ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ମେଣ୍ଟ(ଇଣ୍ଡିଆ) ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁହାକୁ ତୁହା ଆକ୍ରମଣ । ଶାସନ ଠାରୁ ବ୍ୟବସ୍ଥା ଯାଏଁ ରାଜନୀତି ଠାରୁ ଯୋଜନା ଯାଏଁ ପ୍ରତି ପ୍ରସଙ୍ଗରେ ବିରୋଧୀଙ୍କୁ ଦେଇଛନ୍ତି ମୁହଁତୋଡ ଜବାବ । ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣରେ ବିରୋଧୀ ଲୋକସଭାରୁ ଛତ୍ରଭଙ୍ଗ ମାରିଛନ୍ତି ।
ଏହାବି ପଢନ୍ତୁ- No Confidence Motion: ଲୋକସଭାରେ କାଟ ଖାଇଲା ଅନାସ୍ଥା
ଅନାସ୍ଥା ପ୍ରସ୍ତାବର ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ ଦେଶବାସୀ ଆମକୁ ଯେଉଁ ବାରମ୍ବାର ବିଶ୍ବାସ କରିଛନ୍ତି ସେଥିପାଇଁ କୋଟି କୋଟି ଦେଶବାସୀଙ୍କୁ ଧନ୍ୟବାଦ ଦେଉଛି । ମୁଁ ଏହାକୁ ଭଗବାନଙ୍କ ଆଶିର୍ବାଦ ମାନୁଛି । କାରଣ ବିରୋଧୀ 2018 ରେ ଅବିଶ୍ବାସ ପ୍ରସ୍ତାବ ଆଣିଥିଲେ । ମୁଁ କହିଥିଲି ଏହା ଆମର ଅବିଶ୍ବାସ ପ୍ରସ୍ତାବ ନୁହେଁ ବିରୋଧୀଙ୍କ ଫ୍ଲୋର ଟେଷ୍ଟ । ଆମର କାର୍ଯ୍ୟକ୍ରମ ଓ ଭିଜନକୁ ନେଇ ଆମେ ଜନତାଙ୍କ ପାଖକୁ ଯାଇଥିଲୁ । ଜନତା ଆମକୁ ଗଭୀର ବିଶ୍ବାସ ଦେଇଥିଲେ । 2019 ରେ ଏନଡିଏକୁ ଦେଶବାସୀ ବିପୁଳ ସମର୍ଥନ ଦେଇଥିଲେ । ଅର୍ଥାତ ଅବିଶ୍ବାସ ପ୍ର୍ରସ୍ତାବ ଆମ ପାଇଁ ଶୁଭ ଥିଲା । 2023 ରେ ଆପଣ ପୁଣି ଅବିଶ୍ବାସ ପ୍ରସ୍ତାବ ଆଣି 2024 ରେ ଏନଡିଏର ପ୍ରଚଣ୍ଡ ବିଜୟ ପାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି 2018 ରେ ଅବିଶ୍ବାସ ପ୍ରସ୍ତାବର ଜବାବ ଦେଇ 2023 ରେ ଅବିଶ୍ବାସ ପ୍ରସ୍ତାବ ଆଣିବେ ବୋଲି ଭବିଷ୍ୟତବାଣୀ କରିଥିଲେ । ଆଜି 2023 ରେ ଆସିଥିବା ଅବିଶ୍ବାସ ପ୍ରସ୍ତାବର ଜବାବ ଦେଇ ପ୍ରଧାନମନ୍ତ୍ରୀ ପୁଣି ଥରେ କହିଛନ୍ତି ବିରୋଧୀ 2028 ରେ ଅବିଶ୍ବାସ ପ୍ରସ୍ତାବ ଆଣିବେ ।
ଏହାବି ପଢନ୍ତୁ- No Confidence Motion: ‘2024 ରେ ସବୁ ରେକର୍ଡ ଭାଙ୍ଗି କ୍ଷମତା ବଜାୟ ରଖିବ BJP’
