ETV Bharat / bharat

ମଦ ବିକ୍ରି ବୃଦ୍ଧି ହେଲେ କୃଷକଙ୍କ ଆୟ ଦ୍ବିଗୁଣିତ ହେବ: ସଞ୍ଜୟ ରାୱତ - ମହାରାଷ୍ଟ୍ର ସୁପର ମାର୍କେଟ ତେଜରାତି ଦୋକାନରେ ମଦ ମିଳିବା ଘଟଣା

ମହାରାଷ୍ଟ୍ରର ସୁପର ମାର୍କେଟ ଓ ତେଜରାତି ଦୋକାନରେ ମଦ ମିଳିବା ନେଇ କ୍ୟାବିନେଟ ନିଷ୍ପତିକୁ ବିରୋଧ କରାଯାଇଛି । ଏନେଇ ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାୱତ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ମଦ ବିକ୍ରୟ ବୃଦ୍ଧି ହେଲେ କୃଷକଙ୍କ ଆୟ ଦ୍ବିଗୁଣିତ ହେବ : ସଞ୍ଜୟ ରାୱତ

author img

By

Published : Jan 28, 2022, 7:12 PM IST

ମୁମ୍ବାଇ: ମହାରାଷ୍ଟ୍ରର ସୁପର ମାର୍କେଟ ଓ ତେଜରାତି ଦୋକାନରେ ମଦ ମିଳିବା ନେଇ କ୍ୟାବିନେଟ ନିଷ୍ପତିକୁ ବିରୋଧ କରାଯାଇଛି । ଏନେଇ ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାୱତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ସୁପର ମାର୍କେଟ ଓ ତେଜରାତି ଦୋକାନରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି ।

ଯାହା କୃଷକଙ୍କ ଆୟ ବୃଦ୍ଧି କରିବ। ଯଦି ମଦ ବିକ୍ରି ବୃଦ୍ଧି ହୁଏ ତେବେ ବିଶେଷ କରି କୃଷକମାନେ ଏଥିରୁ ଅଧିକ ଉପକୃତ ହେବେ । କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଆମେ ଏହା କରିଛୁ ବୋଲି ସଞ୍ଜୟ କହିଛନ୍ତି। ସେପଟେ ମହାରାଷ୍ଟ୍ର ସରକାରଙ୍କ ଏପରି ନିଷ୍ପତିକୁ ବିଜେପି ସମାଲୋଚନା କରିଛି ।

ବିଜେପି କେବଳ ବିରୋଧ କରେ । ଚାଷୀଙ୍କ ପାଇଁ କିଛି କରେ ନାହିଁ । ବିଜେପି ଦେଶର ବିଭିନ୍ନ ସ୍ଥାନକୁ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ (Mallikarjun Kharge) ।

ଏହାବି ପଢନ୍ତୁ :ଏଣିକି ସୁପର ମାର୍କେଟ, ତେଜରାତି ଦୋକାନରେ ମିଳିବ ମଦ

ଏହାପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଥିଲେ ଯେ ଶିବସେନା ମହାରାଷ୍ଟ୍ରକୁ ମଦରାଷ୍ଟ୍ର (ମଦ ରାଜ୍ୟ)ରେ ପରିଣତ କରିବାକୁ ଚାହୁଁଛି। ସୁପର ମାର୍କେଟ ଓ ତେଜରାତି ଦୋକାନରେ ମଦ ମିଳିବା ନେଇ ଗୁରୁବାର ନିଷ୍ପତ୍ତି ନେଇଥିଲେ ମହାରାଷ୍ଟ୍ର କ୍ୟାବିନେଟ । ମଦ ବିକ୍ରି କରୁଥିବା ଦୋକାନୀମାନେ ସରକାରଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲାଇସେନ୍ସ ବାବଦରେ ପ୍ରଦାନ କରିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.