ETV Bharat / bharat

West Bengal panchayat poll: ଆଜି ଏକାଧିକ ବୁଥ୍‌ରେ ସାନି ମତଦାନ, ଶନିବାର ଯାଇଥିଲା 15 ଜୀବନ - ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ

ପଶ୍ଚିମବଙ୍ଗରେ ହିଂସା ପ୍ରଭାବିତ ସ୍ଥାନରେ ସାନି ଭୋଟିଂ । ସମୀକ୍ଷା ବୈଠକ ପରେ ରାଜ୍ୟ ନିର୍ବାଚନ ଆୟୋଗ ଦେଲେ ନିର୍ଦ୍ଦେଶ । ଶନିବାର ମତଦାନ ବେଳେ ବିଭିନ୍ନ ସ୍ଥାନରେ ହିଂସାରେ ଯାଇଥିଲା 15 ଜୀବନ । ନିର୍ବାଚନ ତାରିଖ ଘୋଷଣାପରଠାରୁ ଅଶାନ୍ତ ରହିଛି ବଙ୍ଗ । ଅଧିକ ପଢନ୍ତୁ

West Bengal panchayat elections: ଆସନ୍ତାକାଲି ଏକାଧିକ ବୁଥରେ ସାନି ମତଦାନ

author img

By

Published : Jul 9, 2023, 9:50 PM IST

Updated : Jul 10, 2023, 8:11 AM IST

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସାରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ହେବ ସାନି ମତଦାନ । ହିସା କାରଣରୁ ଭୋଟିଂ ରଦ୍ଦ କରାଯାଇଥିବା ବୁଥଗୁଡିକରେ ଆଜି (10 ଜୁଲାଇ)ରେ ଏହି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି । ଆୟୋଗଙ୍କ ଅନୁସାରେ ପଶ୍ଚିମବଙ୍ଗର ନାଦିଆ ପୁରୁଲିଆ, ମାଲଦା, ମୁର୍ସିଦାବାଦ, ବୀରଭୂମ, ଜାଲପାଇଗୁରି ଏବଂ ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ସାନି ମତଦାନ ହେବ । ଶନିବାର ଭୋଟିଂ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡରେ 15 ଜଣଙ୍କର ପ୍ରାଣହାନୀ ଘଟିଥିଲା ।

  • West Bengal panchayat elections | Re-polling to be held in Purulia, Birbhum, Jalpaiguri and South 24 Parganas in West Bengal: State Election Commission pic.twitter.com/V5pxzGtSvM

    — ANI (@ANI) July 9, 2023 " class="align-text-top noRightClick twitterSection" data=" ">

ପଞ୍ଚାୟତ ନିର୍ବାଚନ ମତଦାନରେ ଏକାଧିକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବ୍ଯାପକ ଫୋର୍ସ ମୁତୟନ ସତ୍ତ୍ବେ ମଧ୍ୟ ହିଂସା ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତେବେ ଅନେକ ମତଦାନ କେନ୍ଦ୍ରରେ ହିଂସା, ଆକ୍ରମଣ, ବାଲାଟ ବକ୍ସ ଲୁଟ୍‌, ପୋଡାଜଳା, ବୁଥ କ୍ୟାପଚରିଂ ଓ ରିଗିଂ ପରି ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଦୋଷାରୋପ କରିଥିଲେ । ରବିବାର ସଂଧ୍ୟାରେ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିବା ପରେ ଏହି ସବୁ ସର୍ବାଧିକ ହିଂସା ପ୍ରଭାବିତ ସ୍ଥାନରେ ସାନି ମତଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି (ସୋମବାର) ଏହି ସବୁ ସ୍ଥାନରେ ପୁଣି ଥରେ ଭୋଟିଂ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-WB Panchayat Election: ରକ୍ତରଞ୍ଜିତ ପଞ୍ଚାୟତ ଲଢେଇ, ଫୁଟିଲା ବୋମା ଜଳିଲା ବାଲାଟ ବକ୍ସ

ମୁର୍ସିଦାବାଦରେ ସର୍ବାଧିକ ବୁଥ୍ 175 ସାନି ମତଦାନ ତାଲିକାରେ ରହିଛି । ତା’ପଛକୁ 112 ବୁଥ୍‌ ସହିତ ମାଲଦା ଦ୍ବିତୀୟ ସ୍ଥାନରେ ରିହଛି । ସେହିପରି ନଦିଆରେ 89ଟି ବୁଥରେ ଓ ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ଯଥାକ୍ରମେ 46 ଏବଂ 36ଟି ବୁଥରେ ରିପୋଲିଂ ବା ସାନି ମତଦାନ ହେବାକୁ ଯାଉଛି । ଏହି ସବୁ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରିବା ସହ ହିଂସାଶୂନ୍ୟ ଭୋଟିଂ କରିବା ପାଇଁ ଆୟୋଗ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଗତମାସ (ଜୁନ) 8 ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । ପ୍ରଥମେ ନାମାଙ୍କନ ଦାଖଲ ସମୟରେ ହିଂସା ଦେଖାଯାଇଥିଲା । ଏଥିରେ 8 ଜଣଙ୍କ ପ୍ରାଣହାନୀ ଘଟିଥିଲା । କୋଲକାତା ହାଇକୋର୍ଟ ମଧ୍ୟ ହିଂସାରେ ଉଦବେଗ ପ୍ରକାଶ କରିବା ସହ ହିଂସା ବନ୍ଦ ନହେଲେ ନିର୍ବାଚନ ବାତିଲ କରିଦେବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ହେଲେ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଗତକାଲି ହୋଇଥିବା ଭୋଟିଂରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ରାଜ୍ୟବ୍ୟାପୀ 15 ଲୋକଙ୍କ ମୃତ୍ୟୁ ହୋଇଥିଲା । ହିଂସା ପ୍ରଭାବିତ ଅଞ୍ଚଳର ଭୋଟର ଆଜି ସାନି ମତାଧିକାର ସାବ୍ୟସ୍ତ କରୁଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2023, 8:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.