ETV Bharat / bharat

କୁକୁଡାଙ୍କ ହତ୍ୟା ପାଇଁ ପଡୋଶୀଙ୍କ ବିରୋଧରେ ଅଭିଯୋଗ କଲେ ମହିଳା

author img

By

Published : Nov 1, 2022, 9:58 AM IST

ରାଜସ୍ଥାନର ଭରତପୁରରେ ଆଶ୍ଟର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ମୃତ କୁକୁଡାକୁ ନେଇ ପଡୋଶୀଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ମହିଳା (Woman went to police station with dead Cocks)। ଅଧିକ ପଢନ୍ତୁ

କୁକୁଡାଙ୍କ ହତ୍ୟା ପାଇଁ ପଡୋଶୀଙ୍କ ବିରୋଧରେ ଅଭିଯୋଗ କଲେ ମହିଳା
କୁକୁଡାଙ୍କ ହତ୍ୟା ପାଇଁ ପଡୋଶୀଙ୍କ ବିରୋଧରେ ଅଭିଯୋଗ କଲେ ମହିଳା

ଜୟପୁର: ରାଜସ୍ଥାନର ଭରତପୁରରେ ଏକ କୁକୁଡାର ମୃତ୍ୟୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ କୁକୁଡାଙ୍କୁ ନେଇ ଥାନାରେ ପହଞ୍ଚିଲେ ମହିଳା (Woman went to police station with dead Cocks) । ସ୍ଥାନୀୟ କାମାଙ୍ଗ ଥାନାରେ ମହିଳା ଜଣକ ତାଙ୍କର ଦୁଇ କୁକୁଡାଙ୍କ ହତ୍ୟା ଅଭିଯୋଗ କରିଥିଲେ । ଏଭଳି ଆଶ୍ଟର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁରରେ । ଯାହା ବର୍ତ୍ତମାନ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

କାମାଂ ସହରର ରାମଜୀ ଗେଟ୍ ବାସିନ୍ଦା ହାନସିରା ନାମକ ଜଣେ ମହିଳା କହିଛନ୍ତି ଯେ, "ତାଙ୍କର ଦୁଇଟି କୁକୁଡ଼ା ଅଛି । ସେ ଅନେକ ଥର ଘରୁ ବାହାରକୁ ଆସୁଥିଲେ (Woman accused neighbour of Killing cocks) | ଅନେକ ଥର ଉଭୟ କୁକୁଡ଼ା ପଡୋଶୀ ଘରେ ରହୁଥିବା ରସ୍ତୁନା ନାମକ ଜଣେ ମହିଳାଙ୍କ ଘରେ ପ୍ରବେଶ କରି ତାଙ୍କୁ ହଇରାଣ କରୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଏଥିସହ ରସ୍ତୁନା ଉଭୟ କୁକୁଡ଼ାକୁ ମାରିଦେବାକୁ ଧମକ ଦେଉଥିଲେ ।

ସେହିପରି ପୁଣିଥରେ ଆଜି ତାଙ୍କର ଉଭୟ କୁକୁଡ଼ା ଘରୁ ବାହାରି ରାସ୍ତୁନାଙ୍କ ଘରେ ପଶିଯାଇଥିଲେ । ଏନେି ରସ୍ତୁନା ମଇଦାରେ ବିଷ ମିଶାଇ ଉଭୟ କୁକୁଡ଼ାକୁ ଖାଇବାକୁ ଦେଇଥିଲେ ଯାହାଦ୍ବାରା ଉଭୟ କୁକୁଡ଼ା ଘରକୁ ଫେରି ଆସିବାର କିଛି ସମୟ ପରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ରାସ୍ତୁନାଙ୍କ ବିରୋଧରେ ଉଭୟ କୁକୁଡ଼ାଙ୍କର ହତ୍ୟା ମାମଲା ରୁଜୁ କରାଯାଉ ବୋଲି ମହିଳା ଦାବି କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.