ETV Bharat / bharat

ପ୍ରେମିକ ସହ ପତ୍ନୀଙ୍କୁ ଜୋର ଜବରଦସ୍ତ ବିବାହ କରାଇଲେ ସ୍ବାମୀ - ମହିଳାଙ୍କୁ ଗ୍ରାମବାସୀଙ୍କ ମାଡ

ପତ୍ନୀଙ୍କ ଅନୈତିକ ସମ୍ପର୍କକୁ ନେଇ ତାତିଲେ ସ୍ବାମୀ । ପ୍ରଥମେ ପତ୍ନୀଙ୍କୁ ମାଡ ଦେବା ପରେ ଜୋର ଜବରଦସ୍ତ ପ୍ରେମିକ ସହ ବିବାହ କରାଇଲେ । ଅଧିକ ପଢନ୍ତୁ

ପତ୍ନୀଙ୍କୁ ପ୍ରେମିକ ସହ ଜୋର ଜବରଦସ୍ତ ବିବାହ କରାଇଲେ ସ୍ବାମୀ

author img

By

Published : Apr 19, 2022, 12:16 PM IST

ଅଗରତାଲା: ପତ୍ନୀଙ୍କ ଅନୈତିକ ସମ୍ପର୍କକୁ ନେଇ ତାତିଲେ ସ୍ବାମୀ । ପ୍ରଥମେ ଗ୍ରାମବାସୀଙ୍କ ସହ ମିଶି ମାଡ ଦେବା ପରେ ସ୍ବାମୀ ପ୍ରେମିକ ସହ ନିଜ ପତ୍ନୀଙ୍କ ବିବାହ କରାଇଛନ୍ତି । ତ୍ରିପୁରା ତେଲିଆମୁରା ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହାସୂଚନା ରହିଛି, ଜିତେନ୍ଦ୍ର ବିଶ୍ବାସଙ୍କ ପତ୍ନୀଙ୍କ ସେହି ଅଞ୍ଚଳର ହାରଧନ ନାମକ ଆଉ ବ୍ୟକ୍ତିଙ୍କ ସହ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ଥିଲା । କିଛି ଦିନ ତଳେ ମହିଳା ଜଣକ ନିକଟରେ ବିବାହ କରିଥିବା ନିଜ ଝିଅ ଘରକୁ ବୁଲିବାକୁ ଯାଉଛନ୍ତି କହି ଘରୁ ବାହାରିଥିଲେ । ହେଲେ ସେ ସେଠାରେ ପହଞ୍ଚି ନଥିବା ତାଙ୍କ ସ୍ବାମୀ ଜିତେନ୍ଦ୍ର ଖବର ପାଇଥିଲେ ।

ପରେ ଖୋଳତାଡ କରିବାରୁ ଜଣାପଡିଲା ଯେ, ମହିଳା ଜଣଙ୍କ ଝିଅ ଘର ଯିବା ବଦଳରେ ପ୍ରେମିକ ହାରଧନଙ୍କ ଘରେ ରହିଥିଲେ । ଏହାପରେ ଜିତେନ୍ଦ୍ର ମଧ୍ୟ ପ୍ରେମିକଙ୍କ ଘରେ ପହଞ୍ଚିଥିଲେ । ସେପଟେ ଏ କଥା ଜଣାପଡିବା ପରେ ଗ୍ରାମବାସୀ ମଧ୍ୟ ଖୁବ୍ ରାଗି ଯାଇଥିଲେ । ଫଳରେ ସ୍ବାମୀ ଏବଂ ଉତ୍ୟକ୍ତ ଗ୍ରାମବାସୀ ମିଶି ମହିଳାଙ୍କୁ ପ୍ରେମିକଙ୍କ ଘରୁ ଟାଣି ଟାଣି ଆଣିଥିଲେ । ତାଙ୍କୁ ମାଡ ମାରିବା ସହ ଜୋର ଜବରଦସ୍ତ ପ୍ରେମିକ ହାରଧନଙ୍କ ସାଙ୍ଗରେ ବାହା ଦେଇଥିଲେ । ବିବାହ ସରିବା ପରେ ସେମାନଙ୍କୁ ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ମାଡରେ ଆହତ ମହିଳା ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.