ETV Bharat / bharat

ଆନନ୍ଦ ମୋହନ ସିଂ ମୁକ୍ତିକୁ ବିରୋଧ, ସର୍ବୋଚ୍ଚ କୋର୍ଟ ଗଲେ ମୃତ IASଙ୍କ ପତ୍ନୀ - ବାହୁବଳୀ ଆନନ୍ଦ ମୋହନ

ବାହୁବଳୀ ଆନନ୍ଦ ମୋହନ ସିଂ ମୁକ୍ତ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଲେ ହତ୍ୟାର ଶିକାର IASଙ୍କ ପତ୍ନୀ । ୧୯୯୪ ଆଇଏଏସ ଅଧିକାରୀ ହତ୍ୟା ମାମଲାରେ ପାଇଥିଲା ଆଜୀବନ କାରାଦଣ୍ଡ । ଜେଲ ନିୟମାବଳୀରେ ସଂଶୋଧନ ଆଣି ମୁକ୍ତ କଲେ ନୀତିଶ ସରକାର । ଅଧିକ ପଢନ୍ତୁ

ବାହୁବଳୀ ଆନନ୍ଦ ମୋହନ ସିଂ ମୁକ୍ତ ପ୍ରସଙ୍ଗ: ସର୍ବୋଚ୍ଚ କୋର୍ଟରେ ପହଞ୍ଚିଲେ ହତ୍ୟାର ଶିକାର IASଙ୍କ ପତ୍ନୀ

author img

By

Published : Apr 29, 2023, 8:22 PM IST

ନୂଆଦିଲ୍ଲୀ: ବିହାରରେ 1994 ଦଳିତ ଆଇଏଏସ ଅଧିକାରୀ ଜି.କୃଷ୍ଣୟା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ସାଂସଦ ତଥା ବାହୁବଳୀ ଆନନ୍ଦ ମୋହନକୁ ଜେଲରୁ ମୁକ୍ତ କରାଯିବା ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ହତ୍ୟାର ଶିକାର ହୋଇଥିବା ଆଇଏଏସ ଅଧିକାରୀ ଜି.କୃଷ୍ଣୟାଙ୍କ ପତ୍ନୀ ଉମା କୃଷ୍ଣୟା ନୀତିଶ କୁମାର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଏହି ହତ୍ୟାକାଣ୍ଡରେ ଆନନ୍ଦ ମୋହନ ଦୋଷୀ ସାବ୍ୟସ୍ତ ହେବା ସହ ପ୍ରଥମେ ଫାଶୀ ଦଣ୍ଡ ଓ ପରେ ଏହାକୁ କୋହଳ କରାଯାଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲା ।

ହେଲେ ଜଣେ ସର୍ବଭାରତୀୟ ଅଧିକାରୀଙ୍କୁ ହତ୍ୟା ପରି ସଙ୍ଗୀନ ମାମଲାର ଦୋଷୀକୁ ଜେଲ ମାନୁଆଲରେ ସଂଶୋଧନ କରି ନୀତିଶ କୁମାରଙ୍କ ସରକାର ମୁକ୍ତ କରିଛି । ଯାହାକୁ ନେଇ ହତ୍ୟାର ଶିକାର ହୋଇଥିବା ଆଇଏଏସ ଅଧିକାରୀଙ୍କ ପତ୍ନୀ ଓ ଝିଅ ଆପତ୍ତି ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଥିଲେ । ଏବେ ସେମାନେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚିଛନ୍ତି ।

