ETV Bharat / bharat

ତାଲିବାନର ନୂଆ ଫତୱା: ନେଲପଲିସ୍ ଲଗାଇଲେ କଟାଯିବ ଆଙ୍ଗୁଠି, ଜିନ୍ସ ପିନ୍ଧିଲେ ନିର୍ଦ୍ଧୁମ ମାଡ

ନୃଶଂସତାର ସମସ୍ତ ସୀମା ସରହଦକୁ ପାର କରିଛି ତାଲିବାନ । ନାହିଁ ଦୟାମାୟା । ଟିକେ ଏପଟ ସେପଟ ହେଲେ ଫୁଟୁଛି ଗୁଳି । ମହିଳାଙ୍କ ପାଇଁ ଦିନକୁ ଦିନ ନିୟମ ହେଉଛି କଠୋର । ଜାରି ହେଉଛି ଫତୱା । ନିୟମ ନ ମାନିଲେ ନିର୍ଦ୍ଧୁମ ମାଡ ସାଙ୍ଗକୁ ନାଲି ଆଖିରେ କଡା ଧମକ । ଆଫଗାନିସ୍ତାନରେ ବାସ କରୁଥିବା କୌଣସି ମହିଳା ଲଗାଇ ପାରିବେନି ନେଲପଲିସ୍ । ଖାଲି ମହିଳା କାହିଁକି, କୌଣସି ଯୁବକ ପିନ୍ଧି ପାରିବେନି ଜିନ୍ସ । ଫତୱାର ଖିଲାଫ କଲେ କେମିତି ହୁଏ କାର୍ଯ୍ୟାନୁଷ୍ଠାନ, ପଢନ୍ତୁ ଏହି ଛାତିଥରା ରିପୋର୍ଟ...

ତାଲିବାନର ନୂଆ ଫତୱା: ନେଲପଲିସ୍ ଲଗାଇଲେ କଟାଯିବ ଆଙ୍ଗୁଠି, ଜିନ୍ସ ପିନ୍ଧିଲେ ନିର୍ଦ୍ଧୁମ ମାଡ
ତାଲିବାନର ନୂଆ ଫତୱା: ନେଲପଲିସ୍ ଲଗାଇଲେ କଟାଯିବ ଆଙ୍ଗୁଠି, ଜିନ୍ସ ପିନ୍ଧିଲେ ନିର୍ଦ୍ଧୁମ ମାଡ
author img

By

Published : Aug 25, 2021, 7:08 PM IST

କାବୁଲ: ତାଲିବାନ ରାଜରେ ମହିଳାଙ୍କ ଜୀବନ ଏକପ୍ରକାର ନର୍କ ସଦୃଶ୍ୟ । ମହିଳାଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାର କଡା ନିୟମ ଲାଗୁ କରାଯାଇଛି । ମହିଳାମାନେ ଘରୁ ବାହାରିବେ ନାହିଁ । ଯଦି ବାହାରିବେ, ତେବେ ଶରୀରର କୌଣସି ଅଙ୍ଗ ଯେପରି ବାହାରକୁ ଦେଖାଯିବ ନାହିଁ । ହାଇ ହିଲ୍ ଥିବା ସ୍ୟାଣ୍ଡେଲ ପିନ୍ଧିବେ ନାହିଁ । ଉଚ୍ଚସ୍ବରରେ କଥା ହେବେ ନାହିଁ । ଆହୁରି ଅନେକ କିଛି । ଯାହାକୁ ନେଇ ଆଫଗାନିସ୍ତାନରେ ବାସ କରୁଥିବା ମହିଳାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କିନ୍ତୁ ବର୍ତ୍ତମାନ ପୁରୁଷ ଯୁବପିଢିଙ୍କ ମଧ୍ୟରେ ଦେଖାଦେଇଛି ତାଲିବାନୀ ଆତଙ୍କ । ଭୟରେ ଥରହର ହେଉଛନ୍ତି ଯୁବକ ବର୍ଗ । କ୍ରୁର ତାଲିବାନମାନେ ଲାଗୁ କରିଥିବା ନିୟମ ମଧ୍ୟରେ ଆଉ ଏକ ନୂଆ ନିୟମ ଉଦ୍ରେକ ହେଉଛି ।

ଉକ୍ତ ନିୟମ ହେଲା, ମହିଳାମାନେ ଯଦି ନେଲପଲିସ ଲଗାଇବେ, ତେବେ ସେମାନଙ୍କ ଆଙ୍ଗୁଠି କାଟି ଦିଆଯିବ । ଆଉ ଯଦି ଯୁବକମାନେ କୁର୍ତ୍ତା ପାଇଜାମା ବ୍ୟତୀତ ଜିନ୍ସ ପ୍ୟାଣ୍ଟ ପିନ୍ଧିବେ, ତେବେ ସେମାନଙ୍କୁ ପ୍ରବଳ ମାଡ ହେବ । ତାଲିବାନର ଏହି ନୂଆ ନିୟମରେ ଅତିଷ୍ଠ ଯୁବବର୍ଗ ଓ ମହିଳା । ନୃଶଂସ ତାଲିବାନର ମାନସିକତା ଯେ କେତେ କ୍ରୁର, ତାହା କିଛି ଦିନ ମଧ୍ୟରେ ସାରା ବିଶ୍ବକୁ ଅବଗତ ହୋଇଯାଇଛି । ଏହି ନିୟମ ଲାଗୁ କରିବା ସହ ଏହାକୁ ଯଥା ଶୀଘ୍ର ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଯିଏ ଏହି ନିୟମରୁ ବାହାରିଯିବ, ତାର ପରିସ୍ଥିତି ବଡ ଭୟଙ୍କର ହେବ ବୋଲି ତାଲିବାନ ସ୍ପଷ୍ଟୋକ୍ତି କରିଛି । ନିକଟରେ ଏକ ଖବର ପ୍ରକାଶିତ ହୋଇଥିଲା, ଯେଉଁଥିରେ କିଛି ଯୁବକ ଜିନ୍ସ ପିନ୍ଧି ରାସ୍ତାରେ ଗଲାବେଳେ କିଛି ତାଲିବାନ ଆତଙ୍କୀ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ ।

