ହାଇଦ୍ରାବାଦ: ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ମହିଳାଙ୍କୁ ନିଆଁକୁ ଠେଲି ହତ୍ୟା । ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ 24 ବର୍ଷୀୟ ଯୁବତୀ ଶାରୀରିକ ସମ୍ପର୍କ ରଖିବା ପାଇଁ ବାରଣ କରିବାରୁ ନିଆଁକୁ ଠେଲିଦେଲେ ଦୁର୍ବୃତ୍ତ । ଯାହା ଫଳରେ ଗତ ଶନିବାର ଉକ୍ତ ଯୁବତୀଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଯୁବତୀଙ୍କ ମୃତ୍ୟୁ ପୂର୍ବରୁ ସେ ନିଜ ବୟାନ ଆକାରରେ ପୋଲିସକୁ ସୂଚନା ଦେଇଥିଲେ ଯେ, ଗତ ଶୁକ୍ରବାର ରାତିରେ ତେଲେଙ୍ଗାନାର ନାରାୟଣପେଟ ଜିଲ୍ଲାରେ ଏକ ନିର୍ଜନ ସ୍ଥାନରେ ଅଭିଯୁକ୍ତ ଜଣକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ତେବେ ଯୁବତୀ ବାରଣ କରିବାରୁ ଅଭିଯୁକ୍ତ ତାଙ୍କୁ ନିଆଁକୁ ଠେଲି ଦେଇଥିବା ଅଭିଯୋଗ ରହିଛି ।
ଯୁବତୀ ଜଣକ ନିଜ ପରିବାର ସହିତ ହାଇଦ୍ରାବାଦରେ ରହୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ଜଣେ ଶ୍ରମିକ ହୋଇଥିବା ଜଣାପଡ଼ିଛି। ଏବଂ ଯୁବତୀଙ୍କୁ ସେ ପୂର୍ବରୁ ଜାଣିଥିବା ପୋଲିସ କହିଛି। ଗତ ଏକ ସପ୍ତାହ ପୂର୍ବରୁ ଯୁବତୀଙ୍କ ନିଖୋଜ ନେଇ ତାଙ୍କ ପିତା ଥାନାରେ ଏତଲା ଦେଇଥିଲେ। ଏହି ଘଟଣା ନେଇ ଯୁବତୀଙ୍କ ମାଆ ଅଭିଯୁକ୍ତ ଉପରେ ହତ୍ୟା ଏବଂ ଶାରୀରିକ ନିର୍ଯାତନା ନେଇ ଥାନାରେ ଏତଲା ଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।