ETV Bharat / bharat

ସୀମା ଟପୁଛି ନୃଶଂସତା, ମହିଳାଙ୍କ କେଶ କାଟି ମୁହଁରେ କଳା ବୋଳି ରାସ୍ତାରେ ଚଲାଇଲେ

author img

By ETV Bharat Odisha Team

Published : Sep 16, 2023, 8:30 AM IST

ମହିଳାଙ୍କ ଚୁଟି କାଟି ମୁହଁରେ କଳା ବୋଳି ରାସ୍ତାରେ ଚଲାଇଲେ ଶ୍ବଶୁର ଘର ଲୋକେ । ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

Woman hair cut and paraded around the village

ଶିମଲା: ସୀମା ଟପୁଛି ନୃଶଂସତା... ମରିଯାଉଛି ମାନବିକତା । ମଣିପୁର, ରାଜସ୍ଥାନ ପରେ ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଲା ବିଚଳିତ କରି ଦେବା ପରି ଘଟଣା । ମହିଳାଙ୍କ ଚୁଟି କାଟି ମୁହଁରେ କଳା ବୋଳି ରାସ୍ତାରେ ଚଲାଇଲେ ଶ୍ବଶୁର ଘର ଲୋକେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଘଟଣା ଘଟିଛି ହମିରପୁର ଜିଲ୍ଲା ଭୋରଞ୍ଜ ଥାନା ଅଞ୍ଚଳରେ । 15 ଦିନ ପୂର୍ବେ ଏହି ଘଟଣା ଘଟିଥିବା କୁହାଯାଉଛି । ଭିଡିଓ ଭାଇରାଲ ପରେ ପୋଲିସ ପୀଡିତା ମହିଳାଙ୍କ ବୟାନ ରେକର୍ଡ କରିଛି ଓ ଏକ ମାମଲା ରୁଜୁ କରି 5ଜଣଙ୍କୁ ଗିରଫ କରିଛି । ତେବେ କେଉଁ କାରଣରୁ ମହିଳାଙ୍କ ପ୍ରତି ଏପରି ବ୍ୟବହାର କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଭୋରଞ୍ଜ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ ପୀଡିତା: ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳାଙ୍କ କେଶକୁ କାଟି ଦିଆଯାଇଛି ଓ ମୁହଁରେ କଳା ବୋଳାଯାଇ ରାସ୍ତାରେ ଚଲାଇ ଚଲାଇ ନିଆଯାଉଛି । ସମସ୍ତେ ଏହି ଦୃଶ୍ୟକୁ ଦେଖୁଥିଲେ ମଧ୍ୟ କେହି ଏହାକୁ ପ୍ରତିବାଦ କରୁନଥିଲେ । ଘଟଣାର 15 ଦିନ ପରେ ପୀଡିତା ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ ।

ଶାଶୁ ସମେତ 5 ଜଣ ଗିରଫ: କୁହାଯାଉଛି ଯେ ପୀଡିତା ମହିଳା ଜଣକ ନିଜ ପରିବାରକୁ ନ ଜଣାଇ ଘରୁ ପଳାଇଥିଲେ । ଯେତେବେଳେ ମହିଳା ତିନି ଚାରି ମାସ ପରେ ଘରକୁ ଫେରିଲେ, ସେତେବେଳେ ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କ କେଶ କାଟିବା ସହ ମୁହଁକୁ କଳା କରି ଗାଁରେ ବୁଲାଇଥିଲେ । ଯାହାର ଭିଡିଓ ମଧ୍ୟ ଉତ୍ତୋଳନ କରାଯାଇଥିଲା । ଅଗଷ୍ଟ 31 ତାରିଖ ସନ୍ଧ୍ୟା 5ଟା ସମୟରେ ଏପରି ଘଟଣା ଘଟିଥିବା କହିଛନ୍ତି ପୀଡିତା । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଶାଶୁ ସମେତ 5 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ଆଇପିସିର ଧାରା 451, 355, 354 ଏ, 509, 341, 323, 504, 506, 34 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ହମିରପୁର ଏସପି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-Woman Paraded Naked Case: ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ, 3 ଗିରଫ

କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରବୋଧ ସକ୍ସେନା । ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ । ହିମାଚଳ ପ୍ରଦେଶରେ ଏଭଳି ମାମଲା ପୂର୍ବରୁ କେବେବି ସାମ୍ନାକୁ ଆଲିନି । ଏହି ଘଟଣାର ତଦନ୍ତ କରାଯାଉଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.