ETV Bharat / bharat

ଧକ୍କା ଦେଇ 3KM ଘୋଷାଡି ନେଲା ଟ୍ରକ, ଜଳିଗଲେ ମହିଳା ସ୍କୁଟି ଆରୋହୀ

ଉତ୍ତର ପ୍ରଦେଶ ବାନ୍ଦା ଜିଲ୍ଲାରେ ଦିଲ୍ଲୀ କାର ଟ୍ରାଜେଡିର ପୁନରାବୃତ୍ତି । ମହିଳାଙ୍କୁ ଧକ୍କା ଦେବା ପରେ ସ୍କୁଟି ସହ 3କି.ମି ଘୋଷାଡି ନେଲା ଟ୍ରକ (Woman charred to death after dragged by truck)। ଲାଗିଗଲା ନିଆଁ । ମହିଳାଙ୍କ ମୃତ୍ୟୁରେ ଉତ୍ତେଜନା ଓ ରାସ୍ତାରୋକ । ଅଧିକ ପଢନ୍ତୁ

author img

By

Published : Jan 5, 2023, 4:53 PM IST

3 କିମି ଘୋଷାଡି ନେଲା ଟ୍ରକ
3 କିମି ଘୋଷାଡି ନେଲା ଟ୍ରକ

ହାଇଦ୍ରାବାଦ: ଦିଲ୍ଲୀ ସୁଲତାନପୁରୀ କାର ଟ୍ରାଜେଡିକୁ ନେଇ ସମଗ୍ର ଦେଶରେ ଉଦବେଗ ଥମିନଥିଲା ବେଳେ ଉତ୍ତର ପ୍ରଦେଶରେ ମଧ୍ୟ ଏପରି ଦୁଖଃଦ ଦୁର୍ଘଟଣାର ପୁନରାବୃତ୍ତି ସାମ୍ନାକୁ ଆସିଛି । ବାନ୍ଦା ଜିଲ୍ଲାରେ ଜଣେ ସ୍କୁଟି ଆରୋହୀ ମହିଳାଙ୍କୁ ଏକ ଟ୍ରକ ଧକ୍କା ଦେବା ସହ ପ୍ରାୟ 3କି.ମି ଘୋଷାଡି ନେଇଛି (Woman charred to death after dragged by truck)। ଫଳରେ ମହିଳାଙ୍କ ମୃତ୍ୟୁ ହେବା ସହ ସ୍କୁଟି ଓ ଟ୍ରକରେ ନିଆଁ ଲାଗିଯାଇଛି । ତେବେ ମାତ୍ର କିଛି ଦିନ ମଧ୍ୟରେ ଗାଡିରେ ଘୋଷାଡି ନେବାର ଏହା ଚତୁର୍ଥ ଘଟଣା ।

ପ୍ରାଣ ହରାଇଥିବା ମହିଳାଙ୍କ ନାମ ପୁଷ୍ପା ଓ ସେ ବାନ୍ଦା ଜିଲ୍ଲାର କୋଟଓ୍ବାଲୀ ଥାନା ଅଧୀନ ମଓ୍ବାଇ ଗ୍ରାମର ବାସିନ୍ଦା ବୋଲି ସ୍ପଷ୍ଟ ହୋଇଛି । ସେ ସ୍ଥାନୀୟ କୃଷି ବିଶ୍ବବିଦ୍ୟାଳୟରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ମୃତ ମହିଳାଙ୍କ ସ୍ବାମୀ ଉକ୍ତ ବିଶ୍ବବିଦ୍ୟାଳୟରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ବଦଳରେ ପୁଷ୍ପାଙ୍କୁ ବିଶ୍ବବିଦ୍ୟାଳୟରେ ଅନୁକମ୍ପା ଭିତ୍ତିରେ ନିଯୁକ୍ତି ମିଳିଥିଲା ।

ଆଜି (ଗୁରୁବାର) ପୁଷ୍ପା ବିଶ୍ବବିଦ୍ୟାଳରୁ କାର୍ଯ୍ୟସାରି ବାନ୍ଦା ବାଇପାସ ରୋଡ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭରି ଫେରୁଥିଲେ । ସେହିି ସମୟରେ ଦୃତଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ସ୍କୁଟି ସହ ସେ ଟ୍ରକ ତଳେ ଲାଖି ଯାଇଥିବା ବେଳେ ଟ୍ରକଟି ପ୍ରାୟ 3କି.ମି ପର୍ଯ୍ୟନ୍ତ ତାଙ୍କୁ ଘୋଷାଡି ନେଇଥିଲା । ଫଳରେ ଉଭୟ ସ୍କୁଟି ଓ ଟ୍ରକରେ ନିଆଁ ଲାଗି ଯାଇଥିଲା (truck drag Woman with scooty for 3 kms)। ଦୁଇଟି ଗାଡି ଓ ମୃତଦେହ ମଧ୍ୟ ଜଳିଯାଇଛି ।

ଘଟଣା ପରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଓ ମୃତକ କାର୍ଯ୍ୟରତ ଥିବା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ କରିଥିଲେ । କିଛି ସମୟ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ପୋଲିସ ଫୋର୍ସ ସହ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୁରଭି ଶର୍ମା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହ ଦାବି ପୂରଣ ନେଇ ଆଲୋଚନା କରିଥିଲେ । ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.