ETV Bharat / bharat

ସାହାସୀ ଝିଅ ଡେଲିସିଆ, ନିର୍ଦ୍ବନ୍ଦରେ ଚଳାନ୍ତି ଲରି-ଟ୍ୟାଙ୍କର

କେରଳର ସାହାସୀ ଯୁବତୀ ଡେଲିସିଆ । ଭାରି ଯାନ ଚଳାଇବାର ରହିଛି ତାଙ୍କ ପାଖରେ ଲାଇସେନ୍ସ । ଦେଖନ୍ତୁ ଏହି ସାହାସୀ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ ..

ସାହାସୀ ଝିଅ ଡେଲିସିଆ,  ନିର୍ଦ୍ବନ୍ଦରେ  ଚଳାନ୍ତି  ଲରି-ଟ୍ୟାଙ୍କର
ସାହାସୀ ଝିଅ ଡେଲିସିଆ, ନିର୍ଦ୍ବନ୍ଦରେ ଚଳାନ୍ତି ଲରି-ଟ୍ୟାଙ୍କର
author img

By

Published : Jun 1, 2021, 10:23 PM IST

ତ୍ରିସୁର: ଆଜିର ମହିଳା ବାଇକ ଉପରେ ଷ୍ଟଣ୍ଟ ଦେଖାଇବା ହେଉ କି ଅଟୋରିକ୍ସା ଚଳାଇବା, କିମ୍ବା ଟ୍ରାକରେ ଟ୍ରେନକୁ ଦୌଡାଇବା ଠାରୁ ଆକାଶରେ ବିମାନ ଉଡାଇବା ପର୍ଯ୍ୟନ୍ତ, ଆଗରୁ ଅନେକ କାହାଣୀ ଶୁଣିଥିବେ । ଏଭଳି ଏକ କାହାଣୀ.. ଆଜି ଆମେ ଦେଖାଇବୁ... ଯେଉଁଠି କେରଳର ଜଣେ ଯୁବତୀ ଚଳାଉଛନ୍ତି 10 ଚିକିଆ ଟ୍ରକ ।

ସାହାସୀ ଝିଅ ଡେଲିସିଆ, ନିର୍ଦ୍ବନ୍ଦରେ ଚଳାନ୍ତି ଲରି-ଟ୍ୟାଙ୍କର

ତ୍ରିସୁର ଜିଲ୍ଲା ଭଦାନପ୍ପଲ୍ଲୀ କାଣ୍ଡସାସମକଡଭୁର ପେଟ୍ରୋଲ ଟ୍ୟାଙ୍କର୍‌ ଚାଳକ ଡେଭିସଙ୍କ ମଝିଆଁ ଝିଅ ଡେଲିସିଆ । ଦୀର୍ଘ 40 ବର୍ଷରୁ ପେଟ୍ରୋଲ ଟ୍ୟାଙ୍କର ଲରି ଚଳାଇଆସୁଛନ୍ତି ଡେଭିସ । ବାପାଙ୍କ ଏହି କାମରେ ସାଥ ଦେବାକୁ କମ ବୟସରୁ ଡ୍ରାଇଭିଂ ପ୍ରତି ଆଗ୍ରହୀ ଡେଲିସିଆ ପେଟ୍ରୋଲ ଟ୍ୟାଙ୍କରକୁ ଚଳାଇବା ପାଇଁ ସକ୍ଷମ ହୋଇପାରିଛନ୍ତି ।

ଛୋଟ ବେଳେ ଡେଲିସିଆଙ୍କୁ ତାଙ୍କ ବାପା ନିଜ ସାଙ୍ଗରେ ଟ୍ରିପରେ ନେଇଯାଉଥିଲେ । ବାପାଙ୍କ ଗାଡି ଚଳାଇବାର ଶୈଳୀକୁ ଦେଖି ବଡ ହୋଇଥିଲେ ଡେଲିସିଆ | ଯେତେବେଳେ ଡେଲିସିଆ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ, ସେତେବେଳେ ପ୍ରଥମ ଥର ତାଙ୍କ ବାପା ଡେଲିସିଆଙ୍କୁ ଚକ ଉପରେ ବସାଇଥିଲେ ।

