ETV Bharat / bharat

Rafale Deal; କଂଗ୍ରେସକୁ BJPର ପ୍ରଶ୍ନ, 10 ବର୍ଷ ଯାଏଁ କାହିଁକି କିଣାଯାଇନଥିଲା ଯୁଦ୍ଧ ବିମାନ ?

କଂଗ୍ରେସକୁ ବିଜେପି ପ୍ରବକ୍ତା ସମ୍ବିଦ ପାତ୍ରଙ୍କ ପ୍ରଶ୍ନ । ବାୟୁସେନାର ଦାବି ସତ୍ତ୍ବେ 10 ବର୍ଷ ପର୍ଯ୍ୟନ୍ତ କାହିଁକି କୌଣସି ଯୁଦ୍ଧ ବିମାନ ଅଣାଯାଇନଥିଲା ? ଜାତୀୟ ସୁରକ୍ଷାକୁ କାହିଁକି ବିପଦରେ ପକାଯାଇଥିଲା ? ଅଧିକ ପଢନ୍ତୁ...

ସମ୍ବିତ ପାତ୍ର
ସମ୍ବିତ ପାତ୍ର
author img

By

Published : Jul 5, 2021, 9:21 AM IST

ନୂଆଦିଲ୍ଲୀ: ଦେଶର ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲକୁ ନେଇ ବିବାଦ ବଢିବାରେ ଲାଗିଛି । ବିଜେପି-କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଛି । ରାଫେଲ ଡିଲକୁ ନେଇ କଂଗ୍ରେସ ଆକ୍ରମଣକୁ ପ୍ରତିଆକ୍ରମଣ କରିଛି ବିଜେପି ।

ଗତକାଲି(ରବିବାର) ଭାରତୀୟ ଜନତା ପାର୍ଟି(ବିଜେପି) ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ପ୍ରେସମିଟ କରି କଂଗ୍ରେସ ଉପରେ ଜୋରଦାର ବର୍ଷିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ସମ୍ବିତ କହିଛନ୍ତି କଂଗ୍ରେସ ସରକାର ବାୟୁସେନାର ଆବଶ୍ୟକତା ସତ୍ତ୍ବେ କାହିଁକି 10 ବର୍ଷ ପର୍ଯ୍ୟନ୍ତ ଲଡାଖୁ ବିମାନ ଉପଲବ୍ଧ କରାଇ ନଥିଲା । ସମ୍ବିତ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି କଣ ଗାନ୍ଧୀ ପରିବାରକୁ କମିଶନ ମିଳିନଥିଲା କି ? ଯେଉଁଥି ପାଇଁ ବାୟୁସେନାର ଆବଶ୍ୟକତା ସତ୍ତ୍ବେ ଯୁଦ୍ଧ ବିମାନ କିଣିବାକୁ କୌଣସି ପଦକ୍ଷେପ ନେଇନଥିଲା ୟୁପିଏ ସରକାର ।

ସମ୍ବିତ କହିଛନ୍ତି କଂଗ୍ରେସକୁ ଜବାବ ଦେବାକୁ ହେବ 10 ବର୍ଷ ପର୍ଯ୍ୟନ୍ତ କାହିଁକି ବାୟୁସେନାର ଦାବି ସତ୍ବେ କୌଣସି ଯୁଦ୍ଧ ବିମାନ ଅଣାଯାଇନଥିଲା । ଜାତୀୟ ସୁରକ୍ଷାକୁ କାହିଁକି ବିପଦରେ ପକାଯାଇଥିଲା । କଂଗ୍ରେସ ନୀତିହୀନ ରାଜନୀତି କରୁଛି । କୌଣସି ପ୍ରସଙ୍ଗ ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ କହିବା ପ୍ରଧାନମନ୍ତ୍ରୀଙ୍କ ଦାଢି, ସାଲକୁ ନେଇ ଚର୍ଚ୍ଚା କରିବା କଂଗ୍ରେସର ନୀତି ହୋଇଛି ବୋଲି ସମ୍ବିତ କହିଛନ୍ତି ।

କଂଗ୍ରେସର ଅଭିଯୋଗ ଭିତ୍ତିହୀନ...

ସେହିପରି ସମ୍ବିତ କହିଛନ୍ତି ଗତ 2019 ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲା । ପରିଣାମ କଣ ହେଲା କଂଗ୍ରେସ ଭଲଭାବେ ଜାଣିଛି । ଏବେ ପୁଣି ଦେଶର ସୁରକ୍ଷା ଓ ଜଡିତ ରାଫେଲକୁ ନେଇ ମିଛ ରାଜନୀତି ଖେଳ ଖେଳୁଛି । ଦେଶର ଜନତା କଂଗ୍ରେସକୁ ଏହାର ଉଚିତ ଜବାବ ଦେବେ । ସେହିଭଳି କଂଗ୍ରେସ ମୁଖପାତ୍ର ପବନ ଖେଡାଙ୍କ ଅଭିଯୋଗର ଜବାବ ଦେଇ ସମ୍ବିତ କହିଛନ୍ତି ରାଫେଲର ମୁଲ୍ୟ ନିର୍ଦ୍ଧାରଣ, କ୍ରୟ ବିକ୍ରୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସିଏଜି ଓ ସର୍ବୋଚ୍ଚ ଅଦାଲତା ସମୀକ୍ଷା କରିଛନ୍ତି । କୌଣସି ତ୍ରୁଟି ହୋଇନାହିଁ । ଦେଶର ସୁରକ୍ଷା ସହ ଜଡିତ କୌଣସି ପ୍ରସଙ୍ଗରେ ସରକାର କୌଣସି ବୁଝାମଣା (ଭୁଲ) କରିବେ ନାହିଁ । ରାଫେଲ ଚୁକ୍ତିକୁ ନେଇ ଭାରତ-ଫ୍ରାନ୍ସରେ ମଧ୍ୟ ଅଡିଟ ହୋଇଛି । ଉଭୟ ଦେଶର ରିପୋର୍ଟ ଅନୁସାରେ କୌଣସି ବେଆଇନ ହୋଇନାହିଁ । କିନ୍ତୁ କଂଗ୍ରେସ ନିଜର ରାଜନୀତି ସ୍ବାର୍ଥ ପାଇଁ ପ୍ରସଙ୍ଗକୁ ଭିନ୍ନ ରଙ୍ଗ ଦେବାକୁ ପ୍ରୟାସ କରୁଛି ବୋଲି ସମ୍ବିତ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର କଂଗ୍ରେସ ପ୍ରବକ୍ତା ପବନ ଖେଡା କହିଥିଲେ ଯେ, ଦେଶର ଜନତାଙ୍କ ସତ ଜାଣିବାର ଅଧିକାର ଅଛି । କଂଗ୍ରେସର ଦାବି ରାଫେଲ ଡିଲର ତଦନ୍ତ ଜଏଣ୍ଟ ପାର୍ଲାମେଣ୍ଟ କମିଟି (ଜେପିସି) ଦ୍ବାରା କରାଯାଉ । ଡିଲର ପ୍ରତ୍ୟେକ କ୍ଲୋଜକୁ ତନ୍ନ ତନ୍ନ କରି ଯାଞ୍ଚ କରିବାକୁ କଂଗ୍ରେସ ଦାବି କରିଛି ।

(ANI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.