ETV Bharat / bharat

କରୱାଚୌଥରେ ସ୍ବାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ - wife burnt husband alive due to not having child after 8 years marriage

ବିବାହର ୮ବର୍ଷ ପରେ ହେଉନଥିଲା ପିଲା । କରୱାଚୌଥ ଦିନ ସ୍ବାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୋରଡ଼ାବରା ଗ୍ରାମରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

wife burnt husband alive due to not having child after 8 years marriage arrested in madhya pradesh
କରୱାଚୌଥରେ ସ୍ବାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ
author img

By

Published : Nov 7, 2020, 10:49 AM IST

ଭୋପାଳ: କରୱାଚୌଥରେ ଦେଶ ତଥା ବିଦେଶର ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ କରୁଥିଲାବେଳେ ସେହିଦିନ ମଧ୍ୟପ୍ରଦେଶରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଜୀଅନ୍ତା ଜାଳି ଦେଇଥିବାର ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ବିବାହର ୮ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ଜନ୍ମ ନହେବାରୁ, ଏହାକୁ ନେଇ ବିବାଦ ପରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଉପରେ କିରୋସିନି ଲଗାଇ ଜୀବନ୍ତ ଦଗ୍ଧ କରିଥିବା ଜଣାପଡ଼ିଛି ।

ପୋଲିସ ସୂଚନା ଅନୁସାରେ, ଏଭଳି ଘଟଣା ମଧ୍ୟପ୍ରଦେଶର ଗାନ୍ଧୱାନୀର ବୋରଡ଼ାବରା ଗ୍ରାମରେ ଘଟିଛି । ତେବେ ସନ୍ତାନ ନ ଥିବାରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡା ହେଉଥିଲା। କିନ୍ତୁ ସେଦିନ ରାତି ପ୍ରାୟ 1.30 ସମୟରେ ବିବାଦ ଏତେ ବଢିଯାଇଥିଲା ଯେ ପତ୍ନୀ ହିରଲାବାଇ ତାଙ୍କ ସ୍ବାମୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପରେ ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.