ETV Bharat / bharat

ନାମଫଳକରେ ୬୦% କନ୍ନଡ ଭାଷା, ଖୁବଶୀଘ୍ର ଆଗତ ହେବ ଅଧ୍ୟାଦେଶ: ସିଦ୍ଧରମୈୟା

author img

By ETV Bharat Odisha Team

Published : Dec 28, 2023, 9:09 PM IST

କର୍ଣ୍ଣାଟକରେ ସମସ୍ତ ନାମଫଳକରେ ୬୦% କନ୍ନଡ ଭାଷା ପ୍ରସଙ୍ଗ । ଖୁବଶୀଘ୍ର ଏ ନେଇ ଅଧ୍ୟାଦେଶ ଆଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଘୋଷଣା । ଅଧିକ ପଢନ୍ତୁ

CM Siddaramaiah
CM Siddaramaiah

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସମସ୍ତ ନାମଫଳକରେ ୬୦ ପ୍ରତିଶତ କନ୍ନଡ ଭାଷା ବାଧ୍ୟତାମୂଳକ କରିବାକୁ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ତୁରନ୍ତ ଅଧ୍ୟାଦେଶ ଆଗତ କରାଯିବ ବୋଲି ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଏହି ଅଧ୍ୟାଦେଶକୁ ଆସନ୍ତା ବର୍ଷ ୨୦୨୪ ଫେବୃଆରୀ ୨୮ରୁ ଲାଗୁ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ ସମସ୍ତ ନାମଫଳକରେ ୬୦% କନ୍ନଡ ଓ ବାକି ୪୦% ଅନ୍ୟାୟ ଭାଷା ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିୟମକୁ ରାଜ୍ୟବାସୀ ପାଳନ କରିବା ଲାଗି ମଧ୍ୟ ସେ ଅପିଲ କରିଛନ୍ତି ।

ଆଜି (ଗୁରୁବାର) କନ୍ନଡ ଓ ସଂସ୍କୃତି ବିଭାଗ ଏବଂ ବେଙ୍ଗାଲୁରୁ ନାଗରିକ ଏଜେନ୍ସିର ଅଧିକାରୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, " ଜନସାଧାରଣଙ୍କୁ ନିୟମ ପାଳନ କରିବାକୁ ପଡିବ ଏବଂ ଯଦି କେହି ଏହାକୁ ଅଣଦେଖା କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ମୁଁ ସମସ୍ତଙ୍କୁ ସ୍ପଷ୍ଟ କରୁଛି । ମୁଁ ସମସ୍ତ ସଂଗଠନ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନିବେଦନ କରୁଛି ଯେ ଆଇନକୁ ନିଜ ହାତକୁ ନ ନିଅନ୍ତୁ ।" ବିଧାନସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୨୦ରେ ପୂର୍ବ ଶାସିତ ବିଜେପି ସରକାରଙ୍କ ଦ୍ବାରା କନ୍ନଡ ଭାଷା ବିସ୍ତୃତ ବିକାଶ ଆଇନ (KLCDA)- ୨୦୨୨ ଲାଗୁ କରାଯାଇଥିଲା । ଏହି ଆଇନର ଧାରା ୧୭ (୬)ରେ ସଂଶୋଧନ କରାଯିବ ବୋଲି କହିଛନ୍ତି ସିଦ୍ଧରମୈୟା ।

ଏହା ବି ପଢନ୍ତୁ- କନ୍ନଡ଼ ଭାଷାରେ ବିଜ୍ଞାପନ ଦାବିରେ 'କରବେ' କର୍ମୀଙ୍କ ଉପଦ୍ରବ; ଭାଙ୍ଗିଲେ କମ୍ପାନୀର ଇଂରାଜୀ ବୋର୍ଡ

ଗତକାଲି (ଡିସେମ୍ବର ୨୭) ନାମଫଳକରେ କନ୍ନଡ ଭାଷା ଲେଖାକୁ ନେଇ ଏକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିଲା । ନାମଫଳକ, ସାଇନବୋର୍ଡ ଓ ବିଜ୍ଞାପନ କନ୍ନଡ ଭାଷାରେ ଲେଖିବା ଲାଗି ଦାବି କରିବା ସହ ଇଂରାଜୀରେ ଲେଖାଥିବା ନାମଫଳକକୁ ଭଙ୍ଗାରୁଜା କରିଥିଲା । ଏହି ଆନ୍ଦୋଳନର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏ ନେଇ ଅଧ୍ୟାଦେଶ ଆଗତ କରିବା ଲାଗି ଘୋଷଣା କରିଛନ୍ତି । ଏହି ଅଧ୍ୟାଦେଶ ଜାରି କରାଯିବା ପରେ ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଲାବ୍ରୋଟୋରୀ, ମନୋରଞ୍ଜନ କେନ୍ଦ୍ର, ହୋଟେଲ ଆଦି ସମସ୍ତ ସ୍ଥାନରେ ଥିବା ନାମଫଳକରେ କନ୍ନଡ ଭାଷା ରହିବ ।

୬୦:୪୦ ଅନୁପାତରେ ନାମଫଳକ ଲେଖାଯିବ । ୬୦ ପ୍ରତିଶତ କନ୍ନଡ ଭାଷା ରହିବ ଓ ୪୦ ପ୍ରତିଶତ ଅନ୍ୟ ଭାଷାକୁ ସ୍ଥାନିତ କରାଯିବ । ଏ ନେଇ ୨୦୨୪ ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କୁ ସମୟ ଦିଆଯାଇଛି । ତେବେ ଗତକାଲି ସଂଗଠନ ପକ୍ଷରୁ କରାଯାଇଥିବା ଭଙ୍ଗାରୁଜାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ସରକାର କୌଣସି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବିରୋଧ କରୁନାହାନ୍ତି । ହେଲେ ଆନ୍ଦୋଳନକାରୀ ଆଇନକୁ ହାତକୁ ନେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.