ETV Bharat / bharat

ସେହେବାଜ ଆଣିବେ କି ନୂଆ ପଲିସି ? ବଦଳିବ ଭାରତ-ପାକ୍ ସମ୍ପର୍କ !

author img

By

Published : Apr 11, 2022, 8:28 PM IST

ଦୁଇ ପଡୋଶୀ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ଏବଂ ସୀମାରେ କୌଣସି ବି ମୁହୂର୍ତ୍ତରେ ସମରସଜ୍ଜା ଆଶଙ୍କା ମଧ୍ୟରେ କଣ ରହିବ ନୂଆ ପ୍ରଧାନମନ୍ତ୍ରୀଙ୍କ ନୂଆ ପଲିସି । ତେବେ ନଜର ପକାନ୍ତୁ କିଛି ପଲିସି ଉପରେ, ଯାହା ସମ୍ଭବ ହେଲେ ଭାରତ ପାକିସ୍ତାନ ସମ୍ପର୍କ ସୁଧୁରିବାର ସୂତ୍ର ବାହାରିବା ସହିତ ଦୁଇ ପଡୋଶୀ ଦେଶରେ ଟେନସନ୍ ହ୍ରାସ ପାଇବ । ଅଧିକ ପଢ଼ନ୍ତୁ

ନୂଆ ପ୍ରଧାନମନ୍ତ୍ରୀ ହେଲେ ସେହେବାଜ, ବଦଳିବ କି ଭାରତ-ପାକ୍ ସମ୍ପର୍କ ?

ନୂଆଦିଲ୍ଲୀ: ଡ୍ରାମା, ହାଇଡ୍ରାମା, ଲେଟ୍ ନାଇଟ୍ ଡ୍ରାମା ଓ ହାଇଭୋଲଟେଜ୍ ଡ୍ରାମା । ପଡୋଶୀ ପାକିସ୍ତାନରେ କିଛି ଦିନ ଧରି ଲାଗିରହିଥିବା ସମସ୍ତ ପ୍ରକାର ଡ୍ରାମାର ‘ଦ ଏଣ୍ଡ’ ଘଟିଛି । କ୍ରିକେଟରେ କ୍ୟାପଟେନରୁ ଦେଶର କ୍ୟାପଟେନ୍ ହୋଇଥିବା ପୂର୍ବତନ ପିଟିଆଇ ନେତା ଇମ୍ରାନ ଖାନଙ୍କ ଖେଳ ଖତମ ହୋଇଛି । ଶନିବାର ମଧ୍ୟ ରାତ୍ରରେ ଅନାସ୍ଥା ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ଇମ୍ରାନ । ଆଉ ଆଜି (ସୋମବାର) ପାକିସ୍ତାନକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ ।

ଦେଶର 23ତମ ପ୍ରଧାନମନ୍ତ୍ରୀ ଭାବେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହେଲେ ସେହେବାଜ ସରିଫ (70 ବର୍ଷ) । ଭୋଟିଂରେ ଇମ୍ରାନ ଖାନ୍‌ଙ୍କ ପିଟିଆଇ ପାର୍ଟି ଭାଗ ନେଲାନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସାନ ଭାଇ ସେହେବାଜ ସରିଫ୍ । 174 ସଭ୍ୟଙ୍କ ଭୋଟ ପାଇ ହୋଇଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ।

ଆଉ ନ୍ୟାସନାଲ ଆସେମ୍ବ୍ଲିରେ ସମ୍ବୋଧନ ସମୟରେ ସେହେବାଜ କହିଛନ୍ତି, 22 କୋଟି ଦେଶବାସୀ କଳଙ୍କିତ ଏବଂ ଅତ୍ୟାଚାରୀ ସରକାରଙ୍କ ଠାରୁ ରକ୍ଷା ପାଇଛନ୍ତି । ପ୍ରଥମ ଥର ପାଇଁ ଦେଶରେ ଅନାସ୍ଥା ପ୍ରସ୍ତାବ ସଫଳତାର ସହିତ ପାରିତ ହୋଇଛି । ଆଜିର ଦିନକୁ ଉତ୍ସବ ଭାବେ ପାଳନ କରନ୍ତୁ ଦେଶବାସୀ । ଖାଲିସେତିକି ନୁହେଁ, ସେହେବାଜ ସିଧାସିଧା କହିଛନ୍ତି, ଯଦି ଇମ୍ରାନଙ୍କ ସରକାର ଭାଙ୍ଗିବା ନେଇ ବିଦେଶୀ ଷଡଯନ୍ତ୍ରର ପର୍ଦ୍ଦାଫାସ ହୁଏ, ତେବେ ସଙ୍ଗେସଙ୍ଗେ ଇସ୍ତଫା ଦେବି । ଏପଟେ ପଦ ହରାଇବା ପରେ ‘ଚୋରମାନଙ୍କ’ ସହ ବସିବିନି କହି ଗୃହତ୍ୟାଗ କରିଥିଲେ ଇମ୍ରାନ ।

