ETV Bharat / bharat

ରାହୁଲଙ୍କୁ ଟାର୍ଗେଟ କଲେ ଇରାନୀ, କହିଲେ ସଂସଦ ଲୋକାର୍ପଣ ବର୍ଜନ କେଉଁ ପ୍ରକାର ମହବତ କୀ ଦୋକାନ - ରାହୁଲଙ୍କ ମହବତର ଦୋକାନ ଉପାଖ୍ୟାନ

ରାହୁଲଙ୍କୁ ମହବତ କୀ ଦୁକାନର ଅର୍ଥ ପଚାରିଲେ ସ୍ମୃତି ଇରାନୀ । କହିଲେ, ସଂସଦ ଭବନ ଲୋକାର୍ପଣ ବର୍ଜନ କେଉଁ ‘ମହବତ କୀ ଦୁକାନ’ ଥିଲା । ଅଧିକ ପଢନ୍ତୁ

ରାହୁଲଙ୍କୁ ଟାର୍ଗେଟ କଲେ ଇରାନୀ, କହିଲେ ସଂସଦ ଲୋକାର୍ପଣ ବର୍ଜନ କେଉଁ ପ୍ରକାର ମହବତର ଦୋକାନ

author img

By

Published : Jun 8, 2023, 6:21 PM IST

ହାଇଦ୍ରାବାଦ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିନ୍ନ ଢଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲେ । ରାଜ୍ୟରେ ଘୃଣାର ବଜାର ବନ୍ଦ ହୋଇଛି । ପ୍ରେମର ଦୋକାନ (ମହବୋତ୍‌ କି ଦୁକାନ) ଖୋଲିଛି ବୋଲି କହି ବିଜେପିକୁ ପରୋକ୍ଷରେ ଘୃଣା ସୃଷ୍ଟିକାରୀ ବୋଲି ସମାଲୋଚନା କରିଥିଲେ ରାହୁଲ ଗାନ୍ଧୀ । ଏବେ ରାହୁଲଙ୍କ ସେହି ଉପାଖ୍ୟାନକୁ ନେଇ ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଟାର୍ଗେଟ କରିଛନ୍ତି । ଏକାଧିକ ପ୍ରସଙ୍ଗରେ ସେ କଂଗ୍ରେସକୁ ଟାର୍ଗେଟ କରି କ’ଣ ଏହା ‘ମହବତ କୀ ଦୁକାନ’ ବୋଲି ପ୍ରଶ୍ନ କରିଛନ୍ତି ।

  • #WATCH | Union Minister Smriti Irani speaks on Rahul Gandhi's "Mohabbat ki dukan" remark; says, "...When you talk about 'Mohabbat', does that include the killing of Sikhs? When you talk about 'Mohabbat', does that include the kidnapping of women in Rajasthan? When you talk about… pic.twitter.com/Rjx1Xebqme

    — ANI (@ANI) June 8, 2023 " class="align-text-top noRightClick twitterSection" data=" ">

ନୂଆ ସଂସଦ ଲୋକାର୍ପଣକୁ ବର୍ଜନ କରିବା କ’ଣ ମହବତ କି ଦୁକାନ କି ବୋଲି ପ୍ରଶ୍ନ କରିଛନ୍ତି ଇରାନୀ । କେବଳ ଗୋଟିଏ ପ୍ରସଙ୍ଗ ନୁହେଁ, କଂଗ୍ରେସ ମହବତ କି ଦୁକାନର କଥା କହୁଥିବା ବେଳେ ଶିଖ୍‌ ଗଣହତ୍ୟା କଥା କାହିଁକି କହୁନାହିଁ । ଯେଉଁମାନେ କୋଇଲା ଓ ଚାରା ଦୁର୍ନୀତିରେ ସମ୍ପୃକ୍ତ, କଂଗ୍ରେସ ସେମାନଙ୍କୁ ସମର୍ଥନ ଦେଇଛି । କଂଗ୍ରେସ ସେଙ୍ଗୋଲକୁ ମଧ୍ୟ ସମ୍ମାନ ଦେଇନି । ‘କେରଳ ଷ୍ଚୋରୀ’ ପ୍ରସଙ୍ଗରେ ନୀରବତା ଧାରଣ କରିଛି । କଂଗ୍ରେସ ଶାସିତ ରାଜସ୍ଥାନରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ତେବେ ଏହା କେଉଁ ପ୍ରକାର ମହବତ କି ଦୁକାନ ବୋଲି ଇରାନୀ କଡ଼ା ଭାଷାରେ ପ୍ରଶ୍ନ କରିଛନ୍ତି ।

