ETV Bharat / bharat

Yogi Govt 2.0: ଆସିଲା ଶପଥ ଗ୍ରହଣ ତାରିଖ ! ମନ୍ତ୍ରୀମଣ୍ଡଳ ରୂପରେଖ ହେଉଛି ପ୍ରସ୍ତୁତି

ଉତ୍ତର ପ୍ରଦେଶର କ୍ଷମତା ବଜାୟ ରଖିବା ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ନୂଆ ସରକାର ଗଠନ ପ୍ରକ୍ରିୟାକୁ ଜୋରଦାର କରିଛି । ହୋଲି ପରେ ପରେ 20 ରୁ 22 ତାରିଖ ମଧ୍ୟରେ ୟୁପିରେ ଶପଥ ନେବ ନୂଆ ସରକାର । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

author img

By

Published : Mar 16, 2022, 9:33 PM IST

Yogi Govt 2.0
Yogi Govt 2.0

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ (Uttar Pradesh) ର କ୍ଷମତା ବଜାୟ ରଖିବା ପରେ ଭାରତୀୟ ଜନତା ପାର୍ଟି(ବିଜେପି) ବର୍ତ୍ତମାନ ନୂଆ ସରକାର ଗଠନ ପ୍ରକ୍ରିୟାକୁ ଜୋରଦାର କରିଛି । ହୋଲି ପରେ 20 ରୁ 22 ତାରିଖ ମଧ୍ୟରେ ୟୁପିରେ ଶପଥ ନେବ ନୂଆ ସରକାର । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ ଶୀଘ୍ର ବିଧାୟକ ଦଳ ବୈଠକ ବସିବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅମିତ ଶାହା (Amit Shah) ମୁଖ୍ୟମନ୍ତ୍ରୀ ଓ ଶପଥ ଗ୍ରହଣ ତାରିଖ ଘୋଷଣା କରିବେ ।

ଦିନ ତାରଖି ଧାର୍ଯ୍ୟ

ବର୍ତ୍ତମାନ ତାରିଖ, ସମୟ ଓ ସ୍ଥାନ ଧାର୍ଯ୍ୟ ଶେଷ ହୋଇଥିବା ବେଳେ, ମନ୍ତ୍ରୀ ମଣ୍ଡଳର ରୂପରେଖ ପ୍ରସ୍ତୁତି ଚାଲିଛି । ବିଜେପି ସୂତ୍ର ଅନୁସାରେ ଯୋଗୀଙ୍କ ପାଳି ମନ୍ତ୍ରୀ ମଣ୍ଡଳ ଅପେକ୍ଷା ଦ୍ବିତୀୟ ପାଳିର ମନ୍ତ୍ରୀ ମଣ୍ଡଳର ରୂପରେଖ ପୁରା ଭିନ୍ନ ରହିବ । ନୂଆ ମନ୍ତ୍ରୀ ମଣ୍ଡଳରେ ଜାତି, ଦକ୍ଷତା ଓ ମହିଳା ବର୍ଗଙ୍କ ପ୍ରାଧାନ୍ୟ ରହିବ । କାରଣ ନିର୍ବାଚନରେ ବିଜେପିକୁ ବିଶେଷ କରି ମହିଳା ବର୍ଗ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି । ତେଣୁ ମନ୍ତ୍ରୀ ମଣ୍ଡଳରେ ମହିଳା ବର୍ଗଙ୍କ ପ୍ରତିନିଧୀତ୍ବକୁ ବିଶେଷ ଗୁରୁତ୍ବ ମିଳିବ । ଏହାବାଦ ଆଞ୍ଚଳକି ଓ ଜାତୀୟ ସମୀକରଣକୁ ମଧ୍ୟ ବିଚାର କରି ଗଠନ ହେବ ମନ୍ତ୍ରୀ ମଣ୍ଡଳ । ସେହିପରି ବ୍ରାହ୍ମଣ ଓ ପଛୁଆବର୍ଗଙ୍କୁ ମଧ୍ୟ ଦଳ ଅବହେଳା କରିବ ନାହିଁ ।

ଶିକ୍ଷାଗତ ଯୋଗ୍ୟତା

ଯୋଗୀଙ୍କ 2.0 ସରକାରରେ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେବ ବଡ ମାପକାଠି । ଏଥିପାଇଁ ବର୍ତ୍ତମାନ ବିଜେପି ରଣନୀତିକାର ଟିମ ଏବେ ସମସ୍ତ ବିଜେପି ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ତର୍ଜମା କରୁଛନ୍ତି । ଏହାସହ କିଏ କେଉଁ ବିଷୟରେ ଅଧିକ ପାରଙ୍ଗମ ଓ ଦକ୍ଷ ତାରି ଉପରେ ମଧ୍ୟ ଅଙ୍କକଷା ଚାଲିଛି। ସେହି ଆଧାରରେ ବିଭାଗ ବଣ୍ଟନ କରାଯିବ ।

ଶାହା କରିବେ ଘୋଷଣା

ହୋଲି ପୂର୍ବରୁ ଲକ୍ଷ୍ନୌ ବିଜେପି ମୁଖ୍ୟାଳୟରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ ନିଜେ ବିଜେପି ଚାଣକ୍ୟ ଅମିତ ଶାହା । ଶାହାଙ୍କ ଉପସ୍ଥିତିରେ ଚୟନ ହେବ ବିଧାୟକ ଦଳ ନେତା । ଆଉ ଅମିତ ଶାହା ବିଧାୟକ ଦଳର ନେତାଙ୍କ ନା ଓ ଶପଥ ଗ୍ରହଣ ତାରିଖ ଘୋଷଣା କରିବେ । କୁହାଯାଉଛି 20 ରୁ 22 ତାରିଖ ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି 3 ଦିନ ମଧ୍ୟରେ ପ୍ରଥମେ ଯୋଗୀ ଗୋରଖନାଥ ମଠ ଯିବେ । ସେଠି ପୂଜାର୍ଚ୍ଚନା ପରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.