ତିନି ତିନି ଥର ପ୍ରଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ବାଜ (PML-N) ସଭାପତି ତଥା ଦେଶର ପୂର୍ବତନ ବିରୋଧୀ ଦଳ ନେତା ଏବେ ପାକିସ୍ତାନକୁ କଣ୍ଟ୍ରୋଲ କରିବେ । ପାକିସ୍ତାନର ନୂଆ ପଲିସି ମେକର ବନିବେ । ତେବେ କଣ ରହିବ ସେହେବାଜଙ୍କ ଭାରତ ଆଭିମୁଖ୍ୟ । କଣ ଭାରତ ପାଇଁ ଆଣିବେ ନୂଆ ପଲିସି ? ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପୂର୍ବରୁ କାଶ୍ମୀର ପ୍ରଳାପ କରିଥିବା ସେହେବାଜଙ୍କ କଣ ରହିବ ପଡୋଶୀ ନୀତି ? ଚୀନ ଇସାରାରେ ଡ୍ୟାନ୍ସ କରୁଥିବା ପାକିସ୍ତାନ କଣ ସ୍ବଇଚ୍ଛାରେ ନେଇପାରିବ ନିଷ୍ପତ୍ତି । ନୂଆ ସରକାର କଣ ଦେଶରେ ଦରଦାମ କମାଇବା ସହ ଏବଂ ବିଦେଶୀ ନୀତିକୁ ସୁଧାରି ପାରିବେ ?

ତେବେ ନଜର ପକାନ୍ତୁ, କଣ ରହିଛି ନୂଆ ପ୍ରଧାମନ୍ତ୍ରୀଙ୍କ ପାଇଁ ପୁରୁଣା ଚ୍ୟାଲେଞ୍ଜ । ବିଶେଷତଃ ଭାରତ ଏବଂ ପାକିସ୍ତାନ ଦୁଇ ପଡୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ଉଭୟ ଚୀର ପ୍ରତିଦ୍ବନ୍ଦ୍ବୀ । ଏପରିକି ବର୍ତ୍ତମାନ ସମୟରେ ଯେତେ ଦିନ ଗୁଡୁଛି, ଦୁଇ ଦେଶ ମଧ୍ୟରେ ପ୍ରୟତଃ ସମସ୍ତ ସମ୍ପର୍କ ତୁଟି ତୁଟି ଯାଉଛି । କ୍ରୀଡାରୁ ସଂସ୍କୃତି, କୂଟନୀତିରୁ ବାଣିଜ୍ୟ ସବୁ ଦ୍ବିପାକ୍ଷିକ ସମ୍ପର୍କର ରାସ୍ତାରେ ଲାଗିଛି ବ୍ୟାରିକେଡ୍ । ଭାରତରେ ପାକିସ୍ତାନ ବାରମ୍ବାର ଆତଙ୍କୀ ଆକ୍ରମଣ, କାଶ୍ମୀର ପ୍ରସଙ୍ଗରେ ଅପ୍ରତ୍ୟାଶିତ ଆଳାପ, ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ଏବଂ ପିଓକେରେ ଚୀନକୁ ରୋଡ୍ ଆଣ୍ଡ ବେଲ୍ଟ ପ୍ରୋଜେକ୍ଟରେ ସହଯୋଗ ପାଇଁ ଦୁଇ ଦେଶର ସମ୍ପର୍କ ସର୍ବକାଳୀନ ନିମ୍ନରେ ରହିଛି ।

ଭାରତ ଜାତିସଂଘଠୁ ଆରମ୍ଭ କରି ସମସ୍ତ ବୈଶ୍ବିକ ମଞ୍ଚରେ ପାକିସ୍ତାନର ଆତଙ୍କୀ ପ୍ରେମକୁ ପର୍ଦ୍ଦାଫାସ କରିବା ସହିତ ପାକିସ୍ତାନକୁ ଆତଙ୍କବାଦର ଭୂସ୍ବର୍ଗ ଭାବେ ଅବିହିତ କରିଛି । ଖାଲି ସେତିକି ନୁହେଁ, ଭାରତ ମଧ୍ୟ ସଫାସଫା ଶୁଣାଇଦେଇଛି, ଯେପର୍ଯ୍ୟନ୍ତ ସୀମାରେ ଶାନ୍ତି ଏବଂ ପାକିସ୍ତାନ ମୁହଁରୁ କାଶ୍ମୀର ପ୍ରଳାପ ନ ଯାଇଛି, ସେ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବାର୍ତ୍ତାଳାପ ସମ୍ଭବ ନୁହେଁ । ସୀମାରେ ଗୁଳି ଏବଂ ଟେବୁଲ ଉପରେ କଥାବାର୍ତ୍ତା ଚଳିବ ନାହିଁ ।