ଜେଲ ନିୟମାବଳୀରେ ସଂଶୋଧନ ପରେ ଆନନ୍ଦ ମୋହନ ସିଂଙ୍କ ସମେତ ମୋଟ 27 ଦୋଷୀଙ୍କୁ ମୁକ୍ତ କରିଥିଲେ ନୀତିଶ ସରକାର । ଦଣ୍ଡାଦେଶ ପାଇ ସଜ୍ଜା କାଟୁଥିବା ଏହି ଅପରାଧୀମାନଙ୍କର ଉତ୍ତମ ଆଚରଣ ଓ ସ୍ବଭାବରେ ପରିବର୍ତ୍ତନ ଦର୍ଶାଇ ଏମାନଙ୍କୁ ମୁକ୍ତ କରାଯିବା ନେଇ ନୀତିଶ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ପୂର୍ବରୁ ଆନନ୍ଦ ମୋହନ ମଧ୍ୟ ନିଜ ପୁଅ ବିବାହରେ ଯୋଗ ଦେବା ପାଇଁ ପାରୋଲରେ ଥିଲା । ବୁଧବାର ପାରୋଲ ଅବଧି ଶେଷ ହେବା ପରେ ସେ ଜେଲ ଫେରିଥିଲା ଓ ସରକାରଙ୍କ ନିଷ୍ପତ୍ତି କ୍ରମେ ଗୁରୁବାର ପୂର୍ବାହ୍ନରେ ତାକୁ ମୁକ୍ତ କରାଯାଇଥିଲା ।

ଏହାକୁ ମୃତ ଅଧିକାରୀ କୃଷ୍ଣେୟାଙ୍କ ପତ୍ନୀ ଓ ଝିଅ ତୀବ୍ର ବିରୋଧ କରିଥିଲେ । ଆଗକୁ ନିର୍ବାଚନ ଆସୁଥିବାରୁ ଜାତିଗତ ଭୋଟ ବ୍ୟାଙ୍କ ପାଇଁ ଦୋଷୀକୁ ନୀତିଶ ସରକାର ମୁକ୍ତ କରିଥିବା ସେମାନେ ଅଭିଯୋଗ କରିଥିଲେ । ସେହିପରି ଜେଲରୁ ମୁକ୍ତ ହେବା ପରେ ଆନନ୍ଦ ମୋହନ ପୁଣି ଥରେ ସକ୍ରିୟ ରାଜନୀତିକୁ ଫେରିପାରେ ବୋଲି ମଧ୍ୟ ଚର୍ଚ୍ଚ ହେଉଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତିଶ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଗଣମାଧ୍ୟମ ଜରିଆରେ ନିବେଦନ ମଧ୍ୟ କରିଥିଲେ । ଏବେ କୃଷ୍ଣୟାଙ୍କ ପତ୍ନୀ ଉମା କୃଷ୍ଣୟା ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଜେଲରୁ ମୁକୁଳିଲେ ବିହାରର ବାହୁବଳୀ ନେତା ଆନନ୍ଦ ମୋହନ

୧୯୯୪ ମସିହା ଡିସେମ୍ବର ୫ ତାରିଖରେ ବିହାର ଗୋପାଳଗଞ୍ଜର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଜି.କୃଷ୍ଣୟାଙ୍କୁ ଆନନ୍ଦ ମୋହନ ସିଂର ଇସାରାରେ ତାର ସହଯୋଗୀମାନେ ପିଟିପିଟି ହତ୍ୟା କରିଥିଲେ । ଏହି ମାମଲାରେ ଆନନ୍ଦ ମୋହନକୁ ଦୋଷୀ ସାବ୍ୟସ୍ତ କରାଯିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସ୍ବାଧୀନ ଭାରତରେ ଇତିହାସରେ କୌଣସି ଅପରାଧିକ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଏକମାତ୍ର ରାଜନେତା ହେଉଛି ଆନନ୍ଦ ମୋହନ । ପରେ ଅବଶ୍ୟ ସେ ଉପର କୋର୍ଟରେ ସେ ଆଶ୍ବସ୍ତି ପାଇବାରେ ସଫଳ ହୋଇଥିଲା । ପାଟନା ହାଇକୋର୍ଟ ମୃତ୍ଯୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥଲେ । ହେଲେ ଆଜୀବନ କାରାଦଣ୍ଡ ଅବଧି ଶେଷ ହୋଇନଥିବା ବେଳେ ଜେଲ ମାନୁଆଲରେ ସଂଶୋଧନ ଆଣି ନୀତିଶ କୁମାର ସରକାର ତାକୁ ମୁକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.