ଡେଲିସିଆ ବାପା କୁହନ୍ତି କି ପିଲାଦିନରୁ ଗାଡି ଚଳାଇବା ପାଇଁ ଡେଲିସିଆ ପାଗଳ ଥିଲା | ମୁଁ ଗତ 40 ବର୍ଷ ଧରି ଟ୍ୟାଙ୍କର୍ ଚଳାଉଛି | ଥରେ, ଡେଲିସିଆ ମୋତେ ପଚାରିଥିଲେ ଯେ ସେ ଆମ ପାଖରେ ଥିବା ଆମ୍ବାସାଡର କାର ଚଳାଇ ପାରିବେ କି? ତିନି କିମ୍ବା ଚାରି ଦିନ ମଧ୍ୟରେ, ସେ ଷ୍ଟିଅରିଂକୁ ନିୟନ୍ତ୍ରଣ କରିପାରିଥିଲେ | ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ତାର ବୟସ ହୋଇନଥିଲେ। ତା’ର 18 ତମ ଜନ୍ମଦିନର ପରଦିନ ସେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲା | ସେ ଦୁଇ ବର୍ଷ ଧରି ଗାଡି ଚଳାଉଥିଲେ । ଆଉ ବର୍ଷେ ପରେ, ଡେଲିସିଆ ଭାରିଯାନ ଲାଇସେନ୍ସ, ପରେ ଅଗ୍ନିଶମ ଗାଡି ଚଳାଇବାର ଲାଇସେନ୍ସ ପ୍ରମାଣ ପ୍ରାପ୍ତ କରିଥିଲେ । ପରେ ସେ ହିନ୍ଦୁସ୍ତାନ ପେଟ୍ରୋଲିୟମରୁ ଏକ ପାସ୍ ପାଇଥିଲେ। ବର୍ତ୍ତମାନ ସେ ନିୟମିତ ଭାବେ ପେଟ୍ରୋଲ ଟ୍ୟାଙ୍କର୍ ଚଳାଉଛନ୍ତି ।

ଡେଲିସିଆ କାରରୁ ନିଜ ଡ୍ରାଇଭଂ ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ପରେ ସେ ଭାରିଯାନ ଚଳାଇବାକୁ ମନବଳାଇଥିଲେ । 20 ବର୍ଷ ହେବା ପରେ ସେ ଭାରିଯାନ ଚଳାଇବା ପାଇଁ ଲାଇସେନ୍ସ ପାଇଥିଲେ ।

ଦୀର୍ଘ ଦିନ ଧରି ଯାତ୍ରାରେ ମୋ ବାପା ମୋତେ ଲରୀରେ ଟ୍ରିପରେ ନେଇଯାଆନ୍ତି | ଦୂର ଯାତ୍ରାରେ ଗାଡି ଚଳାଇବା ସମୟରେ ଯେପରି ଶୋଇନଯାଆନନ୍ତି, ସେଥିପାଇଁ ବାପା ନିଜସାଙ୍କରେ ମୋତେ ନେଇ ଯାଉଥିଲେ । ଏହା ମୋତେ ଗାଡି ଚଲାଇବା ଆଡକୁ ଆକୃଷ୍ଟ କଲା | ଆମ ଘରେ ଥିବା ଆମ୍ବାସାଡର କାରରେ ଗାଡି ଚଲାଇବା ଶିଖିଥିଲି | ଏହାର ସାଧାରଣ ଷ୍ଟିଅରିଂ ଅଛି । ତା’ପରେ, ବାପା ହିଁ କହିଥିଲେ ଯେ ମୁଁ ପାୱାର ଷ୍ଟିଅରିଂ ବ୍ୟବହାର କରିବା ଶିଖିବା ଉଚିତ ଏବଂ ଏହା ଜାଣିବା ପାଇଁ ଲରୀ ହେଉଛି ସର୍ବୋତ୍ତମ ଯାନ । ପାୱାର ଷ୍ଟିଅରିଂ ସହିତ, ଆମେ ଯାନକୁ ସୁରୁଖୁରୁରେ ଏବଂ ସହଜରେ ପରିଚାଳନା କରିପାରିବା । ବାପା ମୋତେ ଗିଅର ସ୍ଥିତି ଏବଂ ଗାଡିର ଲମ୍ବ ବିଷୟରେ ଶିଖିବାରେ ସାହାଯ୍ୟ କଲେ । ମୁଁ ଅନୁଭବ କଲି ଯେ ଏକ ଟ୍ୟାଙ୍କର୍ ଚଳାଇବା ସହଜ ଅଟେ ଏବଂ ଏହାପରେ ମୁଁ ଲାଇସେନ୍ସ ପାଇଁ ଆବେଦନ କରିଥିଲି | ମୁଁ ବର୍ତ୍ତମାନ କିଛି ଦିନ ପାଇଁ ମୋ ବାପାଙ୍କ ସହ ଗାଡି ଚଳାଉଛି ବୋଲି କହିଛନ୍ତି ଡେଲିସିଆ ।

