ETV Bharat / bharat

ଉଭାନ ହୋଇଯାଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ବର୍ଷେ ହେଲାଣି ରଦ୍ଦ କରୁଛନ୍ତି ବିଦେଶ ଯାତ୍ରା...

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିବା ରାଷ୍ଟ୍ରପତିଙ୍କ ମଧ୍ୟରୁ ଜିନପିଙ୍ଗ ହେଉଛନ୍ତି ଅନ୍ୟତମ । ତେଣିକି ସେ କୌଣସି ରାଜନୀତି ନିଷ୍ପତ୍ତି ହେଉ ଦକ୍ଷିଣ ଚୀନ ସାଗରରେ ଚୀନର ସକ୍ରିୟତାକୁ ନେଇ ଆଲୋଚନା ହେଉ । କିନ୍ତୁ ଏବେ ସତେ ଯେମିତି ନିରବି ଯାଇଛନ୍ତି ଜିନପିଙ୍ଗ । ଗତ ବର୍ଷେ ହେଲା ସେ କୌଣସି ବିଦେଶ ଯାତ୍ରା କରୁନାହାଁନ୍ତି । ଶୁଣିବାକୁ ମିଳୁଛି ଯେ, ସ୍ବାସ୍ଥ୍ୟଗତ ସମସ୍ୟା ନେଇ ସେ ଏପରି କରୁଥାଇପାରନ୍ତି । କାହିଁକି ଉଭେଇ ଯାଇଛନ୍ତି ଜିନପିଙ୍ଗ, ସେ ନେଇ ପଢନ୍ତୁ ଏହି REPORT...

author img

By

Published : Sep 23, 2021, 7:01 AM IST

Updated : Sep 23, 2021, 3:15 PM IST

ଉଭାନ ହୋଇଯାଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ବର୍ଷେ ହେଲାଣି ରଦ୍ଦ କରୁଛନ୍ତି ବିଦେଶ ଯାତ୍ରା...
ଉଭାନ ହୋଇଯାଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ବର୍ଷେ ହେଲାଣି ରଦ୍ଦ କରୁଛନ୍ତି ବିଦେଶ ଯାତ୍ରା...

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ନିକଟରେ ଖବରର ଶିରୋନାମା ପାଲଟିଛନ୍ତି । ଯୁଆଡେ ଦେଖିବ ତାଙ୍କରି ଖବର, ତାଙ୍କରି ଚର୍ଚ୍ଚା । କିନ୍ତୁ ଏହି ଥର ତାଙ୍କର ଚର୍ଚ୍ଚା ତାଇୱାନ ବା ହଙ୍ଗକଙ୍ଗକୁ ନେଇ ନୁହେଁ । ଦକ୍ଷିଣ ଚୀନ ସାଗରରେ ଚୀନର ସକ୍ରିୟତାକୁ ନେଇ ମଧ୍ୟ ନୁହେଁ, ମାମଲାଟା ହେଉଛି ଯେ, ଜିଙ୍ଗପିଙ୍ଗ ନିଜର ସ୍ବାସ୍ଥ୍ୟ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାର ରୋଚକୀୟ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଣମାଧ୍ୟମରେ ମଧ୍ୟ ଏହି ଖବରକୁ ନେଇ ବିଭିନ୍ନ ପ୍ରକାରର ରିପୋର୍ଟ ପ୍ରକାଶିତ ହେଉଛି । ଏହା ପଛରେ ବହୁତ ବଡ କାରଣ ହେଉଛି ଯେ, ସି ଜିନପିଙ୍ଗ ୬୦୦ ଦିନ ମଧ୍ୟରେ କୌଣସି ବିଦେଶ ଯାତ୍ରା କରି ନାହାଁନ୍ତି । ଏଥିପାଇଁ ସୋସିଆଲ ମିଡିଆ ଉଠୁଛି ପଡୁଛି । ବିଶେଷଜ୍ଞ ଏଥି ନେଇ ବହୁ ପ୍ରକାର କାରଣ ମଧ୍ୟ ବାହାର କରିଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି କାରଣ...

