ETV Bharat / bharat

ଶୀତରେ ଥରୁଛି ସମଗ୍ର ଉତ୍ତରଭାରତ, ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ - cold wave in North India

ଡିସେମ୍ବର ମାସରୁ ଥରଥର ସମଗ୍ର ଉତ୍ତର ଭାରତ। ହାଡଭଙ୍ଗା ଶୀତରେ ଥରୁଛନ୍ତି ଲୋକେ। ଅଧିକ ପଢନ୍ତୁ...

ଓ୍ବେଦର ଅପଡେଟ: ସମଗ୍ର ଉତ୍ତର ଭାରତରେ ଶୀତ ଲହରୀ ଜାରି, ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ

author img

By

Published : Dec 19, 2020, 2:18 PM IST

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ସହରରେ ଶୀତର ଲହରୀ ଜାରି ରହିଛି । ଦିଲ୍ଲୀ-ଏନସିଆରରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଯାହା ଗତ ଡିସେମ୍ବର ମାସ ଅପେକ୍ଷା ଚଳିତବର୍ଷ ଶୀତ ଋତୁର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗ ଅନୁଯାୟୀ, ମରୁଭୂମି ଅଞ୍ଚଳରେ ଥଣ୍ଡା ଅତ୍ୟଧିକ ଅନୁଭୁତ ହେଉଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ପର୍ବତରେ ପ୍ରବଳ ତୁଷାରପାତ ହେବା।

ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ହାରାହାରି ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ତାପମାତ୍ରାର ହ୍ରାସ ସହିତ ହାଡଭଙ୍ଗା ଶୀତରେ ଥରୁଛନ୍ତି ଲୋକେ । ବାସ୍ତବରେ ହିମାଚଳ ପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ହେଉଛି। ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ପର୍ବତ ଉପରେ ଯେତେ ଅଧିକ ତୁଷାରପାତ ହେବ, ସମତଳ ଅଞ୍ଚଳରେ ସେତେ ମାତ୍ରାରେ ଥଣ୍ଡା ବୃଦ୍ଧି ପାଇବ।

ଶୁକ୍ରବାର ଦିଲ୍ଲୀ-ଏନସିଆରରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ଥିଲା। ଯାହା 10 ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛି। ଏହାପୂର୍ବରୁ 2011ରେ ଡିସେମ୍ବର 16ରେ ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ ଥିଲା। ଡିସେମ୍ବର ଶେଷ ସୁଦ୍ଧା ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା 2 ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଆସନ୍ତା ସପ୍ତାହରେ ଉତ୍ତର ଭାରତରେ ତାପମାତ୍ରା ସ୍ବାଭାବିକଠାରୁ କମ ରହିବ ବୋଲି ପାଣିପାଗ ବିଭାଗ କହିଛି। 17 ରୁ 24 ଡିସେମ୍ବର ଏବଂ 24 ରୁ 30 ଡିସେମ୍ବର ମଧ୍ୟରେ ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ 2-6 ଡିଗ୍ରୀ ସେଲସିୟସ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ପାଣିପାଗ ବିଭାଗ ଅନୁଯାୟୀ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତର ରାଜସ୍ଥାନରେ ଡିସେମ୍ବର 24 ସୁଦ୍ଧା ଶୀତ ଲହରୀ ବୃଦ୍ଧି ପାଇବ। ରାଜଧାନୀର କିଛି ଅଂଶରେ ସର୍ବନିମ୍ନ ତାପମାତ୍ରା 3 ଡିଗ୍ରୀରେ ପହଞ୍ଚିଛି। ତେବେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିପାରେ।

ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ପ୍ରବଳ ମାତ୍ରାରେ ଜାରି ରହିଛି ଶୀତର ପ୍ରକୋପ। ଏଠି ମଧ୍ୟ 3 ଡିଗ୍ରୀ ରହିଛି ତାପମାତ୍ରା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.