ଆଜିକାଲି ଡେଲିସିଆଙ୍କ ଯାତ୍ରା ଏର୍ନାକୁଲମର ଇରୁମ୍ବାନମରୁ ମାଲାପୁରାମର ଏକ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ରହିଛି । ଏହିରୁଟ୍‌ରେ ସେ ଏକ ପେଟ୍ରୋଲ ଲୋଡ୍ ଟ୍ୟାଙ୍କର୍ ଟ୍ରକ୍ ଚଳାଉଛି । ବେଳେବେଳେ, ତାଙ୍କୁ କୋଝିକୋଡର ଏଲାଥୁର ପେଟ୍ରୋଲ ଡିପୋକୁ ମଧ୍ୟ ଯିବାକୁ ପଡେ ।

ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ବହୁଚକ ବିଶିଷ୍ଟ ଗାଡି ଚଳାଇବା । ଭଲଭୋ ପରି ବିଶାଳ ବହୁଚକ ବିଶିଷ୍ଟ ଯାନ ଚଳାଇବାକୁ ହେଲେ ବେଙ୍ଗାଲୁରୁ ତାଲିମ କେନ୍ଦ୍ରରୁ ତାଲିମ ନେବାକୁ ପଡିଥାଏ । ଯେତେବେଳେ ସେ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଗଲା ।

ଯଦିଓ ସେ ଗାଡି ଚଳାଇବାରେ ନିଜର ସୁଖ ପାଆନ୍ତି, ତଥାପି 22 ବର୍ଷ ବୟସ୍କା ଡେଲିସିଆ ପାଠପଢାରେ ମଧ୍ୟ ଉତ୍ତମ । ତ୍ରିସୁର ସେଣ୍ଟ ଥୋମାସ କଲେଜରୁ ବି କମ୍‌ରେ ସ୍ନାତକ ଶେଷ କରିବା ପରେ ସେ ତ୍ରିସୁର ପି.ଜି. ସେଣ୍ଟରରେ ନାମ ଲେଖାଇଥିଲେ । ଯଦିଓ ତାଙ୍କ ପାଠ୍ୟକ୍ରମ ସଂପୂର୍ଣ୍ଣ ହୋଇଛି, ତଥାପି ଏମ କମ୍‌ ପାଇଁ ଅନ୍ତିମ ବର୍ଷର ପରୀକ୍ଷା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଭିତରେ ଡେଲିସିଆ ସରକାରୀ କ୍ଷେତ୍ରରେ ଡ୍ରାଇଭର ଭୂମିକାରେ ଯୋଗଦେବାକୁ ଇଚ୍ଛା ରଖିଛନ୍ତି ।

ବର୍ତ୍ତମାନ ଡେଲିସିଆ ଜଣେ ପୂର୍ଣ୍ଣକାଳୀନ ପେଟ୍ରୋଲ ଟ୍ୟାଙ୍କର ଡ୍ରାଇଭର ହୋଇ ଏବେ ବାପାଙ୍କୁ ବିଶ୍ରାମ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.