ETV Bharat / bharat

ଅକବରୁଦ୍ଦିନ ଓୱେସୀ ହେଲେ କାମଚଳା ବାଚସ୍ପତି, ଶପଥ ନେବେନି କହିଲେ ରାଜା ସିଂ

author img

By ETV Bharat Odisha Team

Published : Dec 8, 2023, 11:00 PM IST

BJP MLA Raja Singh on Akbaruddin Owaisi : AIMIM ବିଧାୟକ ହେଲେ ତେଲେଙ୍ଗାନା କାମଚଳା ବାଚସ୍ପତି । ଆସନ୍ତାକାଲି ଶପଥ ସମାରୋହ ପୂର୍ବରୁ ବଡ଼ ବୟାନ ଦେଲେ ବିଜେପି ବିଧାୟକ ରାଜା ସିଂ । ଅଧିକ ପଢନ୍ତୁ

BJP MLA Raja Singh
BJP MLA Raja Singh

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ବିଜେପି ବିଧାୟକ ଟି ରାଜା ସିଂ । AIMIM ବିଧାୟକ ଅସୁଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରୁଦ୍ଦିନ ଓୱେସୀଙ୍କୁ ତେଲେଙ୍ଗାନା ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଇଛି । ଆସନ୍ତାକାଲି ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ ସମାରୋହ ଥିବା ବେଳେ ଏହା ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂ । ଯେତେ ପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, କେବେ ହେଲେ ଅକବରୁଦ୍ଦିନ ଓୱେସୀଙ୍କ ଆଗରେ ଶପଥ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ରାଜା ସିଂ ।

ସାଧାରଣତଃ କାମଚଳା ବାଚସ୍ପତି ଭାବେ ଗୃହର ବରିଷ୍ଠ ବିଧାୟକଙ୍କୁ ନିଯୁକ୍ତି ଦିଆଯାଇଥାଏ । ତାଙ୍କର କାମ ହେଉଛି ନୂଆ ବିଧାୟକଙଅକୁ ଶପଥ ପାଠ କରାଇବା । ତେବେ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଆଞ୍ଚଳିକ ଦଳ ବିଆରଏସକୁ ହରାଇ କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରିବା ସହିତ ସରକାର ଗଢିଛି । ଗତ ଗୁରୁବାର ରେବନ୍ତ ରେଡ୍ଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାପରେ ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହେବା ଲାଗି କଂଗ୍ରେସ ସରକାର କାମଚଳା ବାଚସ୍ପତି ଭାବେ ଅକବରୁଦ୍ଦିନ ଓୱେସୀଙ୍କୁ ନିଯୁକ୍ତି ଦେଇଛି । ଚନ୍ଦ୍ରୟାନଗୁଟ୍ଟା ବିଧାନସଭା ଆସନରୁ ବିଜୟୀ ହୋଇଥିବା ଏଆଇଏମଆଇଏମ ବିଧାୟକ ଅକବରୁଦ୍ଦିନ ଓୱେସୀ ନୂଆ ବିଧାୟକଙ୍କୁ ଆସନ୍ତାକାଲି (ଶନିବାର) ଶପଥ ପାଠ କରାଇବେ ।

ଏହା ବି ପଢନ୍ତୁ- ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ

ଏହି ଶପଥ ଗ୍ରହଣ ସମାରୋହର ଗୋଟିଏ ଦିନ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ବିଜେପି ବିଧାୟକ ଟି ରାଜା ସିଂ । ଏ ନେଇ ପ୍ରତିକ୍ରିୟା ରଖି ରାଜା ସିଂ କହିଛନ୍ତି, " କଂଗ୍ରେସ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଅକବରୁଦ୍ଦିନ ଓୱେସୀଙ୍କ ସାମ୍ନାରେ ସମସ୍ତ ବିଧାୟକ ଶପଥ ପାଠ କରିବେ । ରାଜା ସିଂ ଯେପର୍ଯ୍ୟନ୍ତ ଜୀବିତ ଅଛି, ସେ ପର୍ଯ୍ୟନ୍ତ AIMIM ଆଗରେ ଶପଥ ଗ୍ରହଣ କରିବ ନାହିଁ । ଅକବରୁଦ୍ଦିନ ଓୱେସୀ ସାମ୍ନାରେ ଶପଥ ନେବି ନାହିଁ । ୨୦୧୮ରେ ମଧ୍ୟ AIMIM ବିଧାୟକଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ଦିଆଯାଇଥିଲା । ସେ ସମୟରେ ମଧ୍ୟ ନେଇନଥିଲି । ମୁଁ ଏଠାରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ପ୍ରଶ୍ନ କରୁଛି ସେ କଣ ବିଆରଏସ ରାସ୍ତାରେ ଆଗକୁ ବଢିବାକୁ ଚାହୁଁଛନ୍ତି ?"

ସେ ଅକବରୁଦ୍ଦିନ ଓୱେସୀଙ୍କୁ ଟାର୍ଗେଟ କରି କହିଛନ୍ତି, "ସେମାନେ ସରକାରୀ ଜମିକୁ କବଜା କରିଛନ୍ତି । ତେଲେଙ୍ଗାନାରେ ରହି ହିନ୍ଦୁଙ୍କୁ ହତ୍ୟା କରିବା ସମ୍ପର୍କରେ ଆଲୋଚନା କରୁଛନ୍ତି । କଣ ଏପରି ବ୍ୟକ୍ତିଙ୍କ ଆଗରେ ଶପଥ ନେବା ଉଚିତ ? ରେବନ୍ତ ରେଡ୍ଡି କହୁଥିଲେ ବିଆରଏସ, AIMIM ଓ ବିଜେପି ଏକ । ତେବେ ଏବେ କୁହନ୍ତୁ ଆପଣଙ୍କ AIMIM ସହିତ କଣ ସମ୍ପର୍କ ? ବିଧାନସଭାରେ ଅନେକ ବରିଷ୍ଠ ବିଧାୟକ ରହିଛନ୍ତି, ସେମାନେ ବି କାମଚଳା ବାଚସ୍ପତି ଦାୟିତ୍ବ ତୁଲାଇ ପାରିଥାନ୍ତେ । ହେଲେ ଏହା ଜାଣିଶୁଣି କରାଯାଇଛି । ଆସନ୍ତାକାଲି କେହି ବିଜେପି ବିଧାୟକ ଶପଥ ଗ୍ରହଣ କରିବେ ନାହିଁ । ଯେତେବେଳେ ବାଚସ୍ପତି ନିର୍ବାଚିତ ହେବେ ସେତେବେଳେ ବିଜେପି ବିଧାୟକମାନେ ଶପଥ ନେବେ ।"

ସୂଚନା ଥାଉ କି ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କେସିଆର ହ୍ୟାଟ୍ରିକ ବିଜୟର ଆଶା ରଖିଥିବା ବେଳେ କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଢିଛି । କଂଗ୍ରେସକୁ ୬୪ଟି ସିଟ୍‌ ମିଳିଥିବା ବେଳେ ବିଆରଏସକୁ ୩୯ଟି, ବିଜେପିକୁ ୮ଟି ଓ AIMIMକୁ ୬ଟି ସିଟ୍‌ ମିଳିଛି । ସିପିଆଇ ଖାତାରେ ମାତ୍ର ଗୋଟିଏ ସିଟ୍‌ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.