ରାସ୍ତା ମଝିରେ ଯୁବକଙ୍କୁ ନାଲିଆଖି:

ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଜଣେ ଯୁବକ ଓ ତାଙ୍କ ସାଙ୍ଗକୁ ଜିନ୍ସ ପିନ୍ଧିବା ନେଇ ରାସ୍ତା ମଝିରେ ଖୁବ୍ ମାଡ ହୋଇଥିଲା । ଉକ୍ତ ଯୁବକ ଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ସାଙ୍ଗମାନଙ୍କ ସହ କାବୁଲ ସହରରୁ କେଉଁଆଡେ ଯାଉଥିଲେ । ଠିକ୍ ସେହି ସମୟରେ ତାଲିବାନ ଆତଙ୍କୀ ଭରା ହୋଇଥିବା ଏକ ଗାଡି ତାଙ୍କ ନିକଟରେ ଆସି ପହଞ୍ଚିଲା । ସେମାନେ ଗାଡିରୁ ଓହ୍ଲାଇ ଆସି ଜିନ୍ସ କାହିଁକି ପିନ୍ଧିଛ ବୋଲି ପଚାରିଲେ । ମୁସଲିମ ଧର୍ମରେ ଜିନ୍ସ ପିନ୍ଧିବା ଆହ୍ଲାଙ୍କୁ ଅନାଦର କରିବା ସହ ସମାନ ହୋଇଥାଏ । ଏହା ସହ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ବନ୍ଧୁକ ସହ ନାଲି ଆଖି ଦେଖାଇ ଏହି ଭୁଲ ଦ୍ବିତୀୟ ଥର ନ କରିବା ପାଇଁ ତାଗିଦ କରିଥିଲେ ।

ହିଲ୍ ସ୍ୟାଣ୍ଡଲ ଓ ନେଲପଲିସ ଉପରେ ଫତୱା ଜାରି:

ଆଫଗାନୀ ନ୍ୟୁଜପେପର Etilaatroz ଅନୁଯାୟୀ, ତାଙ୍କର ଜଣେ ସାମ୍ବାଦିକ ପାରମ୍ପରିକ ଆଫଗାନୀ ପୋଷାକ ନ ପିନ୍ଧିଥିବାରୁ ତାଲିବାନୀ ଆତଙ୍କୀମାନେ ତାଙ୍କୁ ମାଡ ମାରିଥିଲେ । କାନ୍ଧାହାରରେ ତାଲିବାନମାନେ ଝିଅ ଓ ମହିଳାଙ୍କ ଉପରେ ଫତୱା ଜାରି କରିଥିଲେ । ଏହି ଫତୱାରେ କୁହାଯାଇଥିଲା କି କୌଣସି ମହିଳା ବା ଯୁବତୀ ନେଲପଲିସ ଲଗାଇ ପାରିବେ ନାହିଁ । ଯଦି କାହାକୁ ଏମିତି କଲାବେଳେ ଦେଖାଯାଏ, ତେବେ ତତ୍‌କ୍ଷଣାତ ତାର ଗୋଡ ଓ ହାତ ଆଙ୍ଗୁଠି କାଟି ଦିଆଯିବ । ଏହାସହିତ କୌଣସି ମହିଳା ହାଇ ହିଲ୍ ପିନ୍ଧିବେ ନାହିଁ । ନଚେତ୍ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପ୍ରଥମେ ଅପହରଣ ପରେ ଚାଲାଣ:

୮ରୁ୧୦ ତାଲିବାନ ଗୋଟିଏ ଗାଡିରେ ଅସ୍ତ୍ରଶସ୍ତ୍ର ସହ ଆଫଗାନ ରାସ୍ତାରେ ବୁଲୁଛନ୍ତି । ଯଦି କିଏ ନିୟମ ଉଲ୍ଲଙ୍ଘନ କରୁଛି, ତେବେ ତାକୁ ସେହିଠାରେ ହିଁ ହତ୍ୟା କରାଯାଉଛି । ରାସ୍ତାରେ ବୁଲି ବୁଲି ଲୋକଙ୍କୁ ଡରେଇବା ସହ ଧମକ ଦିଆଯାଉଛି । କିଛି ଝିଅଙ୍କୁ ଅପହରଣ କରି ଅନ୍ୟ ଦେଶକୁ ଚାଲାଣ ମଧ୍ୟ କରାସରିଲାଣି । ଆଉ କିଛି ଯୁବତୀଙ୍କ ସହ କିଛି ତାଲିବାନୀ ଆତଙ୍କୀ ଜବରଦସ୍ତ ବାହା ମଧ୍ୟ ହୋଇସାରିଲେଣି । କେବଳ ଏଥିପାଇଁ ହିଁ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଆଫଗାନ ଛାଡିବାକୁ ଚାହାଁନ୍ତି । କାବୁଲ ବିମାନବନ୍ଦରରେ ଏବେ ମଧ୍ୟ ଅତ୍ୟଧିକ ସଂଖ୍ୟାରେ ମହିଳାମାନେ ବସିରହିଛନ୍ତି । ଆଶା ଯେ, କେହି ନା କେହି ତାଙ୍କୁ ଏହି ରାକ୍ଷସମାନଙ୍କ କବଳରୁ ଉଦ୍ଧାର କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.