ETV Bharat / bharat

ଉତ୍ତର ପ୍ରଦେଶରେ ଲଜ୍ଜା: ହସ୍ପିଟାଲରେ ପଶି ମହିଳାଙ୍କ ଉପରେ ପରିସ୍ରା କଲା ନିଶାସକ୍ତ ଯୁବକ !

ଉତ୍ତର ପ୍ରଦେଶ ବଲିଆରେ ସରକାରୀ ମହିଳା ହସ୍ପିଟାଲରେ ପଶି ଚିକିତ୍ସାଧୀନ ମହିଳାଙ୍କ ଉପରେ ପରିସ୍ରା କଲା ନିଶାସକ୍ତ ଯୁବକ । ଅଭିଯୁକ୍ତ ଗିରଫ । ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 8, 2023, 9:29 PM IST

UP: ହସ୍ପିଟାଲରେ ମହିଳାଙ୍କ ଉପରେ ପରିସ୍ରା କରି ଅଭିଯୁକ୍ତ ଯୁବକ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦେଖିବାକୁ ଲଜ୍ଜାଜନକ ଘଟଣା । ସରକାରୀ ମହିଳା ହସ୍ପିଟାଲରେ ରାତିରେ ପଶି ଜଣେ ନିଶାସକ୍ତ ଯୁବକ ଚିକିତ୍ସାଧୀନ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଛି । ବଲିଆରେ ଥିବା ମହିଳା ହସ୍ପିଟାଲରେ ଗତକାଲି (ମଙ୍ଗଳବାର) ରାତିରେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପ୍ରାଥମିକ ତଦନ୍ତରେ ଏହି ଅଭିଯୁକ୍ତ ଜଣକ ଏପରି କାଣ୍ଡ ଭିଆଇବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ ଜାଣିବାକୁ ପାଇଛି ।

ପୀଡିତାଙ୍କ ଅଭିଯୋଗ ଅନୁସାରେ, ସେ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ଜିଲ୍ଲା ମହିଳା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରେ ସେ ତାଙ୍କର ଜଣେ ସମ୍ପର୍କୀୟ ମହିଳାଙ୍କ ସହ ପୋଷ୍ଟ-ନାଟାଲ ଓ୍ବାର୍ଡରେ ଥିଲେ । ରାତି ପ୍ରାୟ 11ଟା ବେଳେ ସେ ଶୋଇଥିବା ବେଳେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଓ୍ବାର୍ଡରେ ପ୍ରବେଶ କରି ତାଙ୍କ ଉପରେ ପରିସ୍ରା କରିଥିଲେ । ସେ ଚିତ୍କାର କରିବାରୁ ଘଟଣାସ୍ଥଳରୁ ଖସି ପଳାଇଥିଲେ । ପୀଡିତା ଜଣକ ଆଜି (ବୁଧବାର) ସକାଳେ ସିଟି ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତକୁ ଚିହ୍ନଟ କରାଯାଇ ତାକୁ ଗିରଫ କରାଯାଇଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଏହି ଅଭିଯୁକ୍ତର ନାମ ବିକାଶ ସିଂ ଓ ସେ ଶାହପୁର ଗଦଓ୍ବାରର ବାସିନ୍ଦା । ଗତକାଲି ରାତିରେ ନିଶାସେବନ କରିବା ପରେ ହସ୍ପିଟାଲରେ ପ୍ରବେଶ କରି ଏପରି କାଣ୍ଡ ଭିଆଇଛି । ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ସରକାରୀ ମହିଳା ହସ୍ପିଟାଲରେ ରାତିରେ ମହିଳାମାନେ ଚିକିତ୍ସିତ ଥିବା ବେଳେ ଜଣେ ଅସାମାଜିକ ବ୍ୟକ୍ତି ଅନାୟସରେ ହସ୍ପିଟାଲ ପରିସରରେ ପ୍ରବେଶ କରି ଏପରି କାଣ୍ଡ ଭିଆଇବା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ :- Cash for Query row: ମୋଇତ୍ରାଙ୍କ ବିରୋଧରେ ଲୋକପାଳଙ୍କ CBI ତଦନ୍ତ ନିର୍ଦ୍ଦେଶ, ଦାବି କଲେ ନିଶିକାନ୍ତ ଦୁବେ

ଏହା ପୂର୍ବରୁ ମଧ୍ୟ ପ୍ରଦେଶରେ ଘଟିଥିବା ପରିସ୍ରାକାଣ୍ଡ ସାରା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଜଣେ ତଥାକଥିତ ସ୍ଥାନୀୟ ବିଜେପି ନେତା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ଏହି ଅଭିଯୁକ୍ତ ପ୍ରବେଶ ଶୁକ୍ଳାକୁ ପୋଲିସ ଗିରଫ କରିଥିଲା । ବିଜେପି ଅଭିଯୁକ୍ତର ଲିଙ୍କ ଥିବା କଥା ସ୍ବୀକାର କରିନଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୀଡିତଙ୍କ ପାଦ ଧୋଇଦେବା ସହ ସାଙ୍ଗରେ ଭୋଜନ ମଧ୍ୟ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.