ETV Bharat / bharat

Love, dhokha & Knotty affair: ବିବାହର କିଛି ଦିନ ପରେ ଅନ୍ୟ ଜଣଙ୍କୁ ବିବାହ କଲା ସ୍ବାମୀ, ଥାନାରେ ମାମଲା - ହାଇଦ୍ରାବାଦରେ ପତ୍ନୀକୁ ଧୋକା ଦେଲା ସ୍ବାମୀ

କୌଣସି ବଲିଉଡ୍‌ କାହାଣୀଠୁ କମ ନୁହେଁ ହାଇଦ୍ରାବାଦର ଏହି ଘଟଣା । ବିବାହର କିଛି ଦିନ ପରେ ଅନ୍ୟ ମହିଳାଙ୍କ ସହ ସ୍ବାମୀର ବିବାହ କଲା ପତ୍ନୀ । ଜାଣନ୍ତୁ ପୁରା ଘଟଣା

Woman Gets her husband married to another woman

author img

By

Published : Aug 17, 2023, 10:02 PM IST

ହାଇଦ୍ରାବାଦ: ପ୍ରେମ, ଧୋକା ଓ ପରକୀୟା ପ୍ରୀତି । ଏମିତି ଏକ ଘଟଣା ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ଯାହାକି କୌଣସି ବଲିଉଡ୍‌ କାହାଣୀଠୁ କମ୍‌ ନୁହେଁ । ନିଜ ବିବାହର କିଛି ଦିନ ପରେ ଅନ୍ୟ ଜଣେ ମହିଳାଙ୍କ ସହିତ ସ୍ବାମୀର ବିବାହ କରାଇଲା ପତ୍ନୀ । ତେବେ ଏ କୌଣସି ତ୍ୟାଗ କି ବଳିଦାନ ନଥିଲା । ସ୍ବାମୀର ଦ୍ବିତୀୟ ବିବାହ ପରେ ମଧ୍ୟ ପ୍ରଥମ ପତ୍ନୀ ସ୍ବାମୀ ସହ ସମ୍ପର୍କରେ ରହିଥିଲା । ଏନେଇ ଦ୍ବିତୀୟ ପତ୍ନୀ ଜାଣିବା ପରେ ଏବେ ଆଇନର ଦ୍ବାରସ୍ଥ ହୋଇଛି ।

ଘଟଣାଟି ପଢ଼ିବା ପରେ ଆପଣଙ୍କୁ ନିଶ୍ଚୟ ଜଟିଳ ଲାଗୁଥିବ । ସ୍ବାମୀ-ସ୍ତ୍ରୀଙ୍କର ଏହି ଛନ୍ଦ ବୁଝିବାକୁ ମଧ୍ୟ ମହିଳାଙ୍କୁ କିଛି ସମୟ ଲାଗି ଯାଇଥିଲା । ଘଟଣାଟି ଥିଲା କିଛି ଏପରି । ବଞ୍ଜାରା ହିଲ୍ସ ପୋଲିସ୍‌ ଷ୍ଟେସନ ସବ୍‌-ଇନ୍ସପେକ୍ଟର ରବିନ୍ଦରଙ୍କ କହିବା ଅନୁସାରେ ହାଇଦ୍ରାବାଦ ବଞ୍ଜାରା ହିଲ୍ସ ଅଞ୍ଚଳ ନିକଟ ଶିଙ୍ଗାଡ଼ା କୁନ୍ତା ବସ୍ତି ଅଞ୍ଚଳର ଜଣେ ୨୦ ବର୍ଷୀୟ ଯୁବତୀ ଘରେ ଟ୍ୟୁସନ କରି ରୋଜଗାର କରନ୍ତି । ସେ ୟୁସୁଫଗୁଡ଼ାରେ ଗତ ୨୦୨୦ ମସିହାରେ ଅଭିଯୁକ୍ତ ସ୍ବାମୀ ଗାନ୍ଧୀକୁ ଭେଟିଥିଲେ । ଏକ ଡ୍ୟାନ୍ସ ଏକାଡେମିରେ ଗାନ୍ଧୀକୁ ଭେଟିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଏହା ବି ପଢନ୍ତୁ- ପ୍ରେମ ସପ୍ତାହରେ ପ୍ରେମିକାକୁ ପ୍ରତାରଣା, ପ୍ରେମିକ ଘର ସମ୍ମୁଖରେ ବିହାର ଯୁବତୀଙ୍କ ଧାରଣା

ଏହି ସମ୍ପର୍କକୁ ତାଙ୍କ ପରିବାର ସଦସ୍ୟଙ୍କ ସ୍ବୀକୃତି ମଧ୍ୟ ମିଳିଥିଲା । ଏହାପରେ ଉଭୟ ଲିଭ-ଇନ୍‌ ରିଲେସନସିପରେ ରହିଥିଲେ । ଗାନ୍ଧୀ ଅନ୍ୟ ଜଣେ ମହିଳା ରୋଜା ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଏହି ଯୁବତୀ ଜଣକ ଜାଣିବାକୁ ପାଇଥିଲେ । ଏ ନେଇ ସେ ନିଜ ପରିବାରକୁ ମଧ୍ୟ ଜଣାଇଥିଲେ । ହେଲେ ଏହି ସମୟରେ ରୋଜା ଓ ଗାନ୍ଧୀ କିଛି ଉପାୟ ନପାଇ ତ୍ୟାଗ ଓ ବଳିଦାନର କଥା କହିଥିଲେ । ଏହାପରେ ରୋଜା ଗାନ୍ଧୀଙ୍କ ସହିତ ଉକ୍ତ ଯୁବତୀଙ୍କ ବିବାହ ପାଇଁ ରାଜି ହୋଇଥିଲା । ଏହାପରେ ଗାନ୍ଧୀ ଓ ଉକ୍ତ ମହିଳାଙ୍କୁ ଗତ ମେ ୧୪ ତାରିଖରେ ବିବାହ ହୋଇଥିଲା । ହେଲେ ଏଠାରେ ଦେଖିବାକୁ ମିଳିଥିଲା ଟ୍ବିଷ୍ଟ ।

ବିବାହ ପରେ ଅଭିଯୁକ୍ତ ସ୍ବାମୀ ଗାନ୍ଧୀ ଘରକୁ ବିଳମ୍ବରେ ଫେରୁଥିଲେ । ଏନେଇ ଯେତେବେଳେ ଉକ୍ତ ମହିଳା ଜଣକ ପ୍ରଶ୍ନ କରୁଥିଲେ, ସେତେବେଳେ ଗାନ୍ଧୀ ବିରକ୍ତିଭାବ ପ୍ରକାଶ କରିବା ସହ ମାଡ଼ ମାରୁଥିଲେ । ଏହାର କିଛି ଦିନ ପରେ ଉକ୍ତ ମହିଳା ଜଣକ ଜାଣିବାକୁ ପାଇଥିଲେ ଯେ ଗାନ୍ଧୀ ରୋଜା ସହିତ ସମ୍ପର୍କରେ ଅଛନ୍ତି ଓ ସେମାନଙ୍କ ବିବାହର କିଛି ଦିନ ପୂର୍ବରୁ ସେ ରୋଜା ସହିତ ବିବାହ କରିଛନ୍ତି । ଏହି ଘଟଣା ଜାଣିବା ପରେ ଗାନ୍ଧୀଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.