ହାଇଦ୍ରାବାଦ: ଦେଶରେ ଜନସଂଖ୍ୟା ବୃଦ୍ଧି ପାଉଛି । ଜନସଂଖ୍ୟା ତୁଳନାରେ ଖାଦ୍ୟ ଉତ୍ପାଦନ ପାଇଁ ଚାଷ ଜମିର ଆୟତନ ହ୍ରାସ ପାଉଛି । ବିଶ୍ବରେ ଏକ-ତୃତୀୟାଂଶ ଭୂପୃଷ୍ଠ ଶୁଖିଲା ଭୂଇଁ ଟାଙ୍ଗରା ପାଲଟିଛି । ମଣିଷର ଗତିବିଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଅନେକ ସ୍ଥାନ ମରୁଭୂମିରେ ପରିଣତ ହେବାରୁ ବସିଲାଣି । ମୃତ୍ତିକା ସଂରକ୍ଷଣ ସହିତ ଉତ୍ପାଦନ କ୍ଷମତା ବଢାଉବା ଓ ମରୁଡି ମୁକାବିଲା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ 17 ତାରିଖକୁ ବିଶ୍ବ ମରୁଭୂମିକରଣ ଓ ମରୁଡି ମୁକାବିଲା ଦିବସ ଭାବରେ ପାଳନ କରାଯାଏ ।
1995 ମସିହା ଜାନୁଆରୀ 30 ତାରିଖରେ ଅନୁଷ୍ଠିତ ଜାତିସଂଘର ସାଧାରଣ ବୈଠକରେ ମରୁଡି ରୋକିବା ପାଇଁ ଖସଡା ପ୍ରସ୍ତୁତ ହୋଇଥିଲା । ସେବେଠୁ ଏହି ଦିବସ ପାଳନ ପାଇଁ ଘୋଷଣା ହୋଇଥିଲା । ବିଶ୍ବର ସମସ୍ତ ଜାତିସଂଘ ସଦସ୍ୟ ଏହି ଦିବସକୁ ପାଳନ କରୁଛନ୍ତି । ଦିନକୁ ଦିନ ପରିବେଶ ପ୍ରଦୂଷଣ ହେବା ଫଳରେ ମୃତ୍ତିକାକ୍ଷୟ ଘଟୁଛି । ଦାରିଦ୍ର୍ୟ, ଜଙ୍ଗଲ ଅବକ୍ଷୟ ଓ ଖରାପ ଜଳସେଚନ ପାଇଁ ମୃତ୍ତିକା ଅବକ୍ଷୟ ଘଟି ମରୁଡି ପଡିଥାଏ । ମରୁଡି ହେବା ଫଳରେ ଫସଲ ଅମଳ ହେଉଥିବା ଜମିର ଉତ୍ପାଦନ କ୍ଷମତା ହ୍ରାସ ହୋଇଥାଏ । ସବୁଜିମାରେ ଭରି ରହିଥିବା ଜମି ଟାଙ୍ଗରା ଭୂମିରେ ପରିଣତ ହୋଇଥାଏ । ମୃତ୍ତିକା ଅବକ୍ଷୟକୁ ରୋକିବା ଓ ତାହାର ଉତ୍ପାଦନ କ୍ଷମତା ବଢାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।
ମରୁଭୂମି ହେଉଛି ଶୁଷ୍କ, ଅର୍ଦ୍ଧ-ଶୁଷ୍କ ଓ ଶୁଷ୍କ ଉପ-ଆର୍ଦ୍ର ପରି ବିଭିନ୍ନ କ୍ଷେତ୍ରରେ ଜମିର ଅବକ୍ଷୟ । ମୁଖ୍ୟତଃ ଏହା ମାନବ କାର୍ଯ୍ୟକଳାପ ଓ ପରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ହୋଇଥାଏ । ଏହାର ଅର୍ଥ ନୁହେଁ କି ବର୍ତ୍ତମାନ ଥିବା ମରୁଭୂମିକୁ ଆହୁରି ବଢାଇବା ବରଂ ଇକୋସିଷ୍ଟମ, ଜଙ୍ଗଲ ନଷ୍ଟ, ଚାରଣ, ଖରାପ ଜଳସେଚନ ଅଭ୍ୟାସ ଇତ୍ୟାଦି କାରଣରୁ ମରୁଭୂମି ହୋଇଥାଏ । ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ।
ମରୁଭୂମିକରଣ ଓ ମରୁଡିକୁ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଶ୍ବ ମରୁଭୂମି ଏବଂ ମରୁଡ଼ିର ମୁକାବିଲା ଭାବରେ ଘୋଷଣା କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜନସାଧାରଣଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା । ମରୁଭୂମି ଏବଂ ମରୁଡ଼ିକୁ ଫଳପ୍ରଦ ଭାବରେ ମୁକାବିଲା କରାଯାଇପାରିବ, ସମାଧାନ ସମ୍ଭବ, ଏବଂ ଏହି ଲକ୍ଷ୍ୟର ପ୍ରମୁଖ ସାଧନ ସବୁ ସ୍ତରରେ ସମ୍ପ୍ରଦାୟର ଅଂଶଗ୍ରହଣ ଏବଂ ସହଯୋଗକୁ ମଜବୁତ କରିବା ନେଇ ଲୋକଙ୍କୁ ଅବଗତ କରିବା । ଏକ ସୁସ୍ଥ ଜୀବନ ପାଇଁ ମଣିଷକୁ 99 ପ୍ରତିଶତ କ୍ୟାଲୋରୀ ଜମିରୁ ଆସିଥାଏ । ସ୍ଥାୟୀ ଭୂମି ପରିଚାଳନା ଅନେକଙ୍କୁ ବ୍ୟବସାୟ ଦେଇଥାଏ । ବିଶ୍ବରେ 1.3 ବିଲିୟନ ଲୋକ ଭୂମିରୁ ଜୀବିକା ନିର୍ବାହ କରିଥାନ୍ତି । ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟରୁ ଏକ ସୁସ୍ଥ ଭୂମି ହିଁ ମୁକାବିଲା କରିଥାଏ । ସୁସ୍ଥ ସୁନ୍ଦର ଜୀବନ ବଞ୍ଚିବାକୁ ହେଲେ ଭୂମିର ସୁରକ୍ଷା ନିହାତି ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