600 ଦିନ ମଧ୍ୟରେ ବିଦେଶଯାତ୍ରା ଶୂନ:

ମିଡିଆ ରିପୋର୍ଟ ଅନୁସାରେ ଅନ୍ତଃରାଷ୍ଟ୍ରୀୟ ଘଟଣାରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଗତ ୬୦୦ ଦିନ ଧରି କୌଣସି ବିଦେଶ ଯାତ୍ରା କରିନାହାଁନ୍ତି । ଜିନପିଙ୍ଗ ଏହା ପୂର୍ବରୁ ୧୮ ଜାନୁୟାରୀ, ୨୦୨୦ରେ ମିଆଁମାର ଗସ୍ତରେ ଯାଇଥିଲେ । ଏହା ପରଠାରୁ ସେ ବିଦେଶ ଗସ୍ତ କରିନାହାଁନ୍ତି । ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ସ୍ବାସ୍ଥ୍ୟ ଠିକ୍ ନ ରହିବା କାରଣରୁ ସେ କୌଣସି ବିଦେଶ ଯାତ୍ରା କରୁନାହାଁନ୍ତି ।

କମ୍ପ୍ୟୁନିଷ୍ଟ ଶାସନରେ ପଡେ ନାହିଁ କୌଣସି ଫରକ:

ପ୍ରଫେସର ହର୍ଷ.ଭି.ପନ୍ତ କୁହନ୍ତି ଯେ, ଚୀନରେ କମ୍ପ୍ୟୁନିଷ୍ଟ ପାର୍ଟିର ସରକାର । ସେଠାରେ କୌଣସି ନିର୍ବାଚିତ ହୋଇଥିବା ଲୋକତାନ୍ତ୍ରିକ ସରକାର ନାହିଁ । କମ୍ପ୍ୟୁନିଷ୍ଟ ଶାସନରେ ରାଷ୍ଟ୍ରପତି ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ହୋଇ ନଥାଏ । ଏହି ଶାସନରେ କୌଣସି ବିରୋଧୀ ଦଳ ନ ଥାଏ । ଯିଏ ସରକାରଙ୍କୁ ପ୍ରଶ୍ନ କରିପାରିବ । ଲୋକତାନ୍ତ୍ରିକ ସରକାରରେ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହୋଇଥାଏ । ବିପକ୍ଷରେ ଥିବା ସରକାର ସିଧା ପ୍ରଶ୍ନ କରିଥାଏ, ତେଣୁ ଏହାର ମଧ୍ୟ ଉତ୍ତର ଦେବାକୁ ପଡିଥାଏ । କିନ୍ତୁ ଜିନପିଙ୍ଗ କ୍ଷେତ୍ରରେ ଏହା ଲାଗୁ ନୁହେଁ । ସେ ୬୦୦ ଦିନ ମଧ୍ୟରେ କୌଣସି ବୈଦେଶିକ ଯାତ୍ରା କରିନାହାଁନ୍ତି, କିନ୍ତୁ ଚୀନରେ ତାଙ୍କୁ ଏ ସମ୍ପର୍କରେ କେହି ପ୍ରଶ୍ନ ପଚାରିପାରିବେ ନାହିଁ । ପନ୍ତ କୁହନ୍ତି ଯେ, କିଛି ଦିନ ତଳେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ ମଧ୍ୟ ଗାୟବ ହୋଇଯାଇଥିଲେ । ସେହି ସମୟରେ ମଧ୍ୟ ଏ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ମିଡିଆ ରିପୋର୍ଟରୁ ଶୁଣିବାକୁ ମିଳିଥିଲା ଯେ, କିମ୍‌ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଠିକ୍ ନ ଥିଲା । କିଛି ଦିନର ନାଟକୀୟ ଅନ୍ଦାଜ ପରେ କିମ୍ ଦୃଶ୍ୟମାନ ହୋଇଥିଲେ ।

ବ୍ୟକ୍ତିଗତ ସାକ୍ଷାତ ବନ୍ଦ:

ଗଣମାଧ୍ୟମ ରିପୋର୍ଟ ଅନୁସାରେ କେବଳ ବିଦେଶ ଯାତ୍ରା ନୁହେଁ, ଜିନପିଙ୍ଗ କୌଣସି ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ମଧ୍ୟ କରୁନାହାଁନ୍ତି । ସମସ୍ତ ବ୍ୟକ୍ତିଗତ ସାକ୍ଷାତକୁ ରଦ୍ଦ କରୁଛନ୍ତି ଜିନପିଙ୍ଗ । ଏହାର କାରଣ କଣ ହୋଇଥାଏ ପାରେ, ତାହା କେହି ସଠିକ୍ ଭାବେ ଅନୁମାନ କରିପାରୁ ନାହାଁନ୍ତି ।

କେବଳ ଟେଲିଫୋନରେ କଥାବାର୍ତ୍ତା:

