶ୍ବର ପ୍ରଥମ ରୋବୋଟିକ ବୋମା ନିଷ୍କ୍ରିୟକାରୀ ମେସିନ ପ୍ରଦର୍ଶିତ

author img

By

Published : Oct 21, 2022, 10:12 AM IST

ଗାନ୍ଧୀନଗରରେ ଆୟୋଜିତ ଡିଫେନ୍ସ ଏକ୍ସପୋ-2022 (Defence Expo 2022) ରେ ପ୍ରଦର୍ଶିତ ହେଲା ବିଶ୍ବର ପ୍ରଥମ ରୋବୋଟିକ ବୋମା ନିଷ୍କ୍ରିୟକାରୀ ମେସିନ । ବିକଶିତ କରିଛି ଡିଆରଡିଓ । ମଣିଷ ବଦଳରେ ମେସିନ କରିବ ବୋମା ନିଷ୍କ୍ରୟ । ଅଧିକ ପଢନ୍ତୁ

Defence Expo 2022: ପ୍ରଦର୍ଶିତ ହେଲା ବିଶ୍ବର ପ୍ରଥମ ରୋବୋଟିକ ବୋମା ନିଷ୍କ୍ରିୟକାରୀ ମେସିନ

ଗାନ୍ଧୀନଗର: କୌଣସି ସ୍ଥାନରେ ବୋମା ବିସ୍ଫୋରଣର ଭୟ ଥିଲେ କିମ୍ବା ଅଫୁଟା ବୋମା ଠାବ ହେଲେ ବୋମା ନିଷ୍କ୍ରୟକାରୀ ଟିମର ଆବଶ୍ୟକତା ପଡେ । ଏହି ଟିମର ଅତି ଉଚ୍ଚପ୍ରଶିକ୍ଷିତ ସଦସ୍ୟମାନେ କୌଶଳପୂର୍ଣ୍ଣ ଭାବେ ନିଜ ଜୀବନକୁ ବାଜି ଲଗାଇ ଉକ୍ତ ବୋମାକୁ ନିଷ୍କ୍ରିୟ କରିଥାନ୍ତି । ତେବେ ପ୍ରଥମ କରି ଏବେ ମାନବ ପରିବର୍ତ୍ତେ ଏହି ଆହ୍ବାନପୂର୍ଣ୍ଣ କାର୍ଯ୍ୟକୁ ମେସିନ ଦ୍ବାରା ମଧ୍ୟ ସଫଳତାର ସହ କରାଯାଇପାରିବ । ଏହି ରୋବଟିକ ବୋମା ନିଷ୍କ୍ରିୟକାରୀ ମେସିନକୁ ବିକଶିତ କରିଛି ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା DRDO । ଗୁରୁବାର ଏହି ମେସିନକୁ ଗାନ୍ଧୀନଗରରେ ଆୟୋଜିତ ଡିଫେନ୍ସ ଏକ୍ସପୋ-2022 ପ୍ରଦର୍ଶନୀରେ (Defence Expo 2022) ପ୍ରଦର୍ଶିତ କରାଯାଇଛି ।

ତେବେ କିପରି କାର୍ଯ୍ୟ କରିବ ଏହି ରୋବୋଟିକ୍ ବମ୍ ଡିଫ୍ୟୁଜନ୍ ସିଷ୍ଟମ୍:-

DRDO ଦ୍ୱାରା ବିକଶିତ ରୋବୋଟିକ୍ ସିଷ୍ଟମ୍ (ବମ୍ ଡିଫ୍ୟୁଜନ୍ ୟୁନିଟ୍) ସମ୍ପର୍କରେ DRDO ଅଧିକାରୀ ଦେବୀ ପ୍ରସାଦ ଆମ ସ୍ଥାନୀୟ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ସେ କହିଛନ୍ତି ଏହି ସିଷ୍ଟମଟି ସମ୍ପୂର୍ଣ୍ଣ ରିମୋଟ କଣ୍ଟ୍ରୋଲ ପ୍ରଣାଳୀରେ କାର୍ଯ୍ୟ କରିବ । ଯେଉଁଠାରେ ଅଫୁଟା ବୋମା ଠାବ ହେବ ବା ତାକୁ ନିଷ୍କ୍ରିୟ କରିବାର ଆବଶ୍ୟକତା ପଡିବ, ସେଠାରେ ଏହି ରୋବଟିକ ମେସିନ ସଫଳତାର ସହ କାର୍ଯ୍ୟ କରିପାରିବ । ଏହି ମେସିନକୁ ପ୍ରଶିକ୍ଷିତ ସଞ୍ଚାଳକଙ୍କ ଦ୍ବାରା ନିୟନ୍ତ୍ରିତ କରି ବୋମାକୁ ନିଷ୍କ୍ରିୟ କରାଯାଇ ପାରିବ । ଯଦି କୌଣସି କ୍ଷେତ୍ରରେ ଦୁର୍ଭାଗ୍ୟବଶତଃ ବୋମାଟି ବିସ୍ଫୋରଣ ହୁଏ, ତେବେ ମାନବ ଜୀବନହାନୀକୁ ସମ୍ପୂର୍ଣ୍ଣ ଭାବେ ଟାଳି ଦେଇହେବା ନେଇ ଡିଆରଡିଓ ଅଧିକାରୀ କହିଛନ୍ତି ।

ମେସିନରେ ରହିଛି 11ଟି ସିସିଟିଭି କ୍ୟାମେରା :-

ଏହି ଅତ୍ୟାଧୁନିକ ମେସିନ୍‌ଟି ରିମୋର୍ଟ ସାହାଯ୍ୟରେ ନିୟନ୍ତ୍ରିତ ହେବାକୁ ଥିବା ବେଳେ ଏଥିରେ 11ଟି ଉଚ୍ଚଶକ୍ତି ସମ୍ପନ୍ନ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ପ୍ରତ୍ୟେକ କ୍ୟାମେରା ସାହାଯ୍ୟରେ ଏହାର ଗତି ଓ କାର୍ଯ୍ୟପ୍ରଣାଳୀକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିବ । ଏହି କ୍ୟାମେରା ମାଧ୍ୟମରେ ବୋମାକୁ ଚିହ୍ନଟ କରାଯିବା ସହ ତାର ନିଷ୍କ୍ରିୟ କରିବା ପ୍ରକ୍ରିୟା ମଧ୍ୟ କରାଯିବା । ଏକାଧିକ ପର୍ଯ୍ୟାୟରେ ଏହି ମେସିନକୁ ସଫଳତାର ସହ ପରୀକ୍ଷଣ ମଧ୍ୟ କାରଯାଇଛି । ଏହା ଏବେ ସମ୍ପୂର୍ଣ୍ଣ ପ୍ରଭାବୀ ଭାବେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ଉତ୍ପାଦିତ ହେବାକୁ ଥିବା 22ଟି ମେସିନକୁ ଭାରତୀୟ ବାୟୁସେନାରେ ସାମିଲ କାରଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.