ETV Bharat / bharat

Hooghly Violence: ଟ୍ରେନକୁ ପଥରମାଡ, ରେଳ ସେବା ପ୍ରଭାବିତ

ପଶ୍ଚିମବଙ୍ଗରେ ଲଗାତାର 3 ଦିନ ହେବ ହିଂସା ଜାରି ରହିଛି । ସୋମବାର ହୁଗୁଳି ଜିଲ୍ଲାରେ ରିଶରା ରେଳ ଷ୍ଟେସନରେ ପଥରମାଡ ହୋଇଛି ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

WB Violence Hooghly
WB Violence Hooghly
author img

By

Published : Apr 4, 2023, 1:30 PM IST

କୋଲକାତା: ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଅଶାନ୍ତି ଲାଗି ରହିଛି । ଗତକାଲି (ସୋମବାର) ପଥରମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରିଶରା ରେଳ ଷ୍ଟେସନରେ ସମସ୍ତ ମେଲ ଏକ୍ସପ୍ରେସକୁ ପଥର ମାଡ ହୋଇଛି ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ପୂର୍ବ ରେଲୱେ ମୁଖ୍ୟ ଅଧିକାରୀ କୌଶିକ ମିରୋନ କହିଛନ୍ତି ରିଶରା ରେଲୱେ ଷ୍ଟେସନରେ ପଥରମାଡ ହୋଇଛି । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ହାୱାଡା-ବର୍ଦ୍ଧମାନ ମେନ ରେଲୱେର ସମସ୍ତ ଲୋକାଲ ଏବଂ ମେଲ ଏକ୍ସପ୍ରେସ ଟ୍ରେନ ସେବା ସ୍ଥଗିତ କରାଯାଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ ପଥରମାଡ ହୋଇଥିବା ରିଶରା ପରିଦର୍ଶନ କରିଛନ୍ତି ।

  • #WATCH | Hooghly: "There will be solid action on part of all enforcement agencies. We will never allow miscreants to take law in hand, police will come down heavily on them. Bengal has been suffering for long time, we'll put a final end to it": WB Governor in Rishra pic.twitter.com/id2CNpO4NE

    — ANI (@ANI) April 4, 2023 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ଅପ୍ରିତିକର ପରିସ୍ଥିତି ଓ ହିଂସା ଉପରେ ରୋକ ଲଗାଇବାକୁ ସ୍ଥାନୀୟ ପୋଲିସ ଏବଂ ଆରଏଏଫ ମୁତୟନ କରାଯାଇଛି । ରବିବାର ହୁଗୁଳିରେ ଭାରତୀୟ ଜନତା ପାର୍ଟିର ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାର ଗୋଟିଏ ଦିନପରେ ପଥରମାଡ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ସରକାର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ହାୱାଡା- ବର୍ଦ୍ଧମାନ ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଷ୍ଟେସନ ବାହାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ ପଥରମାଡ ହୋଇଥିବା ରିଶରା ପରିଦର୍ଶନ କରିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରି ରାଜ୍ୟପାଳ କହିଛନ୍ତି,'' ହିଂସାରେ ଜଡିତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ବୃତ୍ତଙ୍କୁ ଆଇନକୁ ହାତକୁ ନେବାକୁ ଦିଆଯିବ ନାହିଁ । କିଛି ଦିନ ଦେବ ଏହି ହିଂସାକୁ ନେଇ ବେଙ୍ଗଲ ସମସ୍ୟାରେ ରହିଛି ଏହା ଶୀଘ୍ର ସମାପ୍ତ ହେବ ।''

ଏହା ବି ପଢନ୍ତୁ...ଏଣିକି ଟ୍ରୁଏନାଟ ପରୀକ୍ଷା କରିବ H3N2-H1N1, ଶୀଘ୍ର ଚିହ୍ନଟ ହେବ ଲକ୍ଷଣ

ଏହା ବି ପଢନ୍ତୁ...NCERT ପାଠ୍ୟକ୍ରମରୁ ବାଦ ପଡିଲା ମୋଗଲ ସମ୍ରାଜ୍ୟ ଅଧ୍ୟାୟ

ରାମନବମୀ ପାଳନକୁ ନେଇ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ରବିବାର ରାତିରେ ହିଂସା ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବିକ୍ଷୋଭକାରୀଙ୍କୁ ହଟାଇବା ଲାଗି ପୋଲି ଫ୍ଲାଗମାର୍ଚ୍ଚ କରିଛି । ଏହାଛଡା ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଆସନ୍ତା 6 ତାରିଖରେ ହନୁମାନ ଜୟନ୍ତୀ ପଡୁଥିବାରୁ ପୁଣି କୌଣସି ହିଂସା ନ ଘଟୁ ସେ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ହିଂସାକୁ ଟିଏମସି ଓ ବିଜେପି ମଧ୍ୟରେ କଥା କଟାକଟି ଜାରି ରହିଛି ।

ଏହାପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୱାଡାରେ ରାମ ନବମୀ ସମାରୋହରେ ସଂଘର୍ଷ ହୋଇଥିଲା । ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଶୋଭାଯାତ୍ରା ସମୟରେ ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.