ଗତ ୬୦୦ ଦିନ ମଧ୍ୟରେ ଚୀନକୁ କେହି ବିଦେଶ ନେତା ଗସ୍ତ ମଧ୍ୟ କରିନାହାଁନ୍ତି । ଏ ନେଇ କୌଣସି କାର୍ଯ୍ୟକ୍ରମ ମଧ୍ୟ ହୋଇନାହିଁ । ନା ଏ ନେଇ କୌଣସି ସାରଣୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଦେହ ଖରାପ ଥିବା କାରଣରୁ ଜିନପିଙ୍ଗ ବିମାନଯାତ୍ରା କରିପାରୁନାହାଁନ୍ତି । ତେଣୁ ଅତି ଜରୁରୀ କଥାବାର୍ତ୍ତା ହେଲେ, ସେ ଟେଲିଫୋନ ଯୋଗେ କଥା ହେଉଛନ୍ତି । ଏହି ସମୟରେ ହିଁ ସେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଜର୍ମାନୀ ଚାନ୍ସଲେସର ଏନଞ୍ଜେଲା ମାର୍କେଲଙ୍କ ସମେତ ୬୦ ରାଷ୍ଟ୍ରାଧ୍ୟକ୍ଷଙ୍କ ସହ କେବଳ ଫୋନରେ ହିଁ କଥା ହୋଇଛନ୍ତି ।

ଭର୍ଚୁଆଲ ଜରିଆରେ ଅଧା ବୈଠକ:

ଏହି ବର୍ଷ ଚୀନ ରାଷ୍ଟ୍ରପତି ଡର୍ଜନରୁ ଊର୍ଦ୍ଧ୍ବ ଅନ୍ତଃରାଷ୍ଟ୍ରୀୟ ବୈଠକରେ ଅଂଶଗ୍ରହଣ କରିଥିଲେ । ଆଉ ଏହି ସମସ୍ତ ବୈଠକ କେବଳ ଭର୍ଚୁଆଲରେ ହିଁ ହୋଇଥିଲା । କେବଳ ଏତିକି ନୁହେଁ, ୯ ସେପ୍ଟେମ୍ବରରେ ଆୟୋଜିତ ହୋଇଥିବା ବ୍ରିକ୍ସ ଦେଶର ବୈଠକରେ ସେ ଭର୍ଚୁଆଲରେ ହିଁ ଭାଗ ନେଇଥିଲେ ।

ଅକାରଣେ ସ୍ଥଗିତ ହୋଇଛି ବୈଠକ:

ଚୀନରେ ବିଭିନ୍ନ ବୈଠକକୁ ଅକାରଣେ ସ୍ଥଗିତ କରାଯାଇଛି । ସେଥିପାଇଁ କୌଣସି କାରଣ ସାର୍ବଜନୀନ କରାଯାଇନାହିଁ । କଣ ପାଇଁ ଜିନପିଙ୍ଗ ବୈଠକକୁ ସ୍ଥଗିତ କରିଛନ୍ତି, ତାହା ମଧ୍ୟ ଜଣାପଡିନାହିଁ । ଜିନପିଙ୍ଗ ଚୀନରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଏବଂ ଡେନିଶ(Danish) ପ୍ରଧାନମନ୍ତ୍ରୀଙ୍କ ସହ ବିନା କାରଣରେ ବୈଠକକୁ ସ୍ଥଗିତ କରି ଦେଇଛନ୍ତି ।

2019ରେ ମିଳିଥିଲା ଦେହ ଖରାପର ସଙ୍କେତ:

ମାର୍ଚ୍ଚ ୨୦୧୯ରେ ଜିନପିଙ୍ଗ ଇଟାଲୀ, ମୋନାକୋ ଓ ଫ୍ରାନ୍ସ ଗସ୍ତ କରିଥିଲେ । ଏହି ସମୟରେ ବିଭିନ୍ନ ଦେଶ ପକ୍ଷରୁ ମିଳିଥିବା ଗାର୍ଡ ଅଫ ଅନର ସମୟରେ ଜିନପିଙ୍ଗକୁ ହଡବଡେଇ ହେବା ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ସେ ହଲଚଲ ହୋଇଯାଇଥିଲେ । ଏହି ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ କଥା ହେଲାବେଳେ ହଠାତ୍ ଚେୟାରକୁ ମାଡି ବସିଥିଲେ । କିଛି ସମୟ ପରେ ସେ ଠିକ୍ ହୋଇଯାଇଥିଲେ ।

ତେଣୁ କଣ ହୋଇଥାଏ ପାରେ କାରଣ । ସ୍ବାସ୍ଥ୍ୟଗତ ସମସ୍ୟା ନା ଆଉ କିଛି । କାହିଁକି ସେ ବାରମ୍ବାର ବାତିଲ କରୁଛନ୍ତି ବୈଠକ । ଆବଶ୍ୟକ ପଡିଲେ କାହିଁକି ହେଉଛନ୍ତି କଥା । ନା କୌଣସି ବିଦେଶଯାତ୍ରା କରୁଛନ୍ତି, ନା ହି କୌଣସି ନେତା ବା ମନ୍ତ୍ରୀ ତାଙ୍କ ଦେଶକୁ ଆସୁଛନ୍ତି । ତାହା ତ କେବଳ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 23, 2021, 3:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.