ETV Bharat / bharat

କେଦାରନାଥ ମନ୍ଦିର ଗର୍ଭଗୃହରେ ଟଙ୍କା ଉଡାଇଲେ ମହିଳା, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

author img

By

Published : Jun 19, 2023, 10:26 PM IST

କେଦାରନାଥ ମନ୍ଦିର ଗର୍ଭଗୃହରେ ଟଙ୍କା ଉଡାଇଲେ ମହିଳା । ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ଭକ୍ତ ମହଲରେ ଅସନ୍ତୋଷ । ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ବସନା ଦେଲା ମନ୍ଦିର ପରିଚାଳନା କମିଟି । ଅଧିକ ପଢନ୍ତୁ

କେଦାରନାଥ ମନ୍ଦିର ଗର୍ଭଗୃହରେ ଟଙ୍କା ଉଡାଉଛନ୍ତି ମହିଳା, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

ଡେରାଡୁନ: କେଦାରନାଥ ମନ୍ଦିର ଗର୍ଭଗୃହରେ ଜଣେ ମହିଳା ଟଙ୍କା ଉଡାଉଛନ୍ତି । ମହିଳାଙ୍କର ଏହି ନୋଟ୍ ଉଡାଇବାର ଭିଡିଓ ଏବେ ଭାଇରାଲ ହୋଇଛି । ଏହାକୁ ନେଇ ଅସନ୍ତୋଷ ଦେଖାଯିବା ପରେ ରୁଦ୍ରପ୍ରୟାଗ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ହେଲେ ମହିଳାଙ୍କୁ ଏଯାଏ ଚିହ୍ନଟ କରାଯାଇ ପାରିନାହିଁ । ଦେଶର 12 ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ହିମାଳୟର ପାଦ ଦେଶରେ ଥିବା ବାବା କେଦାରନାଥଙ୍କ ପବିତ୍ର ଧାମ ଅନ୍ୟତମ । ଏଠାକୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି । ଏବେ ଏହି ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ହେଲେ ଏହି ମହିଳା କିଏ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତାଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ପ୍ରଶାସନ ତଦନ୍ତ ଜାରି ରଖିଛି ।

ଏହି ଭଇରାଲ ଭିଡିଓରେ ଜଣେ ମହିଳା ବାବା କେଦାରନାଥ ଜ୍ୟୋତିର୍ଲିଙ୍ଗ ଉପରେ ନୋଟ୍ ଉଡାଉଥିବା ନଜର ଆସିଛନ୍ତି । ଏହି ସମୟରେ ଅନ୍ୟ କିଛି ଶ୍ରଦ୍ଧାଳୁ ମଧ୍ୟ ମହିଳାଙ୍କ ନିକଟରେ ଗର୍ଭଗୃହରେ ଉପସ୍ଥିତ ଥିବା ମଧ୍ୟ ନଜର ଆସିଛନ୍ତି । ତେବେ ମହିଳାଙ୍କ ଏହି ଅଶୋଭନୀୟ କାର୍ଯ୍ୟକଳାପକୁ କେହି ବିରୋଧ କରିବା କିମ୍ବା ବାଧା ଦେବା ପରି ମଧ୍ୟ ଦୃଶ୍ୟମାନ ହେଉନାହାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳାଙ୍କ ଏହି ବିକୃତ କାର୍ଯ୍ୟକଳାପ ସତ୍ତ୍ବେ ମଧ୍ୟ ନିକଟରେ ଠିଆ ହୋଇଥିବା ତୀର୍ଥଯାତ୍ରୀମାନେ ନାମ ଜପ କରୁଛନ୍ତି । ଭିଡିଓରେ ଦେଖାଯାଇଥିବା ଏହି ମହିଳା କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏହି ଭିଡିଓ ଭାଇରାଲ ହେବା ପରେ ମନ୍ଦିର କମିଟିର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି । ଏହି ମହିଳା କିଏ ଓ ସେ ଏପରି କରିବାକୁ କିପରି ସୁଯୋଗ ପାଇଲେ, ତାଙ୍କୁ କେହି ପୂଜକ କିମ୍ବା ମନ୍ଦିର ପ୍ରଶାସନ ଅଧିକାରୀ କପରି ବାଧା ଦେଲେ ନାହିଁ । ଏହି ଭିଡିଓ କି’ଏ ରେକର୍ଡ କଲା ଓ ମନ୍ଦିର ଗର୍ଭଗୃହର ଦୃଶ୍ୟ କିଏ କିପରି ଭାଇରାଲ କଲା, ତାକୁ ନେଇ ଦେଶବ୍ୟାପୀ ଭକ୍ତମହଲରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ବିବାଦ ଆରମ୍ଭ ହେବା ପରେ ବଦ୍ରି-କେଦାର ମନ୍ଦିର କମିଟି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି । ମନ୍ଦିର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି । ସମ୍ପୃକ୍ତ ମହିଳା ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଭକ୍ତଙ୍କୁ ଆଶ୍ବସନା ଦେଇଛି ମନ୍ଦିର କମିଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.