ତେବେ ଦୁଇ ପଡୋଶୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ଏବଂ ସୀମାରେ କୌଣସି ବି ମୁହୂର୍ତ୍ତରେ ସମରସଜ୍ଜା ଆଶଙ୍କା ମଧ୍ୟରେ କଣ ରହିବ ନୂଆ ପ୍ରଧାନମନ୍ତ୍ରୀଙ୍କ ନୂଆ ପଲିସି । ତେବେ ନଜର ପକାନ୍ତୁ କିଛି ପଲିସି ଉପରେ, ଯାହା ସମ୍ଭବ ହେଲେ ଭାରତ ପାକିସ୍ତାନ ସମ୍ପର୍କ ସୁଧୁରିବାର ସୂତ୍ର ବାହାରିବା ସହିତ ଦୁଇ ପଡୋଶୀ ଦେଶରେ ଟେନସନ୍ ହ୍ରାସ ପାଇବ ।

  • ଯଦି ପାକିସ୍ତାନ ବିନା କୌଣସି ସର୍ତ୍ତରେ ଭାରତ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେବ, ଭାରତ ଏହା ଉପରେ ବିଚାର କରିପାରେ ।
  • ଆତଙ୍କବାଦ ଏବଂ କାଶ୍ମୀର ପ୍ରସଙ୍ଗକୁ ଭାରତ ବିରୋଧରେ ଅସ୍ତ୍ର ନକଲେ ପାକ୍ ସହିତ ଭାରତ କଥାବାର୍ତ୍ତା କରିପାରେ ।
  • 26/11 ଆତଙ୍କବାଦୀ ଆକ୍ରମଣ ଏବଂ ପଠାନକୋର୍ଟ ଆକ୍ରମଣ ବିରୋଧରେ ପାକିସ୍ତାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଯଦି, ଦୁଇ ଦେଶ ମଧ୍ୟରେ ବାର୍ତ୍ତାଳାପ ଆଗକୁ ବଢିବା ସମ୍ଭାବନା ରହିଛି ।
  • ପାକିସ୍ତାନ ଜେଲରେ ମିଥ୍ୟା ଅଭିଯୋଗରେ ସଜ୍ଜା କାଟୁଥିବା କୁଳଭୂଷଣ ଯାଦବକୁ ଭାରତକୁ ହସ୍ତାନ୍ତର କରିବ କି ପାକିସ୍ତାନ ?
  • ସବୁବେଳେ ଭାରତ ବିରୋଧୀ ଆଭୁମୁଖ୍ୟ ରଖୁଥିବା ପାକିସ୍ତାନ ଦଳାଇବକି ମୁସଲମାନଙ୍କୁ ନେଇ ମିଥ୍ୟା ଅଭିଯୋଗ । ଭାରତରେ ମୁସଲମାନ ବିଶେଷ କରି କାଶ୍ମୀରରେ ମୁସଲମାନ ନିର୍ଯାତିତ ହେଉଥିବା ମିଥ୍ୟା କାନ୍ଦଣା କାନ୍ଦୁଛି ପାକିସ୍ତାନ ।
  • ଜମ୍ମୁ ଓ କାଶ୍ମୀର ସୀମା ଏଲଓସିରେ ଶାନ୍ତି ଫେରିଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଗକୁ ବଢିବାର ସମ୍ଭାବନା ରହିଛି ।

ଏହି ସମସ୍ତ ଆଭିମୁଖ୍ୟ ରଖି ଭାରତ ଆଡକୁ ବନ୍ଧୁତାର ହାତ ବଢାଇଲେ ଭାରତ-ପାକିସ୍ତାନ ସମ୍ପର୍କ ସୁଧୁରିବା ଆଶା କରାଯାଇପାରେ । ତେବେ ଦେଖିବାକୁ ବାକି ରହିଲା ଆସୁ ଆସୁ କାଶ୍ମୀର ମୁଦ୍ଦା ଉଠାଉଥିବା ନୂଆ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.