ETV Bharat / bharat

ଏତଲା ପ୍ରତ୍ୟାହାର ନକରିବାରୁ ଦୁଷ୍କର୍ମ ପୀଡିତାଙ୍କୁ ବିବସ୍ତ୍ର କରି ମାଡ !

author img

By

Published : Aug 21, 2023, 9:46 PM IST

ପଶ୍ଚିମବଙ୍ଗରେ ଏତଲା ପ୍ରତ୍ୟାହାର ନକରିବାରୁ ଦୁଷ୍କର୍ମ ପୀଡିତାଙ୍କୁ ବିବସ୍ତ୍ର କରି ମାଡ ଅଭିଯୋଗ । ଅଭିଯୁକ୍ତ ଶାସକ ତୃଣମୂଳ କଂଗ୍ରେସ ନେତା ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଏତଲା ପ୍ରତ୍ୟାହାର ନକରିବାରୁ ଦୁଷ୍କର୍ମ ପୀଡିତାଙ୍କୁ ବିବସ୍ତ୍ର କରି ମାଡ !
ଏତଲା ପ୍ରତ୍ୟାହାର ନକରିବାରୁ ଦୁଷ୍କର୍ମ ପୀଡିତାଙ୍କୁ ବିବସ୍ତ୍ର କରି ମାଡ !

କୋଲକାତା: ଜଣେ ସ୍ଥାନୀୟ ରାଜନେତାଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ପୋଲିସରେ ଅଭିଯୋଗ କରିଥିଲେ ପୀଡିତା । ହେଲେ ଅଭିଯୁକ୍ତ ପକ୍ଷରୁ ଏତଲା ପ୍ରତ୍ୟାହାର କରିବା ପାଇଁ ବାରମ୍ବାର ମିଳୁଥିଲା ଧମକ । ଏଥିରେ ପୀଡିତାଜଣଙ୍କ ସହମତ ନହେବାରୁ ତାଙ୍କୁ ବିବସ୍ତ୍ର କରି ସଂଘବଦ୍ଧ ଆକ୍ରମଣ ସହ ନିର୍ଯାତନା ଦିଆଯାଇଛି । ଏପରି ଏକ ଘଟଣା ପଶ୍ଚିମବଙ୍ଗର ପୂର୍ବ-ବର୍ଦ୍ଧମାନ ଜିଲ୍ଲାରେ ସାମ୍ନାକୁ ଆସିଛି । ଅଭିଯୁକ୍ତଜଣଙ୍କ ଶାସକ ଦଳ ତୃଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ପୂର୍ବ-ବର୍ଦ୍ଧମାନ ଜିଲ୍ଲାର ମିର୍ଜାପୁର ଅଞ୍ଚଳର ଏହି ପୀଡିତାଜଣଙ୍କ ଗତମାସରେ ସ୍ଥାନୀୟ ଜଣେ ତୃଣମୂଳ କଂଗ୍ରେସ ନେତା ବିପନ ଦାସଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ସେ ବିପନ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ମଧ୍ୟ ଦେଇଥିଲେ । ହେଲେ ପୋଲିସ ଅଭିଯୋଗ ଗ୍ରହଣ କରିବା ପରେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ପୀଡିତାଙ୍କୁ ଏତଲା ପ୍ରତ୍ୟାହାର କରିବାକୁ ବାରମ୍ବାର ଚାପ ପକାଇବା ସହ ଧମକ ଦେଇଚାଲିଥିଲା । ବାରମ୍ବାର ଚାପ ପକାଇ ବିଫଳ ହେବା ପରେ ଅଭିଯୁକ୍ତ ପୀଡିତାଙ୍କୁ ଆକ୍ରମଣ କରିଥିଲା ।

ଅଭିଯୁକ୍ତ ରାଜନେତା ବିପନ ଓ ତାର ଏକାଧିକ ସହଯୋଗୀ ପୀଡିତାଙ୍କ ଘରେ ପଶି ତାଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ ଦେଇଥିଲେ । ତାଙ୍କ ଘରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ । ଏଥିରେ ପୀଡିତା ଆହତ ହୋଇଥିଲେ । ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ସିପିଆଇଏମ ପୋଲିସ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ବର୍ଷିଛି । ଅଭିଯୁକ୍ତ ଶାସକ ଟିଏମସିର ଜଣେ କାର୍ଯ୍ୟକର୍ତ୍ତା ହୋଇଥିବାରୁ ପୋଲିସ ତାକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଦୁଷ୍କର୍ମ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅଭିଯୋଗରେ ମୁହଁ ଖୋଲିନଥିବା ବେଳେ ତଦନ୍ତ ଜାରି ରହିଥିବା କହିଛି ।

ଏହା ମଧ୍ୟ ପଢନ୍ତୁ:- West Bengal: ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ, ଭିଡିଓ ଭାଇରାଲ ପରେ ମମତାଙ୍କୁ ଘେରିଲା ବିଜେପି

ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗ ମାଲଦାରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରାଯାଇ ମାଡ ମରାଯାଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଚୋରି ଅଭିଯୋଗରେ ମହିଳାଙ୍କ ଏକ ଗୋଷ୍ଠୀ ଏହି ଦୁଇ ପୀଡିତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରାକରଙ୍କୁ ସମାଲୋଚନା କରୁଥିବା ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ଘେରିଥିଲା ବିଜେପି । ଏହା ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ ମମତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.