ETV Bharat / bharat

ଗର୍ଭପାତ ବଟିକା ଖାଇ ୩୩ ବର୍ଷୀୟା ମହିଳା ମୃତ

author img

By

Published : Dec 15, 2022, 8:42 AM IST

ଜୀବନ ନେଲା ଗର୍ଭପାତ ବଟିକା । ଗର୍ଭପାତ ପାଇଁ ଔଷଧ ଖାଇ ଆଖି ବୁଜିଲେ ୩୩ ବର୍ଷୀୟା ମହିଳା । ଅଧିକ ପଢନ୍ତୁ

ଗର୍ଭପାତ ବଟିକା ଖାଇ ମହିଳା ମୃତ
ଗର୍ଭପାତ ବଟିକା ଖାଇ ମହିଳା ମୃତ

ବେଙ୍ଗାଲୁରୁ: ଗର୍ଭପାତ ପାଇଁ ଔଷଧ ଖାଇ ଆଖି ବୁଜିଲେ ୩୩ ବର୍ଷୀୟା ମହିଳା(Woman dies after having abortion pill) । ମୃତ ମହିଳା ବେଙ୍ଗାଲୁରୁ ନିବାସୀ । ତାଙ୍କର ନାମ ପ୍ରୀତି କୁଶୱା । ସେ ଏକ ପ୍ରତିଷ୍ଠିତ ଇ-କମର୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ । କିଛି ଦିନ ତଳେ ପ୍ରୀତି ଅନ୍ତଃସତ୍ତ୍ବା ଥିବା ଜାଣିବାକୁ ପାଇଥିଲେ । ମାତ୍ର ପୂର୍ବରୁ ତାଙ୍କର ଗୋଟିଏ ୧୧ ମାସର ଶିଶୁ ଥିବାରୁ ସେ ଗର୍ଭପାତ କରିବାକୁ ଚାହୁଁଥିଲେ । ଏଥିପାଇଁ ନିଜ ସ୍ବାମୀଙ୍କ ଅଜାଣତରେ ସେ ଗର୍ଭପାତ ବଟିକା ଖାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ପୋଲିସର ସୂଚନା ମୁତାବକ, ଡିସେମ୍ବର ୧୦ ତାରିଖରେ ୩୩ ବର୍ଷୀୟା ପ୍ରୀତି ଚେକ୍ ଅପ୍ ସମୟରେ ଗର୍ଭବତୀ ଥିବା ଜଣାପଡିଥିଲା । ହେଲେ ପ୍ରଥମ ସନ୍ତାନର ସଠିକ୍ ଲାଳନ ପାଳନ ପାଇଁ ସେ ଏବେ ପୁଣି ଏକ ଛୁଆ ଜନ୍ମଦେବାକୁ ଚାହୁଁନଥିଲେ । ଏଥିପାଇଁ ଗର୍ଭପାତ ଔଷଧ ଆଣିବାକୁ ପ୍ରୀତି ନିଜ ସ୍ବାମୀଙ୍କୁ କହିଥିଲେ । ହେଲେ ତାଙ୍କର ଗର୍ଭପାତ ପାଇଁ ସ୍ବାମୀ ରାଜି ହୋଇନଥିଲେ । ଏହାପରେ ସୋମବାର ବିଳମ୍ବିତ ରାତିରେ ପ୍ରୀତି ନିଜେ ବାହାରୁ ଗର୍ଭପାତ ବଟିକା ଆଣି ସେବନ କରିଥିଲେ । ଯାହାର କିଛି ସମୟ ପରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ।

ଏହାମଧ୍ୟ ପଢନ୍ତୁ: କଥା ନହେବାରୁ ଦିଲ୍ଲୀ ଛାତ୍ରୀଙ୍କୁ ହୋଇଥିଲା ଏସିଡ୍‌ ମାଡ, ୩ ଗିରଫ

ମଙ୍ଗଳବାର ଦିନ ପ୍ରୀତି ଅଚେତ ହୋଇପଡିଥିଲେ । ଏହାପରେ ସ୍ବାମୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତରେ ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଗର୍ଭପାତ ବଟିକା ସେବନ ଜନିତ ଜଟିଳତାରୁ ପ୍ରୀତିଙ୍କ ମୃତ୍ୟୁ ହୋଇଥିବା ତାଙ୍କର ଭାଇ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.