ସେହିପରି ଭାରତୀୟ ଜନତା ପାର୍ଟି ଏକ ମୁସଲିମ ବିରୋଧୀ ଦଳ ବୋଲି ବିରୋଧୀ କରୁଥିବା ଅଭିଯୋଗ ନେଇ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଇରାନୀ କହିଛନ୍ତି, ଦେଶରେ ସମସ୍ତଙ୍କ ବିକାଶକୁ ନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ କାର୍ଯ୍ୟ । କଂଗ୍ରେସ ଶାସନ ସମୟରେ ମୁସଲିମ ସମ୍ପ୍ରଦାୟର ବିକାଶ ଲାଗି ଯେତିକି ଅର୍ଥ ବରାଦ ହୋଇଥିଲା ମୋଦି ସରକାରରେ ତାହା ଯଥେଷ୍ଟ ବୃଦ୍ଧି ପାଇଛି ।

ସେହିପରି ବିରୋଧୀ ଏକତା ପ୍ରସଙ୍ଗରେ ମଧ୍ୟ ତେରଚ୍ଛା ସଙ୍କେତ ଦେଇଛନ୍ତି ଇରାନୀ । କହିଛନ୍ତି, ଯେଉଁମାନେ ନିଜେ ଛିଡା ହେବା ପାଇଁ ସମର୍ଥ ନୁହନ୍ତି, ସେମାନେ ପରସ୍ପରର ହାତ ଧରୁଛନ୍ତି । ବିହାରରେ 17 ଶହ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ ଭୁଶୁଡିଗଲା । 2024ରେ ମଧ୍ୟ ସେମାନଙ୍କ ରାଜନୈତିକ ଅଭିଳାଷା ମଧ୍ୟ ଏହିପରି ଧୋଇ ଯିବ । କଂଗ୍ରେସ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବାଧା ଦେବା ପାଇଁ ବିଦେଶୀ ଶକ୍ତିଙ୍କର ସାହାଯ୍ୟ ମଧ୍ୟ ନେବାରେ ଲାଗିଛି ବୋଲି ଇରାନୀ ଅଭିଯୋଗ କରିଛନ୍ତି ।

ନୂତନ ସଂସଦ ଭବନ ଲୋକାର୍ପଣ ରାଷ୍ଟ୍ରପତିଙ୍କ ଦ୍ବାରା କରାନଯିବାକୁ ଅସାମ୍ବିଧାନିକ ବୋଲି ଅଭିଯୋଗରେ ପ୍ରଥମେ କଂଗ୍ରେସ ହିଁ କାର୍ଯ୍ୟକ୍ରମ ବର୍ଜନ ଆହ୍ବାନ ଦେଇଥିଲା । ଏଥିରେ ପ୍ରାୟ 20 ବିରୋଧୀ ରାଜନୈତିକ ଦଳ ସମର୍ଥନ ଜଣାଇ ଲୋକାର୍ପଣ ସମାରୋହକୁ ଯାଇନଥିଲେ । ସଂସଦ ଲୋକାର୍ପଣକୁ ବର୍ଜନ କରିବା ବିରୋଧୀଙ୍କ ହୀନ ରାଜନୀତି ବୋଲି ବିଜେପି କହିଥିଲା । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ନୂତନ ସଂସଦ ଭବନର ଲୋକାର୍ପଣ ହୋଇଥିଲେ ସୁଦ୍ଧା ୨୦ରୁ ଅଧିକ ବିରୋଧୀ ଦଳ ଅନୁପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.