ETV Bharat / bharat

ପ୍ରତିଶ୍ରୁତି ରଖିଲେନି ପଞ୍ଜାବ ସରକାର, ଅଭିଯୋଗ ଆଣିଲେ ଦିବ୍ୟାଙ୍ଗ ଚେସ ଖେଳାଳି - ଦିବ୍ୟାଙ୍ଗ ଚେସ ଖେଳାଳି ମଲିକା ହାଣ୍ଡାଙ୍କ ଅଭିଯୋଗ

ପଞ୍ଜାବ ସରକାରଙ୍କ ଉପରେ ବଡ଼ ଆରୋପ ଆଣିଲେ ଦିବ୍ୟାଙ୍ଗ ଚେସ ଖେଳାଳି ମଲିକା ହାଣ୍ଡା । ଏନେଇ ଏକ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପ୍ରତିଶ୍ରୁତି ରଖିଲେନି ପଞ୍ଜାବ ସରକାର, ଅଭିଯୋଗ ଆଣିଲେ ଦିବ୍ୟାଙ୍ଗ ଚେସ ଖେଳାଳି

author img

By

Published : Jan 3, 2022, 6:49 PM IST

ଚଣ୍ଡିଗଡ଼: ପଞ୍ଜାବ ସରକାରଙ୍କ ଉପରେ ବଡ ଆରୋପ ଆଣିଲେ ଦିବ୍ୟାଙ୍ଗ ଚେସ ଖେଳାଳି ମଲିକା ହାଣ୍ଡା । ଏକ ଭିଡିଓ ସେୟାର କରି ସେ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ତାଙ୍କୁ ଚାକିରି ଏବଂ ନଗଦ ପୁରସ୍କାର ପ୍ରତିଶୃତି ଦେଇଥିଲେ, କିନ୍ତୁ ବର୍ତ୍ତମାନ ତାହା ପୂରଣ କରିବାକୁ ମନା କରି ଦେଇଛନ୍ତି। ମୁକ ବଧିର ଚେସ ପ୍ଲେୟାରଙ୍କ ନାମରେ ହୋଇଥିବା ଟ୍ବିଟର ଆକାଉଣ୍ଟରେ ଏହି ଭିଡିଓଟି ସେୟାର କରାଯାଇଛି, ଯେଉଁଥିରେ ସେ ପଦକ ଦେଖାଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

  • #WATCH | Punjab: Jalandhar-based deaf and dumb Chess player, Malika Handa, who'd won several medals in national & int'l events, said the State govt has failed to live up to promises made to her

    Video Source: Malika Handa's Twitter handle pic.twitter.com/lerByElpnt

    — ANI (@ANI) January 2, 2022 " class="align-text-top noRightClick twitterSection" data=" ">

ଭିଡିଓ ନିକଟରେ ଲେଖାଯାଇଥିବା ପୋଷ୍ଟରେ ସେ କହିଛନ୍ତି - ପଞ୍ଜାବ ସରକାର ତାଙ୍କୁ ଚାକିରି ଏବଂ ନଗଦ ପୁରସ୍କାର ଦେବାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରୀ ନିଜ କଥାରୁ ଓହରି ଯାଇଛନ୍ତି । କଂଗ୍ରେସର ବଡ ନେତା ରାହୁଲ ଗାନ୍ଧୀ, ପଞ୍ଜାବ ସିଏମ ଚରଣଜିତ ସିଂ ଚନ୍ନି, ନବଜୋତ ସିଂ ସିଦ୍ଧୁ, କ୍ରୀଡା ମନ୍ତ୍ରୀ ପରଗଟ ସିଂଙ୍କୁ ଟ୍ୟାଗ କରି ସେ ଲେଖିଛନ୍ତି - ମୁଁ ବହୁତ ଆଘାତ ପାଇଛି। ତେବେ ସେ ଡିସେମ୍ବର 31 ରେ ପଞ୍ଜାବର କ୍ରୀଡାମନ୍ତ୍ରୀ ପରଗଟ ସିଂଙ୍କୁ ଭେଟିଥିଲେ ।

ସେ ଆହୁରି ଲେଖିଛନ୍ତି ଯେ, କ୍ରୀଡା ମନ୍ତ୍ରୀ ତାଙ୍କୁ କହିଛନ୍ତି ଯେ, ପଞ୍ଜାବ ସରକାର ତାଙ୍କୁ ଚାକିରୀ କିମ୍ବା ନଗଦ ପୁରସ୍କାର ଦେଇ ପାରିବେ ନାହିଁ। କାରଣ ମୁକ ବଧିର ଖେଳାଳି ପାଇଁ ସେମାନଙ୍କ ପାଖରେ କୌଣସି ପଲିସି ନାହିଁ । ତେବେ ତାଙ୍କ ପାଇଁ ନଗଦ ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ନିମନ୍ତ୍ରଣ ମଧ୍ୟ ପଠାଯାଇଥିଲା । ଏନେଇ ତାଙ୍କ ପାଖକୁ ଚିଠି ବି ଆସିଛି । ହେଲେ କୋଭିଡ କାରଣରୁ ସେହି ଇଭେଣ୍ଟ ବାତିଲ କରାଯାଇଥିଲା ବୋଲି ମଲିକା କହିଛନ୍ତି ।

ସେ କହିଛନ୍ତି, ‘କଂଗ୍ରେସ ସରକାର ମୋର 5 ବର୍ଷ ବର୍ବାଦ କରିଛନ୍ତି । ଜିଲ୍ଲା କଂଗ୍ରେସ ମଧ୍ୟ ମୋତେ ପ୍ରତିଶୃତି ଦେଇଥିଲା, କିନ୍ତୁ କିଛି ହେଲା ନାହିଁ। ମୁଁ ବୋକା ବନିଗଲି । ବଧିର ଖେଳାଳି ପାଇଁ ସେମାନଙ୍କର କୌଣସି ପଲିସି ନାହିଁ ।

ସୂଚନାଯୋଗ୍ୟ ଯେ ମଲିକା ଜଣେ ବଧିର-ମୂକ ଚେସ ଖେଳାଳୀ । ସେ ଆନ୍ତର୍ଜାତୀୟ ବଧିର ଚେସ ଚାମ୍ପିଆନସିପରେ ସ୍ବର୍ଣ୍ଣ ଜିତିଥିବା ଭାରତର ପ୍ରଥମ ଖେଳାଳି | ସେ ବିଶ୍ବ ଚାମ୍ପିଆନସିପ ଏବଂ ଏସୀୟ ଚାମ୍ପିଅନସିପରେ ମୋଟ 6 ଟି ପଦକ ଜିତିଛନ୍ତି । ସେ ମଧ୍ୟ ସାତଥର ଜାତୀୟସ୍ତରରେ ଚମ୍ପିଆନ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.