ବିରୋଧୀଙ୍କୁ ପରାମର୍ଶଛଳରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସଂସଦର ଆରମ୍ଭରୁ ଆପଣ ମାନେ(ବିରୋଧୀ) ହଙ୍ଗାମା ପରିବର୍ତ୍ତେ ସଂସଦରେ ଆସିଥିବା ଡିଜିଟାଲ ଡାଟା ପ୍ରୋଟେକସନ ବିଲ ସମେତ ଏକାଧିକ ବିଲ ସମ୍ପର୍କରେ ଗଭୀର ଆଲୋଚନା କରିବାର ଥିଲା । କିନ୍ତୁ ଆଲୋଚନା ପରିବର୍ତ୍ତେ ହଙ୍ଗାମା କଲେ । ବିରୋଧୀ ଯାହା କରୁଛନ୍ତି ଦେଶବାସୀ ଦେଖୁଛନ୍ତି । ବିରୋଧୀଙ୍କ ପାଇଁ ପ୍ରଥମେ ଦଳ ପରେ ଦେଶ । କାରଣ ବିରୋଧୀ ଅବିଶ୍ବାସ ପ୍ରସ୍ତାବ ତ ଆଣୁଛନ୍ତି କିନ୍ତୁ ପ୍ରସ୍ତୁତ ହୋଇ ଆସୁନାହାଁନ୍ତି ।
ଏହାବି ପଢନ୍ତୁ- No Confidence Motion: ପ୍ରଥମରୁ କଣ କହିଲେ ପ୍ରଧାନମନ୍ତ୍ରୀ?
କଂଗ୍ରେସକୁ ଆକ୍ରମଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବିଶ୍ବାସ ପ୍ରସ୍ତାବରେ ଏମିତି ଏକ ସ୍ଥିତି ଦେଖିବାକୁ ମିଳିଛି ଯାହା କଳ୍ପନାରେ ନଥିଲା । କାରଣ ବିରୋଧୀ କଂଗ୍ରେସ ନିଜ ସଂସଦୀୟ ନେତାଙ୍କୁ ଅବିଶ୍ବାସ ପ୍ରସ୍ତାବରେ କହିବାକୁ ସୁଯୋଗ ଦେଲା ନାହିଁ । ଏପରିକି ବକ୍ତା ତାଳିକାରେ ନେତାଙ୍କ ନା ରହିଲା ନାହିଁ । ବିପକ୍ଷ ନେତାଙ୍କ ପରିବର୍ତ୍ତେ ଅନ୍ୟ ସାଂସଦ ଆଲୋଚନା ଆରମ୍ଭ କରିଛନ୍ତି । 1999 ରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆସିଥିଲା । ଆଲୋଚନା ଆରମ୍ଭ କରିଥିଲେ ଶରଦ ପାୱାର । 2003 ରେ ସୋନିଆ ଗାନ୍ଧୀ ଅବିଶ୍ବାସ ପ୍ରସ୍ତାବର ବିତର୍କ ଆରମ୍ଭ କରିଥିଲେ । 2018 ରେ ମଲ୍ଲିକାର୍ଜୁନ ଖଡଗେ ନେତୃତ୍ବ ନେଇଥିଲେ । କିନ୍ତୁ ଚଳିତ ଥର କଣ ହେଲା ଯେ ଅଧିର ରଞ୍ଜନ ଚୌଧୁରୀଙ୍କୁ ସୁଯୋଗ କଂଗ୍ରେସ ଦେଲା ନାହିଁ। କିନ୍ତୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନୁରୋଧକ୍ରମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଜି ଅଧିର ରଞ୍ଜନଙ୍କୁ କହିବାର ସୁଯୋଗ ଦେଲେ । ଏଥିରୁ ସ୍ପଷ୍ଟ ଗୁଡକୁ ଗୋବର କେମିତି କରାଯାଏ ।